ଚାଷୀଙ୍କ ଦୁଃଖ ସରୁନି

ଖୋର୍ଦ୍ଧା ଅଫିସ,୨୦ା୪ : ବର୍ତ୍ତମାନ ଲକଡାଉନ ଯୋଗୁ ଚାଷୀକୂଳ ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷେତରେ ପନିପରିବା ଶୁଖି ଓ ପଚିଶଢି ନଷ୍ଟ ହେଉଥିବାବେଳେ ଯାହା କିଛି ଅମଳ ହେଉଛି ତାହାକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିପାରୁନାହିଁ ଚାଷୀ। ଫଳରେ ଚାଷୀ ମନରେ ଚିନ୍ତା ଛାଇଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତର କୁମାରବସ୍ତ ଗ୍ରାମରେ। ଏହି ଗ୍ରାମରେ ଅଧିକାଂଶ ଚାଷୀ ଲଗାଇଥିବା ଟମାଟ, ବାଇଗଣ, ଜହ୍ନ୍‌ି, ଛଚିନ୍ଦା, କଖାରୁ, କଲରା ଆଦି ଅମଳ କରି ଖୋର୍ଦ୍ଧା, ଜଟଣୀ ସମେତ ହାଟରେ ବ୍ରିକ୍ରି କରି ବେଶ ରୋଜଗାର କରିଥାନ୍ତି। ଚଳିତ ବର୍ଷ ଚାଷୀଙ୍କ ଭଲ ପନିପରିବା ଚାଷ ହୋଇଥିଲା। ଅମଳ ସମୟରେ ଲକଡାଉନ ହୋଇଗଲା। ନିର୍ଦ୍ଦିଷ୍ଟ ସମୟ ଲାଗି ପରିବା ହାଟ ଖୋଲୁଛି। ଏଣୁ ଠିକ୍‌ ସମୟରେ ବଜାରରେ ପରିବା ନ ପହଞ୍ଚିଲେ, ବେପାର ମାଡ। ପନିପରିବା ପରିବହନ ଲାଗି ସେପରି କୌଣସି ସୁିବଧା ନାହିଁ। ପନିପରିବା ବିକ୍ରି କରି ଫେରିବା ବେଳେ ପ୍ରଶାସନ କି ପୋଲିସ ହାତରେ ପଡ଼ି ହଟହଟା ହେବା ଭୟରେ କୌଣସି ମାଲ ପରିବହନ ଗାଡ଼ିି ଯିବାକୁ ମଙ୍ଗୁନାହାନ୍ତି। ଯେଉଁମାନେ ରାଜି ହେଉଛନ୍ତି ଅଧିକ ଟଙ୍କା ଦାବି କରୁଛନ୍ତି। ଏଣୁ ବାହାର ସ୍ଥାନକୁ ଚାଷୀ ପରିବା ନେବାରେ କଷ୍ଟ ହେଉଛି। ବାଧ୍ୟ ହୋଇ ବିଲରୁ ପରିବା ତୋଳି ଆଣିବା ପରେ କମ୍‌ ଦାମ୍‌ରେ ବେପାରୀଙ୍କୁ ବ୍ରିକି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ନିଜ ଚାଷ ଜମି ବ୍ୟତୀତ ଭାଗ ଚାଷରେ ପନିପରିବା ଲଗାଇଥିବା ଚାଷୀ ମଧ୍ୟ ମୁଣ୍ଡରେ ହାତ ଦେଇବସିଛନ୍ତି। କୁମାରବସ୍ତ ଗ୍ରାମର ମାଧବ ବଲୱନ୍ତ ଜଣେ ସଫଳ ଚାଷୀ। ୧୫ବର୍ଷ ଧରି ନିଜର ୨.୫ ଏକର ଜମିରେ ବାଇଗଣ, କଖାରୁ, ଜହ୍ନି, ଛଚିନ୍ଦା ଓ ପେସ୍ପିକମ୍‌ ଆଦି ପରିବା ଚାଷ କରିଥିଲେ। ପ୍ରାୟ ୨୫ରୁ ୩୦ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରୁ ସେ ପ୍ରାୟ ୧.୫ରୁ ୨ଲକ୍ଷ ଟଙ୍କା ଲାଭ ଆଶା କରିଥିଲେ ମାଧବ। ମାତ୍ର ଅମଳ ସମୟ ବେଳକୁ ଲକଡାଉନ ସ୍ଥିତି ସାଙ୍ଗକୁ ପରିବାରେ ରୋଗପୋକ ଲାଗିଯିବାରୁ ସବୁ ପଚିଶଢି ନଷ୍ଟ ହୋଇଗଲା। ଧାର କରଜ କରି ପରିବା ଚାଷ କରିଥିଲି। ଏବେ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri