ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ତନ୍ମଧ୍ୟରୁ ପୂର୍ତ୍ତ ବିଭାଗର କେତୋଟି ଡ୍ରେନକୁ ବାଦ୍‌ ଦେଲେ ବାକି ସବୁ ବିଏମ୍‌ସି ଦ୍ୱାରା ରକ୍ଷଣାବେକ୍ଷଣ ହୋଇଥାଏ। ୬୭ଟି ଓ୍ବାର୍ଡ ମଧ୍ୟରୁ ୩୦ରୁ ୩୫ଟି ଓ୍ବାର୍ଡରେ ଡ୍ରେନେଜ୍‌ ପୁନରୁଦ୍ଧାର, ସଫେଇ ଓ ନୂଆ ଡ୍ରେନ ନିର୍ମାଣ କାମ ସରିଥିବା ଜଣାପଡ଼ିଛି। ଅନ୍ୟ ୩୨ଟି ଓ୍ବାର୍ଡରେ ସ୍ଥିତି ନ କହିବା ଭଲ। କେଉଁଠି କାର୍ଯ୍ୟ ମନ୍ଥର ତ କେଉଁଠି ଆରମ୍ଭ ହୋଇନାହିଁ। ମୁଖ୍ୟ ଡ୍ରେନ ବ୍ୟତୀତ ଅନ୍ୟ ସମସ୍ତ ଡ୍ରେନରେ ଢାଙ୍କୁଣି ପକାଇବା ଲାଗି ବିଏମ୍‌ସିକୁ ନିର୍ଦ୍ଦେଶ ରହିଛି। ହେଲେ କର୍ତ୍ତୃପକ୍ଷଙ୍କ ଅବହେଳା ଓ ମନମୁଖି ଯୋଗୁ ଏବେ ବି ରାଜଧାନୀର ୩୦ରୁ ୪୦ ପ୍ରତିଶତ ଡ୍ରେନରେ ଢାଙ୍କୁଣି ପଡି ପାରିନାହିଁ। ମୁକୁଳା ପଡ଼ିଥିବା ଡ୍ରେନ୍‌ଗୁଡ଼ିକରେ ପିଲା, ବୃଦ୍ଧାବୃଦ୍ଧ ଖସିପଡ଼ି ଆଘାତପ୍ରାପ୍ତ ହେଉଛନ୍ତି। ଏପରି କି ଅନେକ ସମୟରେ ଲୋକଙ୍କ ଜୀବନ ଯାଉଛି। ଗୁରୁବାର ସନ୍ଧ୍ୟାରେ ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ସାଲିଆସାହି ଆଦିବାସୀ ଗଁ।ର ବୃଦ୍ଧା ଟି.ଆକାମ୍ମା ଖସିପଡ଼ିଥିଲେ। ଫଳରେ ପାଣି ସ୍ରୋତରେ ସେ ଭାସିଯାଇ ପ୍ରାଣ ହରାଇଥିଲେ। ଏହି ଘଟଣାର ୨୪ ଘଣ୍ଟା ପରେ ବି ଉକ୍ତ ଡ୍ରେନ୍‌ରେ ଢାଙ୍କୁଣି ପକାଯାଇନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏ ନେଇ ଲୋକେ ସଚେତନ ହେଉନାହାନ୍ତି। ଡ୍ରେନ ଉପରେ ଯାତାୟାତ କରୁଛନ୍ତି। ବେପରୁଆ ଭାବେ ଯାତାୟାତ କରିବା ଦ୍ୱାରା ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ମୃତ ବୃଦ୍ଧା ଟି ଆକ୍କାମ୍ମାଙ୍କ ସ୍ବାମୀ ଟି ମଧାୟାଙ୍କୁ ବିଏମ୍‌ସି ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

କ୍ଷତିପୂରଣ, ତଦନ୍ତ ନିର୍ଦ୍ଦେଶ ପାଇଁ ଓଏଚ୍‌ଆରସିରେ ଅଭିଯୋଗ
ଭୁବନେଶ୍ୱର, ୨୬ା୭(ବ୍ୟୁରୋ): ବିଏମ୍‌ସିର ବେପରୁଆ ମନୋଭାବ ଯୋଗୁ ମୁକୁଳା ଡ୍ରେନରେ ବୃଦ୍ଧା ଭାସିଯାଇ ମୃତ୍ୟୁ ବରଣ କଲେ। ତେଣୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ତଦନ୍ତ ନିର୍ଦ୍ଦେଶ ଦାବିରେ ଓଡ଼ିିଶା ବିକାଶ ପରିଷଦ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ଏହି ପିଟିଶନ ଦାଖଲ କରିଛନ୍ତି। ରାଜ୍ୟ ସରକାର କ୍ଷତିପୂରଣ ଦେବା ସହ ଘଟଣାର ତଦନ୍ତ କରିବାକୁ ସେ ତାଙ୍କ ପିଟିଶନରେ ମାନବାଧିକାର କମିଶନଙ୍କୁ ନିବେଦନ ଜଣାଇଛନ୍ତି।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା

