ଚାଷୀ ବାପାଙ୍କ ମୁହଁରେ ହସ ଫୁଟାଇଲେ ଦିବ୍ୟାଙ୍ଗ ଝିଅ

ଖଇରା, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୭ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣର୍ର୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ ବେହେରା। ସେ ଶତକଡ଼ା ୭୫ ପ୍ରତିଶତ ମାର୍କ ରଖି ଏହି ଯୋଗ୍ୟତା ହାସଲ କରିଛନ୍ତି। ରାଇକୁଳା ଗ୍ରାମର ବାପା ରାମଚନ୍ଦ୍ର ଓ ମା’ ଅତଶିଙ୍କର ବଡ଼ଝିଅ ମଞ୍ଜୁ ଜନ୍ମ ପରେ ଦିବ୍ୟାଙ୍ଗ (ଗୋଡ଼ ଛୋଟ)ହୋଇଥିବା ଜାଣି ମା’ବାପାଙ୍କର ଦୁଃଖ ବଢ଼ି ଯାଇଥିଲା। ତାଙ୍କର ମାତ୍ର ୪ଗୁଣ୍ଠ ଜମିଥିବା ବେଳେ ସେ ଭାଗଚାଷ କରି ଗୁଜୁରାଣ ମେଣ୍ଟାଉଥିବାରୁ ଝିଅର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଥିଲେ। ଶେଷରେ ସେମାନେ ନିକଟସ୍ଥ ରାଇକୁଳା ମୌଳିକ ବିଦ୍ୟାଳୟରେ ମଞ୍ଜୁଙ୍କ ନାମ ଲେଖାଇଥିଲେ। ପ୍ରଥମ ଶ୍ରେଣୀରୁ ହିଁ ସେ ନିଜର ପ୍ରତିଭା ଦେଖାଇଥିଲେ। ସେ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ବ୍ଲକସ୍ତରରେ ପ୍ରଥମ ହୋଇ ନିଜର ପାରଦର୍ଶିତା ଦେଖାଇଥିଲେ।
ଝିଅର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମା’ ଅତଶୀ କହନ୍ତି ତାଙ୍କ ଝିଅ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଇଚ୍ଛା ରଖିଛି। ଝିଅ ନବୋଦୟ ପାଇବା ଖବର ସେ ଜାଣିବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଝିଅ ପାଠପଢ଼ାରେ ସହଯୋଗ ପାଇଁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ମହାପାତ୍ର ଓ ଭାଗିରଥି ନାୟକଙ୍କୁ ମା’ ଅତଶୀ କୃତଜ୍ଞତା ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକ

ବାଲେଶ୍ୱର ଅଫିସ,୧୩।୧୦: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୬୪, ମୟୁରଭଞ୍ଜରୁ...

ହାଉସ୍‌ ସର୍ଜନଙ୍କ ବଢ଼ିଲା ଷ୍ଟାଇପେଣ୍ଡ, ୩ ବର୍ଷ ପାଇଁ ଲାଗୁ

ଭୁବନେଶ୍ୱର,୩୦।୧: କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶେଷରେ ମାନିଛି ସ୍ବାସ୍ଥ୍ୟ ବିଭାଗ। ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ନେଇ...

ଶ୍ରଦ୍ଧାପୁର ଉପନିର୍ବାଚନରେ ବିଶୃଙ୍ଖଳା ଘଟଣା: କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିକ୍ଷକଙ୍କ ମେଳି

ଭୋଗରାଇ, ୧୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ଉପନିର୍ବାଚନରେ ବିଶୃଙ୍ଖଳା, ଭୋଟବାକ୍ସ ଖୋଲା ଓ ଭାଙ୍ଗିବା ଘଟଣା ଅଭିଯୋଗ ହେବା ପରେ କାର୍ଯ୍ୟରେ ଅବହେଳା...

କେନାଲରେ ଫାଟ, ଚାଷ ଜମିକୁ ମାଡ଼ି ପାରୁ ନାହିଁ ପାଣି

କୋକସରା,୨।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଅଧୀନରେ ଥିବା ବେହେରା ଡ୍ୟାମ୍‌ ଏବଂ ବିଭିନ୍ନ ଚେକ୍‌ ଡ୍ୟାମ୍‌ରୁ ବାହାରି...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୩ ଗୁରୁତର

ବାଲେଶ୍ୱର ଅଫିସ, ୨୭।୬-ବାଲେଶ୍ୱର ସଦର ଥାନା ମୁଣ୍ଡାପାଳ ହାଟ ନିକଟରେ ବୁଧବାର ରାତି ପ୍ରାୟ ସାଢେ ୧୦ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ...

ଫିଟୁଛି ନକଲି ଡାକ୍ତରଙ୍କ ଗୁମର : ଦ୍ୱିତୀୟ ଦେଉଥିଲେ ଟଙ୍କା ପ୍ରଥମ ସ୍ତ୍ରୀ ଆଣୁଥିଲେ ଜାମିନ୍‌ରେ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ସେ ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଠକେଇ କରି ଆଗରୁ...

ଡିଲ୍‌ ବେଳେ ଶିକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,(ବ୍ୟୁରୋ)/ସୋନପୁର, (ନି.ପ୍ର.)୧୪ା୧୦:ରାଜ୍ୟରେ ବନ୍ୟପ୍ରାଣୀ ଶିକାର ବିରୋଧରେ କଠୋର ଆଇନ ବ୍ୟବସ୍ଥା ରହିଛି। ହେଲେ କଡ଼ା ଆଇନ ଓ କଟକଣା ସତ୍ତ୍ୱେ ବନ ବିଭାଗ ବନ୍ୟପ୍ରାଣୀ ଶିକାରକୁ...

Advertisement
Archives

Model This Week