ଚେକଡ୍ୟାମ ଭୁଶୁଡିଲା:୩୦୦ ହେକ୍ଟର ଜମିକୁ ପ୍ରଭାବିତ

ସିନାପାଲି,୧୧।୮(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି ବ୍ଲକସ୍ଥିତ ଖଇରପଦର ତଲଝରିଆ ନାଳ ଚେକ୍‌ଡ୍ୟାମ ଭୁଶୁଡି ପଡ଼ିଛି। ଏଥିଯୋଗୁ ୫୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୩୦୦ ହେକ୍ଟର ଜମି ଜଳସେଚନ ପ୍ରଭାବିତ ହେବ। ଫଳରେ ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଏହି ଚେକ ଡ୍ୟାମ ନିମାଣ ହେବା ଫଳରେ ଖଇରପଦର ଓ ଛୋଟଦର୍ଲିପଡା ଗ୍ରାମର ଚାଷୀ ଉପକୃତ ହେଉଥିଲେ । ବର୍ଷାରେ ଏହି ଚେକଡ୍ୟାମ ପାଣି ମଡାଇ ଲୋକେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଚାଷ ଜମିଗୁଡିକ ବାଲି ଅଞ୍ଚଳ ହୋଇଥିବା ବେଳେ ବର୍ଷା ପାଣି ଶୀଘ୍ର ଶୁଖିଥାଏ । ଫଳରେ ଅନେକାଂଶ ସମୟରେ ଅତ୍ୟଧିକ ପାଣିର ଆବଶ୍ୟକ ପଡିଥାଏ । ଦୀର୍ଘ ୧୦ ବର୍ଷ ଧରି ଏହି ଡ୍ୟାମ ଉପରେ ଅଞ୍ଚଳବାସୀ ନିର୍ଭର କରୁଥିଲେ । ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ଡ୍ୟାମର ଡାହାଣ ଭାଗରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ବନ୍ୟା ପାଣି ଅନ୍ୟ ସ୍ଥାନରେ ପ୍ରବାହିତ ହେଉଛି । ଫଳରେ ଚାଷ ଜମିକୁ ପାଣି ନ ମାଡିବା ନେଇ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଖଡିଆଳ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଗତ ୨୦୧୦ରେ ଚେକଡ୍ୟାମ ନିର୍ମାଣ ହୋଇଥିଲା । ଏହି ଚେକଡ୍ୟାମ ପାଇଁ ଗୋବର୍ଦ୍ଧନ ମାଝି, ତୁଳସୀରାମ ମାଝି, ବୁଟିରାମ ମାଝି, ସୃଜନ ସିଂ ମାଝି, ଭୁଜବଲ ମାଝି, ରାମସିଂ ମାଝି, ଟିକେଶ୍ୱର ମାଝି, ନିଳକଣ୍ଠ ମାଝିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଏହି ଚେକ ଡ୍ୟାମ ଭୁଶୁଡିବା ଯୋଗୁ ଜଳସେଚନ ପାଇବାରୁ ବଞ୍ଚତ୍ତ ହେବେ । ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଏସ ମିଶ୍ରଙ୍କୁ ପଚାରିବାରୁ ତଦନ୍ତ କରି ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲା ପରିଷଦ ସଦସ୍ୟ ଗିରିରାଜ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦୁଇଟି ଗାଁର ଚାଷୀଙ୍କ ଏହି ଚେକ ଡ୍ୟାମ ଚାଷ କାର୍ଯ୍ୟରେ ବହୁ ଉପଯୋଗି ହେଉଥିଲା । ଏବେ ଭାଙ୍ଗିଯିବା ଫଳରେ ଚାଷୀ ଚିନ୍ତିତ ଅଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଉପସ୍ଥାପନ କରି ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri