ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମହାସମୁନ୍ଦ ଜିଲାର କୁକରାଡିହ ଗାଁରେ ଲଗାତର କିଛି ଦିନରୁ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇଛନ୍ତି ହାତୀପଲ। ଏମାନେ ଚାଷ ଜମିରୁ ଫସଲ ଖାଇବା ସହ ନଷ୍ଟ ମଧ୍ୟ କରିଦେଉଛନ୍ତି। ଖାଲି ସେତିକି ନୁହେଁ ଗାଁଲୋକେ ସାଇତି ରଖିଥିବା ଖାଦ୍ୟକୁ ଖାଇଦେଉଥିବା ବେଳେ ସେମାନଙ୍କ ଘରଦ୍ୱାର ଭାଙ୍ଗିରୁଜି ଦେଇଛନ୍ତି। ଏନେଇ କୃଷକମାନେ ବହୁ ହଇରାଣ ହରକତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଫଳରେ ହାତୀପଲଠାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କୁ ସ୍ମରଣ କରି ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ କରିଛନ୍ତି। ସେମାନଙ୍କ ବିଶ୍ୱାସ ରହିଛି ଯେ, ଏହି ଗଜରାଜ ତାଙ୍କୁ ଓ ଫସଲକୁ ହାତୀପଲଠାରୁ ରକ୍ଷା କରିବେ। ଅନ୍ୟପେଟ ଏହାକୁ ନେଇ ସ୍ଥାନୀୟ ବନବିଭାଗ କହିଛି ଯେ, ଗାଁ ଲୋକଙ୍କ ଏଭଳି ବିଶ୍ୱାସକୁ ଆମେ ସମ୍ମାନ କରୁଛୁ। ହେଲେ ହାତୀଙ୍କ ଯୋଗୁ ଯେପରି ଫସଲ ନଷ୍ଟ ନ ହୁଏ ତା’ପ୍ରତି ସଜାଗ ରହିଛୁ ବୋଲି ବନବିଭାଗ ଅଧିକାରୀ କହିଛନ୍ତି। ଗତ ସୋମବାର ଓ ମଙ୍ଗଳବାର ଭିତରେ ହାତୀପଲ ଉକ୍ତ ଗାଁ ଓ ଆଖପାଖ ଗାଁଗୁଡିକର ପ୍ରାୟ ୩୫ଏକର ଫସଲ ନଷ୍ଟ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ଗଙ୍ଗା: ଆଜି ୮ଟି ବିମାନରେ ସ୍ୱଦେଶ ଫେରିବେ ୧୫୦୦ ଭାରତୀୟ

ନୂଆଦିଲ୍ଲୀ,୭ ।୩: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ଯୁଦ୍ଧଗ୍ରସ୍ତ ୟୁକ୍ରେନର ପଡୋଶୀ ଦେଶରୁୁ ୧୫୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାର ବ୍ୟବସ୍ଥା...

ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ

ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ...

ଆଜି ବିଶ୍ୱ ମଶା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୦କୁ ‘ବିଶ୍ୱ ମଶା ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ଏକ ବିଶେଷତ୍ୱ ରହିଛି। ୧୮୯୭ ଅଗଷ୍ଟ ୨୦ରେ ସାର୍‌ ରୋନାଲ୍‌ଡ...

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର...

ଅଜବ ବିଶ୍ୱାସର ମନ୍ଦିର

ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲନ୍ତି ଭକ୍ତ:  ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌...

କୁତବ ମିନାରରେ ହେବ ପ୍ରତ୍ନତତ୍ତ୍ୱ ବିଭାଗର ଖନନ…

ନୂଆଦିଲ୍ଲୀ, ୨୨।୫ : ଦିଲ୍ଲୀର ସାକେତ କୋର୍ଟରେ କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରଣାଳୟ କୁତବ ମିନାର ପରିସରରେ ଖନନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କହିଛି। ମନ୍ତ୍ରଣାଳୟ ମଧ୍ୟ...

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌...

କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ୍‌, ୧୦ ଗିରଫ…

ନୂଆଦିଲ୍ଲୀ, ୨।୬ : ଦିଲ୍ଲୀର ଦକ୍ଷିଣ ଜିଲାର ହୌଜଖାସ ପୋଲିସ ଷ୍ଟେଶନ ପକ୍ଷରୁ ଏକ ବଡ଼ କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ କରାଯାଇଛି। ଓଟି ଟେକ୍ନିସିଆନ, ଦୁଇ...

Advertisement
Archives

Model This Week