ଚିକିତ୍ସା ପାଇଁ ଏମ୍‌ସରେ ଭର୍ତ୍ତି ହେଲେ ଶୀତଲ

ଭଦ୍ରକ ଅଫିସ, ୨୩।୬ – ୧୧ ମାସ ପୂର୍ବେ ଭଦ୍ରକ ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାରେ ଆହତ ହୋଇଥିବା ଶୀତଲ ସାହୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକ ତିନିଦିନ ତଳେ ଘୋଷଣା କରିଥିଲେ। ବିଧାୟକ ମଲ୍ଲିକଙ୍କ ଉଦ୍ୟମକ୍ରମେ ଜିଲା ପ୍ରଶାସନର ମିଳିତ ସହାୟତାରେ ରବିବାର ଶୀତଲଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶୀତଲଙ୍କୁ ତାଙ୍କ ଘରୁ ଡାକ୍ତରଖାନାକୁ ନିଆଯାଇଛି। ବିଧାୟକ ମଲ୍ଲିକ ସେଠାରେ ପହଞ୍ଚି ଶୀତଲ କିଭଳି ଶୀଘ୍ର ଭଲ ହୋଇପାରିବେ ସେ ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।
ପ୍ରକାଶ ଯେ, ଦୁର୍ଘଟଣାରେ ଗୁରୁତର ଶୀତଲ ଶଯ୍ୟାଶାୟୀ ଥିବା ଖବର ଗଣମାଧ୍ୟମରୁ ଜାଣିବା ପରେ ବିଧାୟକ ଗୁରୁବାର ସନ୍ଧ୍ୟାରେ ଶୀତଲଙ୍କ ଘର ରାହାଞ୍ଜକୁ ଯାଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଶୀତଲଙ୍କୁ ନିଜ ଧର୍ମ ଝିଅ ଭାବେ ଆଦରି ନେଇ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବେ ବୋଲି ତାଙ୍କ ବାପା ସୁବାସଙ୍କୁ ବିଧାୟକ ଆଶ୍ୱାସନା ଦେଇଥିଲେ। ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜଳନ୍ଧର ମଣ୍ଡଳ, ବିଧାୟକଙ୍କ ସହଯୋଗୀ ଲାଲାଲଳିତ ନାୟକ, ଶୀତଲଙ୍କ ବାପା ସୁବାସ ପ୍ରମୁଖ ମେଡିକାଲ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା...

ପାଇଥିବା ମନିପର୍ସ ଫେରାଇଲେ

ରୂପସା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତ ବାରିଦା ଗ୍ରାମର ସହୃଦୟ ଯୁବକ ଗଦାଧର ମହତା ମାନବିକତା ଦେଖାଇଛନ୍ତି। ପାଇଥିବା ପଇସା ଭର୍ତ୍ତି...

ପାଗରେ ଅବନତି, ଦୁଇ ରାଜ୍ୟରେ ସତର୍କତା

ଭୋଗରାଇ,୨୪।୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ସାଗରଦ୍ୱୀପ ମଧ୍ୟସ୍ଥଳରେ ସ୍ଥଳଭାଗ ଛୁଇଁବ ବୋଲି...

ଲକର ଖୋଲି ନ ପାରି ଲୁଟିନେଲେ ୫ କଏନ ବସ୍ତା

ବସ୍ତା, ୨୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ମୁକୁଳିସିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶନିବାର ରାତିରେ ଡକାୟତି ହୋଇଥିବା ଜଣାପଡିଛି। ରବିବାର ଛୁଟି ଥିବାରୁ ଏହା...

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

ଧସୁଛି ରାସ୍ତା, ଆଡ଼ିବନ୍ଧ: ବିପଦରେ ୪ ଗାଁ

ବାଲେଶ୍ୱର ଅଫିସ, ୧।୬-ବୁଢ଼ାବଳଙ୍ଗ ନଦୀଗର୍ଭକୁ ଧସି ପଡୁଛି ଆଡ଼ିବନ୍ଧ ସହ ରାସ୍ତା। ବିପଦରେ ୪ଖଣ୍ଡ ଗଁାର ବାସିନ୍ଦା। ଜିଲା ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ...

ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ...

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ

ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ...

Advertisement
Archives

Model This Week