ଡ୍ରେନରେ ଭାସି ପ୍ରାଣ ହରାଇଥିବା ଟି. ଆକାମ୍ମାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସହାୟତା ରାଶି ପ୍ରଦାନ କରାଯାଇଛି। ବିଧାୟକ ରାଉତ ୬୦ ହଜାର ଟଙ୍କା ନଗଦ ଦେବା ସହ ୫୦ ହଜାର ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏ ଅବସରରେ ସେ କହିଛନ୍ତି, ନଗଦ ଟଙ୍କାରେ ତାଙ୍କ ପରିବାର ଲୋକେ ଶୁଦ୍ଧ କର୍ମ କରିବେ। ହଠାତ୍‌ ତାଙ୍କ ପରିବାର ଉପରେ ଏପରି ଏକ ସମସ୍ୟା ଦେଖାଦେଇଛି। ଏଥିପାଇଁ କେହି ବି ପ୍ରସ୍ତୁତ ନ ଥିବେ। ସେଥିପାଇଁ ଏହି ସହାୟତା ରାଶି ଦିଆଯାଇଛି ବୋଲି ସେ କହିଥିଲେ। ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ରାଉତ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ କରିଥିଲେ।
ସେହିପରି ବିଏମ୍‌ସି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ଟାରେ କମିଶନରଙ୍କ ଘୋଷଣା ଅନୁଯାୟୀ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିଲା। ଜୋନାଲ ଗୋଷ୍ଠୀ ସଙ୍ଗଠକ ପ୍ରଶାନ୍ତ କୁମାର ରାଉତ ଓ ଗୋଷ୍ଠୀ ସଙ୍ଗଠକ ରଶ୍ମିତା ମହାନ୍ତି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏହି ସହାୟତା ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଆଉ ୧ ଲକ୍ଷ ୭୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ। ଯାହାକୁ ବିଧାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ,୪।୧୧(ସ୍ବ.ପ୍ର.): ଆଜି ପଞ୍ଚକ ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କୁ ଏଲ୍‌ଇଡିରେ ଦର୍ଶନ କରୁଛନ୍ତି ଭକ୍ତ। ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା...

ସ୍ମିତାରାଣୀଙ୍କ ହତ୍ୟା ଲୁଚାଇବାକୁ ଷଡ଼ଯନ୍ତ୍ର: ନରସିଂହ

ଭୁବନେଶ୍ୱର, ୨୧।୧୧ (ବ୍ୟୁରୋ): ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ...

ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମୋବାଇଲ ଫୋନ୍‌ , ଟଙ୍କା ଲୁଟ୍‌

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନାମରେ ପୁଣି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ। ସୋମବାର ମୃତ କରୋନା ରୋଗୀ ମଧୁସୂଦନ...

ଆଜି ଭୁବନେଶ୍ୱରରୁ ମାତ୍ର ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଲୋକାଲ କେସ୍‌ ଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍‌ରୁ...

ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ...

କାର୍ଯ୍ୟରେ ଅବହେଳା: ବିଏଲଓ ନିଲମ୍ବିତ: ୨୭ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର ଅଫିସ,୬।୧୧: ଗତ ସେପ୍ଟେମ୍ବର ୧୫ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ଚଳିତ ମାସ ୧୮ତାରିଖ ସୁଦ୍ଧା ସାରିବାକୁ ସମୟସୀମା ନିର୍ଦ୍ଧାରିତ...

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ମହିଳା ଗିରଫ, ସ୍ବାମୀ ଫେରାର

କଟକ ଅଫିସ/ଆଠଗଡ,୨୫।୭(ସ୍ବ.ପ୍ର.) କଟକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଚଢାଉ କରାଯାଇ ୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।...

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର...

Advertisement
Archives

Model This Week