ଚିନ୍ତନ ବୈଠକ ବିଷୟରେ ନେତାଙ୍କଠାରୁ ପଚାରି ବୁଝିଲେ ନିରଞ୍ଜନ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ବୁଧବାର ଚିନ୍ତନ ବୈଠକ କରାଯାଇଥିଲା। ଶୁକ୍ରବାର ଉକ୍ତ ବୈଠକରେ ଯୋଗ ଦେଇଥିବା କିଛି ନେତାଙ୍କୁ ନିଜ ବାସଭବନକୁ ଡାକି କଥା ହୋଇଛନ୍ତି ନିରଞ୍ଜନ। କ’ଣ ପାଇଁ ଏଭଳି ବୈଠକ କଲ ଏବଂ ଗଣମାଧ୍ୟମ ସମ୍ମୁଖରେ କାହିଁକି ଏସବୁ କହୁଛ ବୋଲି ସେ ପଚାରିଛନ୍ତି। କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରକୁ ମିଡିଆ ସମ୍ମୁଖକୁ କାହିଁକି ନେଉଛ ସେ ବିଷୟରେ ପଚାରିଛନ୍ତି।

ପ୍ରକାଶଯୋଗ୍ୟ, ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ସହ ତାଙ୍କ ସ୍ଥାନରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ବସାଇବା ଲାଗି ଉକ୍ତ ବୈଠକ ହୋଇଥିଲା। ସେଥିରେ ନିରଞ୍ଜନ ପିସିସିକୁ ଠିକ୍‌ ଭାବେ ନେତୃତ୍ୱ ଦେଇପାରୁ ନ ଥିବା ଏବଂ ଦଳରେ ଆମୁଳଚୂଳ ପରିବର୍ତ୍ତନ ହେବାର ଆବଶ୍ୟକତା ଥିବା ନେତାମାନେ ମତ ରଖିଥିଲେ। ଏପରିକି ଏହାକୁ ନେଇ ନିରଞ୍ଜନ ପ୍ରତିକ୍ରିୟା ରଖି ସଭାପତି ରହିବାକୁ ଚାହୁଁନି, ମୋତେ ମୁକ୍ତି ଦିଅ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ: ୨ ହଜାର ଟପିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି।...

ରାଉରକେଲା ଏୟାରଷ୍ଟ୍ରିପ୍‌ରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ

ଭୁବନେଶ୍ୱର, (ବ୍ୟୁରୋ)/ ରାଉରକେଲା ଅଫିସ, ୧୬।୨: ବେସାମରିକ ବିମାନ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶିକା ଉଷା ପାଢ଼ୀ ସୋମବାର ରାଉରକେଲା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି। ଏଥିସହ ରାଉରକେଲା...

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ଲୋୟର ପିଏମ୍‌ଜିରେ ଛାତ୍ରୀଛାତ୍ରଙ୍କ ଧାରଣା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର। ଗୁରୁବାର ରାଜଧାନୀର ଲୋୟର ପିଏମ୍‌ଜିଠାରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ...

୨୯ ତାରିଖ ମଧ୍ୟରେ ବାତିଲ ହେବ ଏକାଧିକ ଟ୍ରେନ୍‌

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଛଅ ପାସେଞ୍ଜର ଟ୍ରେନ ଓ ଦୁଇ ଏକ୍ସପ୍ରେସ...

ଭୁବନେଶ୍ୱରରେ ବର୍ଷକରେ ୨୫୮ ଅପହରଣ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବିଭିନ୍ନ ଥାନାରେ ଏବର୍ଷ ୨୫୮ଟି ଅପହରଣ ମାମଲା ରୁଜୁ କରାଯାଇଛି। ଏଥିମଧ୍ୟରୁ ୧୪୭ଟି ମାମଲାର ତଦନ୍ତ ଶେଷ କରାଯାଇଥିବାବେଳେ...

ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ

ବାଳକାଟୀ,୮।୧୨(ଡି.ଏନ୍‌.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ରବିବାର ରାତିରେ ପରଲୋକ...

୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ପାଗ ମେଘୁଆ ରହୁଥିବାରୁ ତାତି ଗତ କିଛିଦିନ ହେବ ତାପମାତ୍ରା କମ୍‌ ରହିଛି। ଶନିବାର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ...

ଟିକାକରଣକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩୦।୪: ସରକାର ମେ’ ୧ରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଘୋଷଣା କରିଥିଲେ। ମାତ୍ର ଟିକାକରଣ ନେଇ ଏବେ ଦ୍ୱନ୍ଦ୍ୱ...

Advertisement
Archives

Model This Week