ଚାଇନିଜ୍‌ ଡିଶ୍‌ ହନିି ପ୍ରନ୍‌

ପର୍ଯ୍ୟଟନର ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଏବଂ ରେସ୍ତୋରଁାରେ ପ୍ରସ୍ତୁତ କରାଯାଏ ସ୍ବାଦିଷ୍ଠ ଖାଦ୍ୟ। ହୋଟେଲଗୁଡ଼ିକ ମଧ୍ୟରୁ ସିଟି ରୋଡ୍‌ (ସି ବିଚ୍‌)ରେ ଥିବା ହୋଟେଲ ବିଜୟ ଇଣ୍ଟରନ୍ୟାଶ୍‌ନାଲ ଅନ୍ୟତମ। ଏଠାରେ ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ନୂଆ ନୂଆ ଡିଶ୍‌ ପ୍ରସ୍ତୁତ କରାଯାଏ। ଏହି ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଗ୍ରାହକଙ୍କୁ ପରଷାଯାଏ। ଆମିଷ ଖାଦ୍ୟ ମଧ୍ୟରେ ଚାଇନିଜ୍‌ ଡିଶ୍‌ ହନି ପ୍ରନ୍‌ର ଚାହିଦା ଅଧିକ ଓ ଏହାର ଗୋଟିଏ ପ୍ଲେଟ୍‌ ଦାମ୍‌ ରହୁଛି ୩୦୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲ ବିଜୟ ଇଣ୍ଟରନ୍ୟାଶନାଲର ମୁଖ୍ୟ ଶେଫ୍‌ ଶ୍ରୀମନ୍ତ ମହାନ୍ତି ଯାହା କୁହନ୍ତି..

ଆବଶ୍ୟକ ସାମଗ୍ରୀ:

ବଡ଼ ସାଇଜ୍‌ ଚିଙ୍ଗୁଡ଼ି: ୧୫୦ ଗ୍ରାମ୍‌
ରେଡ୍‌ ଚିଲିଗାର୍ଲିକ ସସ୍‌: ୧୫ ଗ୍ରାମ୍‌
ତେଲ: ୧୦ ଗ୍ରାମ୍‌
ମହୁ: ୨୦ ଗ୍ରାମ୍‌
ଟମାଟୋ ସସ୍‌: ୨୦ ଗ୍ରାମ୍‌
ସପୁରି ସ୍ଲାଇସ୍‌: ୫୦ ଗ୍ରାମ୍‌
ରସୁଣ କିମା: ୧୦ ଗ୍ରାମ୍‌
କର୍ନଫ୍ଲୋର: ୧୦୦ ଗ୍ରାମ୍‌
ଅଣ୍ଡା: ୧ଟା
ଗୋଲମରିଚ ଗୁଣ୍ଡ: ଅଧା ଚାମଚ
ସ୍ବାଦ ଅନୁଯାୟୀ ଲୁଣ
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳ ଛଡାଇ ଭଲ ଭାବେ ଧୋଇବା ପରେ ତା’ ପିଠିରେ କଳା ସୂତା ଭଳି ଦେଖାଯାଉଥିବା ସରୁ ଅଂଶକୁ ବାହାର କରିଦିଅନ୍ତୁ। କଞ୍ଚା ଅଣ୍ଡା, ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଚିଙ୍ଗୁଡ଼ିକୁ ଗୋଳାନ୍ତୁ। ଏହାପରେ କର୍ନଫ୍ଲାୱାର ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। କଡେଇରେ ତେଲ ଗରମ ହେବା ପରେ ଚିଙ୍ଗୁଡ଼ିକୁ ଛାଣନ୍ତୁ। ବ୍ରାଉନ୍‌ ରଙ୍ଗ ହୋଇଯିବା ପରେ ଏକ ପାତ୍ରରେ ଚିଙ୍ଗୁଡ଼ିକୁ ବାହାରକରି ରଖନ୍ତୁ।। ପ୍ୟାନ୍‌ରେ ତେଲ ପକାଇ ରସୁଣ କିମା, ସପୁରି ସ୍ଲାଇସ୍‌, ଟମାଟୋ ସସ୍‌ ଓ ଚିଲି ଗାର୍ଲିକ ପକାଇ ଫ୍ରାଏ କରନ୍ତୁ। ଏହାପରେ ପୂର୍ବରୁ ଛଣା ଯାଇଥିବା ଚିଙ୍ଗୁଡ଼ି ପକାଇ ଭଲ ଭାବେ ଗୋଳାନ୍ତୁ। ଶେଷରେ ମହୁ ପକାଇ ୫ ମିନିଟ୍‌ ପରେ ଓହ୍ଲାଇ ରୁଟି ସହିତ ଗରମ ଗରମ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri