Posted inଜାତୀୟ

ଚୋକ୍‌ସି, ମାଲ୍ୟାଙ୍କ ସମେତ ଖିଲାପକାରୀଙ୍କୁ ଋଣ କ୍ଷମା

ନୂଆଦିଲ୍ଲୀ,୨୯।୪: ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଅନାଦାୟ ଋଣ(ଏନ୍‌ପିଏ) ସ୍ତର ବଢ଼ିବା ଆଶଙ୍କା ରହିଛି। ଏଭଳି ସ୍ଥଳେ ବୃହତ୍‌ ପରିମାଣର ଋଣ ନେଇ ପରିଶୋଧ କରି ନ ଥିବା ୫୦ ଇଚ୍ଛାକୃତ ଖିଲାପକାରୀଙ୍କ ୬୮,୬୦୭ କୋଟି ଟଙ୍କାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ରାଇଟ୍‌ ଅଫ୍‌ କରିବା ଏବେ ସମସ୍ତଙ୍କୁ ଚକିତ କଲା ଭଳି ବିଷୟ ପାଲଟିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ଉପରଲିଖିତ ଋଣ ରାଇଟ୍‌ ଅଫ୍‌ କରାଯାଇଛି ବୋଲି ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମଗାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ରିଜର୍ଭ ବ୍ୟାଙ୍କ ଏହା କହିଛିି। ମେହୁଲ ଚୋକ୍‌ସି, ବିଜୟ ମାଲ୍ୟାଙ୍କ ଭଳି ବଡ଼ବଡ଼ିଆ ଏଭଳି ବୃହତ୍‌ ପରିମାଣର ଋଣ ନେଇ ଚମ୍ପଟ ମାରିଛନ୍ତି। ତେଣୁ ବହୁ ପରିମାଣର ଋଣ ଅର୍ଥ ବ୍ୟାଙ୍କକୁ ଆଉ ଫେରିବ ବୋଲି କୁହାଯାଇ ନ ପାରେ। ସାଧାରଣତଃ ଯେଉଁ ଋଣ ଫେରିବାର ଆଉ ସମ୍ଭାବନା ନ ଥାଏ, ତାହାକୁ ବ୍ୟାଙ୍କଗୁଡିକ ସେମାନଙ୍କ ହିସାବ ଖାତାରୁ ବାଦ୍‌ ଦେଇଥାନ୍ତି। ତାକୁ ରାଇଟ୍‌ ଅଫ୍‌ କୁହାଯାଏ।
ଗୀତାଞ୍ଜଳି ଜେମ୍‌ସ ମାଲିକ ମେହୁଲ ଚୋକ୍‌ସି ଖିଲାପକାରୀ ବ୍ୟକ୍ତିଙ୍କ ତାଲିକାର ଆଗରେ ଅଛନ୍ତି। ସେ ବ୍ୟାଙ୍କଗୁଡିକରୁ ୫,୪୯୨ କୋଟି ଟଙ୍କା ଋଣ ଠକେଇରେ ସମ୍ପୃକ୍ତ ଅଛନ୍ତି। ଏବେ ଆଣ୍ଟିଗୁଆ ପଳାୟନ କରି ସେଠାରେ ରହୁଛନ୍ତି। ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାର ପ୍ରୟାସ କରିଥିଲେ ମଧ୍ୟ ବର୍ତ୍ତମାନ ଯାଏ ସଫଳ ହୋଇ ନାହାନ୍ତି। ସେହିଭଳି ରେଇ ଆଗ୍ରୋ ନାମକ କମ୍ପାନୀ ଉପରେ ୪, ୩୧୪ କୋଟି ଏବଂ ଓ୍ବିନ୍‌ସମ୍‌ ଡାଇମଣ୍ଡ୍‌ ଉପରେ ୪,୦୭୬ କୋଟି ଟଙ୍କାର ଋଣ ରହିଛି। ଋଣ ରାଇଟ୍‌ ଅଫ୍‌ କରାଯାଇଥିବା ଅନ୍ୟ ପ୍ରମୁଖ କମ୍ପାନୀଗୁଡିକ ମଧ୍ୟରେ ରୋଟୋମାକ୍‌ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ୍‌ (୨,୮୫୦ କୋଟି), କୋଡୋସ୍‌ କେମି ଲିମିଟେଡ (୨,୩୨୬ କୋଟି), ରୁଚି ସୋୟା (୨,୨୧୨ କୋଟି), ଜୁମ୍‌ ଡେଭଲପର ପ୍ରାଇଭେଟ ଲିମିଟେଡ୍‌ର (୨,୦୧୨ କୋଟି) ଋଣ ଟଙ୍କା ରହିଛି।
ଏହି ତାଲିକାର ନବମ ସ୍ଥାନରେ ଥିବା ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାରଲାଇନ୍ସ ଉପରେ ୧,୯୪୩ ଟଙ୍କା ଋଣ ରହିଛି। ଏହାକୁ ମଧ୍ୟ ରାଇଟ୍‌ ଅଫ୍‌ କରାଯାଇଛି।

ମାଲ୍ୟା ଏବେ ଲଣ୍ଡନରେ ରହୁଥିବା ବେଳେ ତାଙ୍କୁ ମଧ୍ୟ ଭାରତ ଫେରାଇ ଆଣିବା ଲାଗି ଚେଷ୍ଟା ଜାରି ରହିଛି। ଅନ୍ୟପକ୍ଷରେ ଫରଏଭର ପ୍ରିସିୟସ ଜୁଏଲେରି ଆଣ୍ଡ୍‌ ଡାଇମଣ୍ଡ୍‌ ପ୍ରାଇଭେଟ ଲିମିଟେଡ୍‌ର ୧,୯୬୨ କୋଟି ଟଙ୍କା, ଡେକାନ କ୍ରନିକଲ୍‌ ହୋଲ୍ଡିଂ ଲିମିଟେଡ୍‌ର ୧,୯୧୫ କୋଟି ଟଙ୍କାର ଋଣକୁ ମଧ୍ୟ ବ୍ୟାଙ୍କଗୁଡ଼ିକ ଏବେ ହିସାବ ବାହାରେ ରଖିଥିବା ରିପୋର୍ଟରୁ ଜଣାପଡ଼ିିଛି। ଚୋକ୍‌ସିଙ୍କ ଅନ୍ୟ ଦୁଇ ଫାର୍ମ ଗିଲ୍‌ ଇଣ୍ଡିଆ ଏବଂ ନକ୍ଷତ୍ର ବ୍ରାଣ୍ଡ୍‌ ଉପରେ ଯଥାକ୍ରମେ ୧,୪୪୭ କୋଟି ଓ ୧,୧୦୯ କୋଟି ଟଙ୍କା ରହିଛି। ରେଇ ଆଗ୍ରୋ ଲିମିଟେଡ୍‌ର ଝୁନ୍‌ଝୁନ୍‌ଓ୍ବାଲା ବ୍ରଦର୍ସ ଏବେ ଇଡି ସ୍କାନରରେ ରହିଛନ୍ତି। ଓ୍ବିନ୍‌ସମ୍‌ ଡାଇମଣ୍ଡ ପ୍ରମୋଟରଙ୍କ ବିରୋଧରେ ସିବିଆଇ ଏବଂ ଇଡି ତଦନ୍ତ ଜାରି ରଖିଛନ୍ତି। ତାଲିକାର ୪ ନମ୍ବର ଖିଲାପକାରୀ ରୋଟୋମାକ୍‌ କମ୍ପାନୀର ପ୍ରମୋଟର ବିକ୍ରମ କୋଠାରିଙ୍କ ପୁଅ ରାହୁଲ କୋଠାରିଙ୍କୁ ସିବିଆଇ ଗିରଫ କରିଛି। ଋଣ ଖିଲାପକାରୀଙ୍କ ତାଲିକା ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ କିଛି ମାସ ତଳେ ସଂସଦରେ ଦାବି ଉଠାଇଥିଲେ। ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କଗୁଡ଼ିକ ସେଣ୍ଟ୍ରାଲ ରିପୋଜିଟୋରି ଅଫ୍‌ ଇନଫରମେଶନ ଅନ୍‌ ଲାର୍ଜ କ୍ରେଡିଟ୍‌ (ସିଆର୍‌ଆଇଏଲ୍‌ସି) ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କକୁ ବଡ଼ ଖିଲାପକାରୀଙ୍କ ଋଣ ରାଇଟ୍‌ ଅଫ୍‌ ସମ୍ପର୍କିତ ରିପୋର୍ଟ ଦେଇଥିଲେ। ସୂଚନା ଅଧିକାର କର୍ମୀ ସାକେତ ଗୋଖଲୀ ବଡ଼ ଋଣ ଖିଲାପକାରୀଙ୍କ ତଥ୍ୟ ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କକୁ ଫେବୃୟାରୀ ୧୬ରେ ଅନୁରୋଧ କରିଥିଲେ। ଏହି ସୂଚନା ଉପଲବ୍ଧ ନ ଥିବା ସେହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା। ହେଲେ ପରେ ଏପ୍ରିଲ ୨୪ରେ ଆର୍‌ବିଆଇ ଲିଖିତ ଭାବେ ଉତ୍ତର ରଖି ଏ ସମ୍ପର୍କିିତ ତଥ୍ୟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri