୧୨ ବର୍ଷ ହେଲା ବିଛଣାରେ ନିବେଦିତା: ଆଶାରେ ଦିନ ବିତାଉଛନ୍ତି ମା’ବାପା

ବାଲେଶ୍ୱର ଅଫିସ, ୨୩।୧୨-ମା’ ବାପା ଗରିବ ହୋଇଥିଲେ ବି ମନୋବଳ ହରାଇନାହାନ୍ତି। ଦୀର୍ଘ ୧୨ବର୍ଷ ଧରି ନିଜ ରୋଗଣା ଝିଅ ନିବେଦିତାକୁ ଯତ୍ନର ସହ ଲାଳନପାଳନ କରିଆସୁଛନ୍ତି। ଅର୍ଥାଭାବ କାରଣରୁ ତା’ର ଚିକିତ୍ସା କରାଇପାରୁନାହାନ୍ତି। ଜନ୍ମ ହେବାପରଠାରୁ ନିବେଦିତା ସବୁବେଳେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ଶାରୀରିକ ବିକାଶ ଘଟିଥିଲେ ମଧ୍ୟ ସେହି ଅନୁପାତରେ ମାନସିକ ବିକାଶ ହୋଇପାରିନାହିଁ। ମସ୍ତିଷ୍କ ଜନିତ ରୋଗ କାରଣରୁ ସ୍ବାଭାବିକ ଜୀବନ ଜିଇବା ନିବେଦିତାଙ୍କ ପାଇଁ ସମ୍ଭବ ହୋଇନାହିଁ।
ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତ ବାଲିଆନୂଆସାହି ଅଞ୍ଚଳର ନିବେଦିତାଙ୍କ ମା’ ବାପା ଗରିବ ତଥା ଭୂମିହୀନ। ବାପା ସତ୍ୟନାରାୟଣ ଦାସ କଚେରି ପାଖ ରାସ୍ତାରେ ପନିପରିବା ବିକି ପରିବାର ଚଳାଉଛନ୍ତି। ନିବେଦିତାଙ୍କୁ ମିଶାଇ ତାଙ୍କର ତିନି ଝିଅ ଅଛନ୍ତି। ବଡ ଝିଅକୁ ପାଠ ପଢାଇ ନ ପାରିବାରୁ ସେ ଦଶମ ଶ୍ରେଣୀରୁ ପାଠ ଛାଡିଛନ୍ତି। ମଝିଆ ଝିଅକୁ ବହୁ କଷ୍ଟରେ କଲେଜ ପଠାଉଛନ୍ତି। ସାନଝିଅ ଜନ୍ମ ହେବା ପରଠାରୁ ରୋଗଗ୍ରସ୍ତ ହୋଇ ବିଛଣାରେ ପଡିରହିଛନ୍ତି। ସାନଝିଅକୁ ଠିକ୍‌ କରିବା ଲାଗି ମା’ବାପା ୫ବର୍ଷ ପର୍ଯ୍ୟନ୍ତ ନିଜର ସାମର୍ଥ୍ୟ ମୁତାବକ ଅର୍ଥ ଖର୍ଚ୍ଚ କରି ଶେଷରେ ହାର୍‌ ମାନିଛନ୍ତି। ଡାକ୍ତର ତାଙ୍କୁ ୯୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିଥିବାରୁ ଏହାକୁ ଘରେ ସାଇତି ରଖିଛନ୍ତି। ହେଲେ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ନିବେଦିତାଙ୍କୁ ଏଯାଏ କୌଣସି ସହାୟତା ମିଳିନାହିଁ। କେବଳ ଝିଅ ନିବେଦିତା ନୁହେଁ ସତ୍ୟନାରାରାୟଣ ମଧ୍ୟ ଜଣେ ଭିନ୍ନକ୍ଷମ। ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍‌ ତାଙ୍କ ଡାହାଣ ପାର୍ଶ୍ୱ ଆଖିରେ ଯନ୍ତ୍ରଣା ହୋଇଥିଲା। ସେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇଥିଲେ। କିନ୍ତୁ ଭଲ ନ ହେବାରୁ ତାଙ୍କୁ ଗୋଟିଏ ଆଖି ହରାଇବାକୁ ପଡ଼ିଲା। ଏଥିଲାଗି ସରକାରଙ୍କ ପକ୍ଷରୁ ତାଙ୍କୁ ୩୦ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି। ବିବାହ ପରେ ସତ୍ୟନାରାୟଣ ବାପା ଓ ଭାଇଙ୍କଠାରୁ ଅଲଗା ହୋଇ ବାଲିଆନୂଆସାହି ଅଞ୍ଚଳରେ ରହିଆସୁଛନ୍ତି। ଜୀବନ ସଂଗ୍ରାମରେ ହାର ମାନି ନ ଥିବା ସତ୍ୟନାରାୟଣ କଚେରି ପାଖ ରାସ୍ତାରେ ପରିବା ଦୋକାନ କରି ପରିବାର ଚଳାଇ ଆସୁଛନ୍ତି। କିନ୍ତୁ ସାନଝିଅର ଯନ୍ତ୍ରଣା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ନିବେଦିତାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସକାଶେ ସେ ଅନେକଙ୍କୁ ଗୁହାରି କରି ନିରାଶ ହୋଇଛନ୍ତି। ସେ ଓ ତାଙ୍କ ଝିଅ ନିବେଦିତା ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ବି ସରକାରଙ୍କ ତରଫରୁ ତାଙ୍କୁ ଘର, ଭତ୍ତା କିମ୍ବା ରାଶନ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଏହି ଗରିବ, ଅସହାୟ ମା’ବାପ ଦିବ୍ୟାଙ୍ଗ ଝିଅର ଦୈନନ୍ଦିନ ଯତ୍ନ ନେବାରେ ଅବହେଳା କରିନାହାନ୍ତି। ସରକାରଙ୍କ ସୁଦୃଷ୍ଟି ପଡିବ ଓ ତାଙ୍କ ଝିଅ ସ୍‌ୁସ୍ଥ ହେବ ବୋଲି ଏହି ଆଶା ରଖି ସେମାନେ ଦିନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?