ଚାଇନା ମହାକାଶକୁ ପଠାଇବ କୃତ୍ରିମ ଚନ୍ଦ୍ର: ଷ୍ଟ୍ରିଟ୍‌ ଲାଇଟ୍‌ ଆଉ ହେବନି ଆବଶ୍ୟକ

ବେଜିଂ,୧୫।୧୨: ଚାଇନା ମହାକାଶକୁ କୃତ୍ରିମ ଚନ୍ଦ୍ର ପଠାଇବ। ଏନେଇ ୨୦୧୮ରେ ଚାଇନା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ଏହି ଯୋଜନା ଅନ୍ତଗର୍ର୍ତ ପ୍ରଥମ ଉପଗ୍ରହ ୨୦୨୦ରେ ମହାକାଶକୁ ପ୍ରେରଣ କରାଯିବ। ୨୦୨୨ ସୁଦ୍ଧା ଚାଇନା ଅନ୍ୟ ୩ଟି ଉପଗ୍ରହ ପ୍ରେରଣ କରିବ। ଏସବୁ ଉପଗ୍ରହରେ ଥିବା ଦର୍ପଣ ସୂର୍ଯ୍ୟାଲୋକକୁ ପ୍ରତିଫଳିତ କରିବ। ଚନ୍ଦ୍ର ତୁଳନାରେ ଏହି ଆଲୋକ ପ୍ରାୟ ୮ ଗୁଣା ଅଧିକ ଉଜ୍ଜଳ ହେବ। ଏହା ୧୦ରୁ ୮୦ କିମି କ୍ଷେତ୍ରକୁ ଆଲୋକିତ କରିବାକୁ ସକ୍ଷମ ହୋଇପାରିବ। ଏହା ଦ୍ୱାରା ଆଉ ଷ୍ଟ୍ରିଟ୍‌ ଲାଇଟ୍‌ର ଆବଶ୍ୟକତା ରହିବ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍‌ ଆଲୋକ ନ ଥିଲେ ମଧ୍ୟ ରାତିରେ କୌଣସି ଅସୁବିଧା ହେବ ନାହିଁ। ଏହାକୁ ପୃଥିବୀ ଏବଂ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମଧ୍ୟରେ ସ୍ଥାପିତ କରାଯିବାର ଯୋଜନା ରହିଛି। ମାତ୍ର ଏହାକୁ ସ୍ଥାପନ କରିବା ଏକ ବଡ଼ ସମସ୍ୟା ଭାବେ ଦେଖାଯିବ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯେପରି ଏହାକୁ ଆକର୍ଷିତ ନ କରି ପାରିବ ସେଥିପାଇଁ ପୃଥିବୀ ଚାରିପଟେ ଏହାର ଘୂର୍ଣ୍ଣନ ଗତିକୁ ଘଣ୍ଟା ପିଛା ୨୭ ହଜାର ୪ଶହ କିମି ରଖିବାକୁ ପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

ଗ୍ରାହକଙ୍କୁ ଝଟ୍‌କା: ହୁ ହୁ ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

ଆକ୍ରମଣ ସ୍ଥଗିତ, ଟ୍ରମ୍ପ୍‌ ଅସ୍ପଷ୍ଟ

ଦୁବାଇ/ଓ୍ବାଶିଂଟନ/ପ୍ୟାରିସ୍‌ ,୧୩ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri