ଅନୁଗୋଳ ଅଫିସ, ୧୪।୧୧ – ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଏଣିକି ଗାଁ ଗାଁ ବୁଲିବେ ଗ୍ରାମୀଣ କୃଷି କର୍ମଚାରୀ। ଚାଷୀଙ୍କ ସହ ବୈଠକ କରି ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ। ଅନୁଗୋଳ ଜିଲାର କେତେକ ପଞ୍ଚାୟତରେ ଏପରି କାର୍ଯ୍ୟ ଆରମ୍ଭ ହୋଇଗଲାଣି।
ଅନୁଗୋଳ ଜିଲାରେ ଥିବା ୨୨୫ଟି ପଞ୍ଚାୟତ ପାଇଁ ଏବେ ଗ୍ରାମ୍ୟ କୃଷି କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତି ୩ରୁ ୪ଟି ପଞ୍ଚାୟତ ପାଇଁ ଜଣେ ଲେଖାଏ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନେ ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ। ଯଦି କୃଷି କର୍ମଚାରୀ ସମସ୍ୟାର ସମାଧାନ କରି ନ ପାରନ୍ତି ତା’ହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ ତାହା ନିଆଯିବ। ଏହି କୃଷି କର୍ମଚାରୀମାନେ ଚାଷ କାର୍ଯ୍ୟର ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବେ। ଏଥିସହ ରୋଗ ପୋକ ନିୟନ୍ତ୍ରଣ, ଫାର୍ମ ସବ୍ସିଡ୍ ଓ ଅନ୍ୟାନ୍ୟ ଚାଷ ସମ୍ପର୍କିତ ସୂଚନା ଚାଷୀଙ୍କୁ ଦେବେ। ଏହି କୃଷି କର୍ମଚାରୀମାନେ ଅନ୍ଲାଇନ୍ରେ ମଧ୍ୟ ଚାଷୀଙ୍କୁ ପରାମର୍ଶ ଦେଇପାରିବେ। ବିଭିନ୍ନ ବ୍ଲକରେ ଚାଷୀଙ୍କୁ ନେଇ ମାସକୁ ଦୁଇଥର କର୍ମଶାଳା ଆୟୋଜନ କରାଯିବ। ମାସର ପ୍ରଥମ ଓ ତୃତୀୟ ଶନିବାର ଏହି କର୍ମଶାଳା ପ୍ରତି ବ୍ଲକ କାର୍ଯ୍ୟାଳୟରେ ହେବ। ଏଥିରେ କୃଷି ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଜିଲାରେ ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ସଂଖ୍ୟା ୧୨୩ ଥିଲେ ବି ୬୯ ଜଣ କାର୍ଯ୍ୟ କରୁଛନ୍ତି। ବାକି ପଦବୀ ଖାଲି ପଡ଼ିଥିବା ଜିଲା କୃଷି ଉପନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଆଗାମୀ ଡିସେମ୍ବର ୧ରୁ କୃଷି ବିଭାଗରେ ରାଜ୍ୟ ସରକାରଙ୍କ ମୋ ସରକାରରେ ଥିବା ୫-ଟି କାର୍ଯ୍ୟକାରୀ ହେବ। ଚାଷୀଙ୍କ ସହ ଜିଲାରେ ଥିବା କୃଷି ବିଭାଗ କିପରି ସମନ୍ବୟ ରକ୍ଷା କରୁଛି ସେ ସମ୍ପର୍କରେ ସରକାର ସିଧାସଳଖ ଭାବେ ପଚାରି ବୁଝିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଚାଷୀଙ୍କ ସମସ୍ୟା ସମାଧାନ କରିବ କୃଷି ବିଭାଗ: ପଞ୍ଚାୟତ ବୁଲି ଜ୍ଞାନ ବାଣ୍ଟିବେ ଗ୍ରାମୀଣ କୃଷି କର୍ମଚାରୀ
ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…
କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା
ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…
ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା
ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…
ମୋ ପ୍ରେମିକାଙ୍କୁ ଡାକ, ନଚେତ୍ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ
ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍ ଉପରୁ ଜଣେ ନାବାଳକ…
ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍ର କୌଶଳ…
ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
Archives

