ଚାନ୍ଦିପୁର ବେଳାଭୂମିରେ ସଫେଇ: ଜିଲାପାଳ, ଏସ୍‌ପି ଓ ଛାତ୍ରୀଛାତ୍ର ସାମିଲ

ବାଲେଶ୍ୱର ଅଫିସ, ୨୩।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ସମେତ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର ପ୍ରାୟ ୧ହଜାର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, କ୍ରୀଡ଼ା ଛାତ୍ରାବାସ, ଦୀନଦୟାଲ ଗ୍ରାମୀଣ କୌଶଳ କେନ୍ଦ୍ରର ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ ସଙ୍ଗଠନ ବାଲେଶ୍ୱର ସାମାଜିକ ସେବା ସମିତିର ସଦସ୍ୟାସଦସ୍ୟଗଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସଫେଇ କରିଥିଲେ।
ଛାତ୍ରୀଛାତ୍ରମାନଙ୍କୁ ସଫେଇ ସକାଶେ ହାତରେ ଗ୍ଲୋଭସ୍‌ ଲଗାଇ ପରିତ୍ୟକ୍ତ ବସ୍ତୁ ଉଠାଇବାକୁ ସଫେଇ ପୂର୍ବରୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ନିୟୋଜିତ ପ୍ରାୟ ୨୦ଜଣ କ୍ରୀଡ଼ା ଶିକ୍ଷକ ୧୦ଟି ଦଳରେ ଛାତ୍ରୀଛାତ୍ରଙ୍କୁ ବିଭକ୍ତ କରି ବେଳାଭୂମିରେ ବୁଲି ଜରି, କାଗଜ, ଶୋଲ, ପ୍ଲାଷ୍ଟିକ ପାଉଚ୍‌ ଖୋଳ, ପଇଡ଼ ଖୋଳ, ଥର୍ମୋକୁଲ, ଛିଣ୍ଡା ମାଛଧରା ଜାଲ, କାଠିକୁଟା ଆଦିକୁ ସଫେଇ କରି ଏକ ସ୍ଥାନରେ ଜମା କରିଥିଲେ। କାର୍ଯ୍ୟରେ ସହଯୋଗ ପାଇଁ ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ କାର୍ଯ୍ୟରେ ଲଗାଯାଇଥିଲା। ଏସବୁ କାର୍ଯ୍ୟକୁ ତଦାରଖ ପାଇଁ ଜିଲାପାଳଙ୍କ ସମେତ ଏସ୍‌ପି ବି. ଯୁଗଳ କିଶୋର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ, ଜିଲା ମଙ୍ଗଳ ଅଧିକାରୀ ରାଜୀବଲୋଚନ ସାହୁ, ଜିଲା କ୍ରୀଡ଼ାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ, ଜିଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆଙ୍କ ସମେତ ହୋଟେଲ ଆସୋସିଏଶନ ତରଫରୁ ବିପ୍ଳବ ମହାନ୍ତି, ଉଜ୍ଜ୍ୱଳ ମହାନ୍ତି ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଗାଇଡ଼ କରିଥିଲେ। ସଫେଇରେ ସଂଗୃହୀତ ବର୍ଜ୍ୟବସ୍ତୁକୁ ଗୋଟିଏ ସ୍ଥାନରେ ସଂଗ୍ରହ କରି ପରେ ତାକୁ ନିଆଁରେ ପୋଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କହ୍ନେଇପୁରରେ ଉଗ୍ର ଗୋଷ୍ଠୀକନ୍ଦଳ: ବୋମାମାଡ଼ରେ ୧୧ ଆହତ

କୃଷ୍ଣପ୍ରସାଦ,୯ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁ’ରେ ୨ ପକ୍ଷରୁ ଗୋଷ୍ଠୀ କନ୍ଦଳ ସୋମବାର ଉଗ୍ରରୂପ ଧାରଣ କରି ଗଣ୍ଡଗୋଳ ଘଟିଛିି ା ଫଳରେ ଉଭୟ...

ଅବହେଳିତ ଅବସ୍ଥାରେ ମିନି ଷ୍ଟାଡିୟମ

ଚିତ୍ରକୋଣ୍ଡା,୧।୧୨(ଡି.ଏନ.ଏ.):  କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ସେଠାରେ ବିଭିନ୍ନ...

ଗଭୀର ସମୁଦ୍ରରୁ ଫେରିଲେ ମତ୍ସ୍ୟଜୀବୀ

ମହାକାଳପଡ଼ା, ୧ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର କୂଳଠାରୁ ୨୦ କିମି ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର...

ଗୋରୁ ବୋଝେଇ ଭ୍ୟାନ ଜବତ, ୩ ଗିରଫ

ରୂପସା, ୩୧।୧୦(ଡି.ଏନ.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ନଳବାହାର ଛକ ନିକଟରେ ପୋଲିସ ସୋମବାର ଚଢାଉ କରି ୨ଟି ଗୋରୁ...

ବି.ଟେକ୍‌ ଡିଗ୍ରୀଧାରୀଙ୍କ ନିଶା କାରବାର

ଜଗତ୍‌ସିଂହପୁର ଅଫିସ,୨୧। ୧୧: ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର କାରବାର ଚଳାଇଥିବା ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ପ୍ରଭାତ ରଞ୍ଜନ ମହାପାତ୍ର (୨୯),...

ଜାତୀୟ ରାଜପଥ ପାର୍ଶ୍ୱରୁ ହଟାଯିବ ଦୋକାନ

ଛତ୍ରପୁର,୧୩ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ...

ମ୍ୟୁନିସିପାଲିଟିର ଟାଳଟୁଳ ନୀତି, ତେଜୁଛି ଅସନ୍ତୋଷ

ବାରିପଦା ଅଫିସ,୮ା୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା । ଦୋକାନୀମାନେ ରାସ୍ତା ଉପରେ ବାଣିଜି୍ୟକ ପ୍ରତିଷ୍ଠାନ ଖୋଲିବା ଦ୍ୱାରା...

କୋର୍ଟ ଭିତରେ ଏସ୍‌ପିଙ୍କ ଉପସ୍ଥିତିକୁ ନେଇ ଆପତ୍ତି

ବଲାଙ୍ଗୀର ଅଫିସ,୧ା୧୦ ଶୁକ୍ରବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପ୍ରକ୍ରିୟାର ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ...

Advertisement
Archives

Model This Week