Posted inଜାତୀୟ

ଚୋରି କରିବାକୁ ଯାଇଥିଲେ, ମଦ ପିଇ ଫେରିଆସିଲେ

କୋଚି,୨୦ା୨(ଆଇଏଏନ୍‌ଏସ୍‌): ଏକ ଘରକୁ ଚୋରି କରିବା ପାଇଁ ଜଣେ ଚୋର ଯାଇଥିଲେ। ଘରେ ଆର୍ମି କ୍ୟାପ୍‌ ଦେଖି ତାହା ଜଣେ ପୂର୍ବତନ ସୈନିକଙ୍କ ଘର ବୋଲି ଜାଣିବା ପରେ ସେ ଚୋରି ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫେରିଆସିବା ପୂର୍ବରୁ ଚୋର ସେଠାରେ ଥିବା ମଦ ପିଇଦେଇଥିଲେ। ଏପରି କୌତୂହଳପୂର୍ଣ୍ଣ ଘଟଣା ଘଟିଛି କେରଳର କୋଚିସ୍ଥିତ ତ୍ରିପୁନିଥୁରାରେ। ବୁଧବାର ସକାଳେ ଶ୍ରମିକମାନେ ସମ୍ପୃକ୍ତ ପୂର୍ବତନ ସେନା ଅଧିକାରୀଙ୍କ ଘର ମରାମତି କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଘର ସାମ୍ନାପଟ କବାଟକୁ ଭାଙ୍ଗିଦିଆଯାଇଛି। କାନ୍ଥରେ ଚୋର ଲେଖିଥିବା କଥା ପଢ଼ି ସମସ୍ତେ ବିସ୍ମିତ ହୋଇଯାଇଛନ୍ତି। ଚୋର ଲେଖିଛନ୍ତି, ଏହା ଜଣେ ସେନା ଅଧିକାରୀଙ୍କ ଘର ବୋଲି ମୁଁ ଜାଣି ନ ଥିଲି। ହେଲେ ତାଙ୍କର ଟୋପି ଦେଖିବା ପରେ ଚୋରି କରିବା ନିଷ୍ପତ୍ତି ବଦଳାଇଦେଲି। ଅଫିସର, ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ଅନ୍ୟ ଏକ ସ୍ଥାନରେ ସେ ପୁଣି ଲେଖିଛନ୍ତି, ନିକଟସ୍ଥ ଏକ ଦୋକାନରୁ ସେ ଟଙ୍କା ଓ ବ୍ୟାଗ୍‌ ଚୋରି କରିଛନ୍ତି। ସେ ଯେହେତୁ ଟଙ୍କା ନେଇସାରିଛନ୍ତି, ବ୍ୟାଗ୍‌ଟିକୁ ଦୋକାନୀଙ୍କୁ ଫେରସ୍ତ କରାଯିବା ଉଚିତ। ସମ୍ପ୍ରତି ମଧ୍ୟପ୍ରାଚ୍ୟରେ କାର୍ଯ୍ୟରତ ଘର ମାଲିକ ଇସାକ୍‌ ମନି କହିଛନ୍ତି, ଏହି ଘଟଣା ପରେ ତାଙ୍କ ପାଖକୁ ଅନେକ ଫୋନ୍‌ କଲ ଆସିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ପୋଷ୍ଟର ଭାଇରାଲ: ଲକ୍ଷ୍ମୀବାଇଙ୍କ ସହ ତୁଳନା କଲେ ସମର୍ଥକ

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ନିଜ ରାଜନୈତିକ ଇତିହାସରେ ଲଗାତାର ଭାବେ ୨ଥର ଶୋଚନୀୟ ପରାଜୟର ସାମ୍‌ନା କରିଛି। ୨୦୧୪ ନିର୍ବାଚନରେ ୪୪ଆସନରେ ପଛରେ ରହିଥିବା ବେଳେ...

ଝିଅ ପ୍ରେମ ବିବାହ କରିବାରୁ ନର୍ମଦାରେ ବୁଡ଼ାଇବା ସହ ଲଣ୍ଡା କଲେ ପିତା, ଆଉ ତା’ ପରେ…

ଭୋପାଳ,୩୧ା୧୦: ଜଣେ ଯୁବତୀ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଯୁବତୀଙ୍କ ପିତା ଶୁଦ୍ଧିକରଣ ପାଇଁ ନର୍ମଦା ନଦୀରେ ବୁଡ଼ାଇବା ସହ ଲଣ୍ଡା କରିଦେଇଛନ୍ତି। ଏପରି...

ନିଲାମ ହେବ ୪୧ କୋଇଲା ବ୍ଲକ୍‌: ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ଦେଶର ୪୧ଟି କୋଇଲା ବ୍ଲକ୍‌ ନିଲାମ କରାଯିବ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

୨ ଯୁବତୀଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍‌

ଜଳନ୍ଧର, ୧୮।୧୦: ପଞ୍ଜାବର ଜଳନ୍ଧର ସହରରେ ସୋମବାର ପୋଲିସ ଭ୍ୟାନ୍‌ ମାଡ଼ିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।...

ଡବ୍ଲୁଏଚ୍‌ଓର ଚେତାବନୀ: ଆଗକୁ ଆସୁଛି ଆହୁରି ଖରାପ ସମୟ

ନୂଆଦିଲ୍ଲୀ,୬।୭: ଆମେରିକାକୁ ପୁଣିଥରେ ଫେରୁଛି କରୋନା ସଂକ୍ରମଣ। ଅନ୍ୟପଟେ ଭାରତ ଓ ବ୍ରାଜିଲରେ ଦିନକୁ ହଜାର ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ରବିବାର ସାରା ବିଶ୍ୱରେ...

ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ: ପିଓକେରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱଂସ

ନୂଆଦିଲ୍ଲୀ, ୧୦ା୯: ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଥିବା ପାକ୍‌ ସେନାର ଏକ ଶିବିର ଓ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ...

ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି ଆତଙ୍କବାଦୀଙ୍କ ଚେର

ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି...

ସୀମାରେ ଆଉ ୫୦ ହଜାର ସେନା ମୁତୟନ

ନୂଆଦିଲ୍ଲୀ, ୨୯ା୬: ଦୀର୍ଘ ୭୦ ବର୍ଷ ପରେ ଚାଇନା ପ୍ରତି ପୂର୍ବରୁ ଥିବା ପ୍ରତିରକ୍ଷା ଆଭିମୁଖ୍ୟ ବଦଳାଇଛି ଭାରତ। ଆକ୍ରୋଶ ଓ ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା...

Advertisement
Archives

Model This Week