ଚିଲିକାରେ ଘେରି ଉଚ୍ଛେଦକୁ ବିରୋଧ: ପେସାଦାର ମତ୍ସ୍ୟଜୀବୀଙ୍କ ଧାରଣା ୮ମ ଦିନରେ

କୃଷ୍ଣପ୍ରସାଦ,୩ା୧୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରି ଉଚ୍ଛେଦକୁ ବିରୋଧ କରି ଚିଲିକା ଦ୍ୱୀପାଞ୍ଚଳ ପେସାଦାର ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ଚାଲିଥିବା ଧାରଣା ସୋମବାର ୮ମ ଦିନରେ ପହଞ୍ଚତ୍ଛି। ୮ଦିନ ପରେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି। ଅନ୍ୟପକ୍ଷେ ଆନ୍ଦୋଳନରେ ଅଞ୍ଚଳବାସୀ ସାମିଲ ହୋଇଥିବାରୁ ଜମିରେ ପାଚିଥିବା ଧାନ ଫସଲ ନଷ୍ଟ ହେବାକୁ ବସିଛି। ବାର୍‌ହା ପଶି ଧାନ ଫସଲ ନଷ୍ଟ କରୁଛନ୍ତି। ଶ୍ରମିକମାନେ ମଧ୍ୟ କାମଧନ୍ଦାକୁ ଯାଇପାରୁ ନାହାନ୍ତି। ପେସାଦାର ମତ୍ସ୍ୟଜୀବୀ ମହାସଂଘ ସଭାପତି କେଳୁ ଚରଣ ଜେନା, ସମ୍ପାଦକ କବିରାଜ ମାଝି, ୩୫ ମୌଜା ସଭାପତି ଦାମୋଦର ବିଶ୍ୱାଳ, ସୁରେନ୍ଦ୍ର ନାଥ ମାଝି, ଦୀନବନ୍ଧୁ ଜେନା, ହେମନ୍ତ କୁମାର ଜେନା,ଏକାଦଶୀ ଜେନା, ଶ୍ରୀଧର ପଲେଇ, ମହେଶ୍ୱର ଜେନା, କେଦାର ନାଥ ସାହୁ, ହେମନ୍ତ ପଣ୍ଡା, ସୁକାନ୍ତ ମହାପାତ୍ର, ଶରତ ଚନ୍ଦ୍ର ଜେନା, ହିରଣ୍ୟ କୁମାର ଜେନା, ବିଦ୍ୟାଧର ପଲେଇ ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ, ସରକାର ଖୁବ୍‌ ଶୀଘ୍ର ଘେରି ଉଚ୍ଛେଦ ବନ୍ଦ କରିବାକୁ ନିର୍ଦ୍ଦେଶ ନ ଦେଲେ ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ରାସ୍ତାରୋକୋ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା...

ବ୍ୟାଙ୍କରେ ଭିଡ଼: ମ୍ୟାନେଜରଙ୍କୁ ତାଗିଦ

ପିପିଲି,୧୬ା୪(ଡି.ଏନ.ଏ): ସାତଶଙ୍ଖ ଆନ୍ଧ୍ରା ବ୍ୟାଙ୍କରେ ବୁଧବାର ଅସମ୍ଭାଳ ଭିଡ଼ ଲାଗିଥିଲା। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା। ଉଜ୍ୱଳା ଯୋଜନାରେ ଗ୍ୟାସ ବାବଦ ଟଙ୍କା...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ...

୨୫ଦିନରେ ଧାରଣା, ମିଳୁନି ସୁଫଳ

ବରଗଡ଼ ଅଫିସ୍‌,୨୨ା୩: ବରଗଡ଼ ଜିଲା ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କର୍ମଚାରୀ ସଂଘ ଜିଲାପାଳଙ୍କ ଅଫିସ ଆଗରେ...

ଏଥର ବି ରଜ ଫିକା

କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ...

ବ୍ରିଜ୍‌ ପାଇଁ କାଳ ବାଲିଖାଦାନ

ଯାଜପୁର ଅଫିସ,୭ା୪: ନିର୍ମାଣ ଓ ଖଣି ପୋତା କାର୍ଯ୍ୟ ପାଇଁ ନଦୀ ବାଲିର ଆବଶ୍ୟକତା ବଢିଛି। ତେଣୁ ସରକାର ବାଲି ଖାଦାନ ଲିଜ୍‌ ପ୍ରଦାନ ପାଇଁ...

ଭାଜପା ଛାଡି ବିଜେଡିରେ ଯୋଗଦେଲେ ୨୦ ସମିତିସଭ୍ୟାସଭ୍ୟ: ଜୁନାଗଡ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଆସନ ଟଳମଳ

ଜୁନାଗଡ,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୦ଜଣ ସମିତିସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର...

୨୮ରେ ଅନୁଗୋଳ ଓକିଲ ସଂଘ ନିର୍ବାଚନ

ଅନୁଗୋଳ ଅଫିସ୍‌, ୧୭।୩- ଅନୁଗୋଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଗତ ୧୩ ତାରିଖରେ ଏ ନେଇ...

Advertisement
Archives

Model This Week