ଚା ପିଇଲେ ସୁସ୍ଥ ରହିବ ମସ୍ତିଷ୍କ

ସିଙ୍ଗାପୁର: ଆପଣ ଚା’ ପିଅନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଦିନ ଚା’ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଚା’ ନ ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ତୁଳନାରେ ଅଧିକ ସୁସ୍ଥ ଓ ସଂଗଠିତ। ଏଭଳି ରିପୋର୍ଟ ଏଜିଂ ନାମକ ଏକ ଜର୍ନାଲରେ ପ୍ରକାଶ ପାଇଛି। ସର୍ଭେରେ ୩୬ ଜଣ ବୟୋଜ୍ୟେଷ୍ଠଙ୍କ ନ୍ୟୁରୋଇମେଜିଙ୍ଗ୍‌ ତଥ୍ୟକୁ ନେଇ ପରୀକ୍ଷଣ କରିବା ପରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି।
ଚା’ ପିଇବା ଦ୍ୱାରା ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ଭାବେ ଚା’ ପିଇଲେ ବାର୍ଦ୍ଧକ୍ୟରେ ମସ୍ତିଷ୍କ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ। ତେବେ ଚା’ପିଇବାର ଉପକାରିତା ବାବଦରେ ଏହା ହେଉଛି ସର୍ବପ୍ରଥମ ସର୍ଭେ ରିପୋର୍ଟ ବୋଲି କହିଛନ୍ତି ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁରର ଆସିଷ୍ଟାଣ୍ଟ ପ୍ରଫେସର ଫେଙ୍ଗ୍‌ ଲେଇ।
ଗବେଷକଙ୍କ ମତାନୁସାରେ, ଚା’ ପିଇଲେ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ଏବଂ ମାନସିକ ଓ ହୃଦୟଜନିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏହି ଗବେଷଣାରେ ୟୁନିଭର୍ସିଟି ଅଫ୍‌ ଆସେକ୍ସ ଏବଂ ୟୁକେସ୍ଥିତ ୟୁନିଭର୍ସିଟି ଅଫ୍‌ କାମ୍ବ୍ରିଜ୍‌ର ଗବେଷକମାନେ ସାମିଲ ହୋଇଥିଲେ। ୬୦ବର୍ଷ ଏବଂ ତାହାଠୁ ଊର୍ଦ୍ଧ୍ୱ ବୟସର ୩୬ଜଣ ବୟସ୍କଙ୍କୁ ନେଇ ସେମାନଙ୍କ ମାନସିକ ସ୍ଥିତି, ଜୀବନଶୈଳୀ ଓ ଚିନ୍ତାଶକ୍ତି ଉପରେ ଗବେଷଣା କରାଯାଇଥିଲା। ୨୫ ବର୍ଷ ଯାଏ ଯେଉଁ ବ୍ୟକ୍ତିମାନେ ନିୟମିତ ନାଲି ଚା’, ହର୍ବାଲ୍‌ ଚା’, ଗ୍ରୀନ୍‌ ଟି ଭଳି ଚା’ ସେବନ କରିଥାନ୍ତି, ସେମାନଙ୍କ ମସ୍ତିଷ୍କ ଓ ମାନସିକ ସ୍ଥିତି ଚା’ନ ପିଉଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ସୁସ୍ଥ ବୋଲି ଏହି ଗବେଷଣାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁସହ ନିଅନ୍ତୁ ଏସବୁ

ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀର ପାଇଁ କେତେ ଉପକାରୀ ତାହା ସବୁବେଳେ ଜାଣି ରଖିବା ଭଲ । ସେଥିପାଇଁ କୁହାଯାଏ ନିତିଦିନିଆ ଖାଦ୍ୟ ପାନୀୟ ଉପରେ...

ଭାପା ଆଳୁ

ଆବଶ୍ୟକ ସାମଗ୍ରୀ: ଆଳୁ- ୨୦୦ଗ୍ରାମ୍‌, ସୋରିଷ ତେଲ-୨ ଚାମଚ, ଶୁଖିଲା ଲଙ୍କା-୨ଟା, ସୋରିଷ ବଟା-ଅଧା ଚାମଚ, ବସାଦହି-୧ ଚାମଚ, ନଡ଼ିଆ ପେଷ୍ଟ-୩/୪ ଚାମଚ, କଦଳୀ ପତ୍ର-୨ଟା,...

ସ୍ବାସ୍ଥ୍ୟ ଉପକାରୀ ଜିରା

ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ...

ବାସ୍ତୁଦୋଷ ଥିଲେ ଲାଗି ରହେ ଘରେ କଳହ, ଜାଣନ୍ତୁ କ’ଣ କଲେ ପାଇହେବ ମୁକ୍ତି…

ବାସ୍ତୁଶାସ୍ତ୍ର କହେ, ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ। ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ,...

ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଜୀବନର ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ...

ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି ଏପରି ବନ୍ଧୁ : ଜାଣନ୍ତୁ ଏମିତି କାହିଁକି କହିଲେ ଚାଣକ୍ୟ

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

Advertisement
Archives

Model This Week