Posted inଜାତୀୟ

ଚୋକ୍‌ସି, ମାଲ୍ୟାଙ୍କ ସମେତ ଖିଲାପକାରୀଙ୍କୁ ଋଣ କ୍ଷମା

ନୂଆଦିଲ୍ଲୀ,୨୯।୪: ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଅନାଦାୟ ଋଣ(ଏନ୍‌ପିଏ) ସ୍ତର ବଢ଼ିବା ଆଶଙ୍କା ରହିଛି। ଏଭଳି ସ୍ଥଳେ ବୃହତ୍‌ ପରିମାଣର ଋଣ ନେଇ ପରିଶୋଧ କରି ନ ଥିବା ୫୦ ଇଚ୍ଛାକୃତ ଖିଲାପକାରୀଙ୍କ ୬୮,୬୦୭ କୋଟି ଟଙ୍କାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ରାଇଟ୍‌ ଅଫ୍‌ କରିବା ଏବେ ସମସ୍ତଙ୍କୁ ଚକିତ କଲା ଭଳି ବିଷୟ ପାଲଟିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ଉପରଲିଖିତ ଋଣ ରାଇଟ୍‌ ଅଫ୍‌ କରାଯାଇଛି ବୋଲି ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମଗାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ରିଜର୍ଭ ବ୍ୟାଙ୍କ ଏହା କହିଛିି। ମେହୁଲ ଚୋକ୍‌ସି, ବିଜୟ ମାଲ୍ୟାଙ୍କ ଭଳି ବଡ଼ବଡ଼ିଆ ଏଭଳି ବୃହତ୍‌ ପରିମାଣର ଋଣ ନେଇ ଚମ୍ପଟ ମାରିଛନ୍ତି। ତେଣୁ ବହୁ ପରିମାଣର ଋଣ ଅର୍ଥ ବ୍ୟାଙ୍କକୁ ଆଉ ଫେରିବ ବୋଲି କୁହାଯାଇ ନ ପାରେ। ସାଧାରଣତଃ ଯେଉଁ ଋଣ ଫେରିବାର ଆଉ ସମ୍ଭାବନା ନ ଥାଏ, ତାହାକୁ ବ୍ୟାଙ୍କଗୁଡିକ ସେମାନଙ୍କ ହିସାବ ଖାତାରୁ ବାଦ୍‌ ଦେଇଥାନ୍ତି। ତାକୁ ରାଇଟ୍‌ ଅଫ୍‌ କୁହାଯାଏ।
ଗୀତାଞ୍ଜଳି ଜେମ୍‌ସ ମାଲିକ ମେହୁଲ ଚୋକ୍‌ସି ଖିଲାପକାରୀ ବ୍ୟକ୍ତିଙ୍କ ତାଲିକାର ଆଗରେ ଅଛନ୍ତି। ସେ ବ୍ୟାଙ୍କଗୁଡିକରୁ ୫,୪୯୨ କୋଟି ଟଙ୍କା ଋଣ ଠକେଇରେ ସମ୍ପୃକ୍ତ ଅଛନ୍ତି। ଏବେ ଆଣ୍ଟିଗୁଆ ପଳାୟନ କରି ସେଠାରେ ରହୁଛନ୍ତି। ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାର ପ୍ରୟାସ କରିଥିଲେ ମଧ୍ୟ ବର୍ତ୍ତମାନ ଯାଏ ସଫଳ ହୋଇ ନାହାନ୍ତି। ସେହିଭଳି ରେଇ ଆଗ୍ରୋ ନାମକ କମ୍ପାନୀ ଉପରେ ୪, ୩୧୪ କୋଟି ଏବଂ ଓ୍ବିନ୍‌ସମ୍‌ ଡାଇମଣ୍ଡ୍‌ ଉପରେ ୪,୦୭୬ କୋଟି ଟଙ୍କାର ଋଣ ରହିଛି। ଋଣ ରାଇଟ୍‌ ଅଫ୍‌ କରାଯାଇଥିବା ଅନ୍ୟ ପ୍ରମୁଖ କମ୍ପାନୀଗୁଡିକ ମଧ୍ୟରେ ରୋଟୋମାକ୍‌ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ୍‌ (୨,୮୫୦ କୋଟି), କୋଡୋସ୍‌ କେମି ଲିମିଟେଡ (୨,୩୨୬ କୋଟି), ରୁଚି ସୋୟା (୨,୨୧୨ କୋଟି), ଜୁମ୍‌ ଡେଭଲପର ପ୍ରାଇଭେଟ ଲିମିଟେଡ୍‌ର (୨,୦୧୨ କୋଟି) ଋଣ ଟଙ୍କା ରହିଛି।
ଏହି ତାଲିକାର ନବମ ସ୍ଥାନରେ ଥିବା ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାରଲାଇନ୍ସ ଉପରେ ୧,୯୪୩ ଟଙ୍କା ଋଣ ରହିଛି। ଏହାକୁ ମଧ୍ୟ ରାଇଟ୍‌ ଅଫ୍‌ କରାଯାଇଛି।

ମାଲ୍ୟା ଏବେ ଲଣ୍ଡନରେ ରହୁଥିବା ବେଳେ ତାଙ୍କୁ ମଧ୍ୟ ଭାରତ ଫେରାଇ ଆଣିବା ଲାଗି ଚେଷ୍ଟା ଜାରି ରହିଛି। ଅନ୍ୟପକ୍ଷରେ ଫରଏଭର ପ୍ରିସିୟସ ଜୁଏଲେରି ଆଣ୍ଡ୍‌ ଡାଇମଣ୍ଡ୍‌ ପ୍ରାଇଭେଟ ଲିମିଟେଡ୍‌ର ୧,୯୬୨ କୋଟି ଟଙ୍କା, ଡେକାନ କ୍ରନିକଲ୍‌ ହୋଲ୍ଡିଂ ଲିମିଟେଡ୍‌ର ୧,୯୧୫ କୋଟି ଟଙ୍କାର ଋଣକୁ ମଧ୍ୟ ବ୍ୟାଙ୍କଗୁଡ଼ିକ ଏବେ ହିସାବ ବାହାରେ ରଖିଥିବା ରିପୋର୍ଟରୁ ଜଣାପଡ଼ିିଛି। ଚୋକ୍‌ସିଙ୍କ ଅନ୍ୟ ଦୁଇ ଫାର୍ମ ଗିଲ୍‌ ଇଣ୍ଡିଆ ଏବଂ ନକ୍ଷତ୍ର ବ୍ରାଣ୍ଡ୍‌ ଉପରେ ଯଥାକ୍ରମେ ୧,୪୪୭ କୋଟି ଓ ୧,୧୦୯ କୋଟି ଟଙ୍କା ରହିଛି। ରେଇ ଆଗ୍ରୋ ଲିମିଟେଡ୍‌ର ଝୁନ୍‌ଝୁନ୍‌ଓ୍ବାଲା ବ୍ରଦର୍ସ ଏବେ ଇଡି ସ୍କାନରରେ ରହିଛନ୍ତି। ଓ୍ବିନ୍‌ସମ୍‌ ଡାଇମଣ୍ଡ ପ୍ରମୋଟରଙ୍କ ବିରୋଧରେ ସିବିଆଇ ଏବଂ ଇଡି ତଦନ୍ତ ଜାରି ରଖିଛନ୍ତି। ତାଲିକାର ୪ ନମ୍ବର ଖିଲାପକାରୀ ରୋଟୋମାକ୍‌ କମ୍ପାନୀର ପ୍ରମୋଟର ବିକ୍ରମ କୋଠାରିଙ୍କ ପୁଅ ରାହୁଲ କୋଠାରିଙ୍କୁ ସିବିଆଇ ଗିରଫ କରିଛି। ଋଣ ଖିଲାପକାରୀଙ୍କ ତାଲିକା ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ କିଛି ମାସ ତଳେ ସଂସଦରେ ଦାବି ଉଠାଇଥିଲେ। ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକ ସେଣ୍ଟ୍ରାଲ ରିପୋଜିଟୋରି ଅଫ୍‌ ଇନଫରମେଶନ ଅନ୍‌ ଲାର୍ଜ କ୍ରେଡିଟ୍‌ (ସିଆର୍‌ଆଇଏଲ୍‌ସି) ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କକୁ ବଡ଼ ଖିଲାପକାରୀଙ୍କ ଋଣ ରାଇଟ୍‌ ଅଫ୍‌ ସମ୍ପର୍କିତ ରିପୋର୍ଟ ଦେଇଥିଲେ। ସୂଚନା ଅଧିକାର କର୍ମୀ ସାକେତ ଗୋଖଲୀ ବଡ଼ ଋଣ ଖିଲାପକାରୀଙ୍କ ତଥ୍ୟ ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କକୁ ଫେବୃୟାରୀ ୧୬ରେ ଅନୁରୋଧ କରିଥିଲେ। ଏହି ସୂଚନା ଉପଲବ୍ଧ ନ ଥିବା ସେହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା। ହେଲେ ପରେ ଏପ୍ରିଲ ୨୪ରେ ଆର୍‌ବିଆଇ ଲିଖିତ ଭାବେ ଉତ୍ତର ରଖି ଏ ସମ୍ପର୍କିିତ ତଥ୍ୟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ

ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍‌କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ...

ଆତଙ୍କବାଦ ଚିନ୍ତାଧାରା ହଟାଇବା ପାଇଁ ହେବ ଉଦ୍ୟମ: ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ,୧୪।୧୦: ଭାରତରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ତେବେ ଏବେ ଏଭଳି ଚିନ୍ତାଧାରାକୁ ହଟାଇବା ପାଇଁ ଉଦ୍ୟମ କରାଯିବ। ପାକିସ୍ତାନ ଦେଶର ଶାସନ ବ୍ୟବସ୍ଥାରେ ଆତଙ୍କବାଦକୁ...

ଭୟଙ୍କର ଅଗ୍ନିକାଣ୍ଡ: ଜଣେ ମହିଳା ମୃତ

ମୁମ୍ବାଇ,୧୫।୨: ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଘଟିଥିବା ଜଣାପଡିଛି। ଚତୁର୍ଥ ମହଲାରୁ ଦଶମ ମହଲା...

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା...

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ...

‘ପୂଜା କଲେ ମାସ୍କ ଦରକାର ନାହିଁ’

କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର...

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଶର୍ଜିଲଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ,୨୯।୧: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶର୍ଜିଲ ଇମାମଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ବୁଧବାର ଦିଲ୍ଲୀ...

୪ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୫…

ନୂଆଦିଲ୍ଲୀ, ୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week