ଚିନ୍ତା ବଢ଼ାଉଛି ଗଞ୍ଜାମ: ଶେରଗଡ଼ରେ ସରପଞ୍ଚମାନଙ୍କ ସହ ୫-ଟି ସଚୀବଙ୍କ ସମୀକ୍ଷା; କହିଲେ ‘୩୦ ତାରିଖ ଯାଏ ଅପେକ୍ଷା କର’

ଶେରଗଡ଼,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଶୁକ୍ରବାର କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲାରେ ପ୍ରସ୍ତୁତି ଏବଂ କାମ ଠିକ୍‌ ଭାବେ ଚାଲିଛି। ମେ ୩୦ ତାରିଖ ପରେ ସବୁ ଠିକ ହୋଇଯିବ ବୋଲି ୫ଟି ସଚିବ କହିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,୫-ଟି ସଚିବ ପାଣ୍ଡିଆନ, ଉନ୍ନୟନ କମିଶନର ମହାପାତ୍ର ହେଲିକପ୍ଟର ଯୋଗେ ଗଜପତିରୁ ଶେରଗଡ଼ ମହାତ୍ମାଗାନ୍ଧୀ ଖେଳ ପଡ଼ିଆରେ ଓହ୍ଲାଇ ଥିଲେ। ପରେ କାର ଯୋଗେ ବ୍ଲକ ସଭା ଗୃହରେ ପହଞ୍ଚି କରୋନା ମୁକିବିଲା ନେଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଶେରଗଡ଼ ବ୍ଲକରେ ଥିବା ୫୮ଟି କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ଅବସ୍ଥା ବିଷୟରେ ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ପଚାରି ବୁଝିଥିଲେ। କେନ୍ଦ୍ରମାନଙ୍କରେ ପରିଚାଳନା ବ୍ୟବସ୍ଥା ଠିକ ଚାଲିଥିବା କଥା ସମୀର ପ୍ରଧାନ କହୁଥିଲେ। ଏହାପରେ ସମସ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ପରିଚାଳନାଗତ ସମାସ୍ୟା ଉପରେ ସରପଞ୍ଚ ମାନଙ୍କୁ ପଚାରିଥିଲେ। ଆପଣମାନଙ୍କ ପାଇଁ ହିଞ୍ଜଳିିଠାରେ କୋଭିଡ୍‌ ହସ୍ପିଟାଲ ବ୍ୟବସ୍ଥା କରାଯାଉଛି। ଅତିଶିଘ୍ର ତାହା କାର୍ଯ୍ୟକ୍ଷମ ହେବ। ବ୍ଲକର ଲୋକମାନେ ଘରେ ରୁହନ୍ତୁ। ସରକାରଙ୍କ ନିୟମ ମାନନ୍ତୁ। ଆଉ ୩୦ଦିନ ମଧ୍ୟରେ ଓଡ଼ିଶାର ଅବସ୍ଥା ଠିକ ହୋଇ ଯିବ। ଉପସ୍ଥିତ ସରପଞ୍ଚମାନେ କାମ ଠିକ କରନ୍ତୁ। ଆପଣଙ୍କ ପଞ୍ଚାୟତର ସୁରକ୍ଷା ଆପଣଙ୍କ ହାତରେ ବୋଲି କହିଥିଲେ । ସରପଞ୍ଚମାନେ ଗୋଟିଏ ଗୋଟିଏ ଯୋଦ୍ଧା। ଏଣୁ ଆପଣଙ୍କ ହାତରେ ଆମେ କ୍ଷମତା ଦେଇଛୁ। ତାର ସଠିକ ଉପଯୋଗ କରନ୍ତୁ। ସରକାର ଏଦିଗରେ ଆପଣଙ୍କ ନାଁରେ ୫୦ଲକ୍ଷର ବୀମା ଘୋଷଣା କରିଛନ୍ତି ଅଧିକାରୀମାନେ କହିଥିଲେ। ସେହିଭଳି ଉପସ୍ଥିତ ନେତା ଓ ଅଧିକାରୀ ମାନଙ୍କୁ କରୋନା ମୁକାବିଲାରେ ଠିକ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୮ରେ ଓଡ଼ିଶା ବନ୍ଦ, ସଫଳ କରିବାକୁ ଛତ୍ରପୁରରେ ପଥପ୍ରାନ୍ତ ସଭା

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ): ଏମଏମଡ଼ିଆର ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେସ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ଏସଆଇଆର ପ୍ରତ୍ୟାହାର କରିବା, ଗଣଶିକ୍ଷା…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?