Posted inଜାତୀୟ

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ, ୪।୯: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ସେପ୍ଟେମ୍ବର ୯ରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଗସ୍ତକୁ ସ୍ଥଗିତ କରିବାକୁୁ ପରାମର୍ଶ ଦେଇଛି ଭାରତ। ଏହି ଗସ୍ତ କାଳରେ ଓ୍ବାଙ୍ଗ୍‌ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। ଗସ୍ତ ତାରିଖ ଘୁଞ୍ଚାଇବାକୁ ଭାରତ ଚାଇନା ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ସୂଚନାଯୋଗ୍ୟ,ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଚାଇନା ଗସ୍ତରେ ଯାଇଥିଲେ। ସେତେବେଳେ ଓ୍ବାଙ୍ଗ୍‌ ଭାରତ ଆସିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ...

ଗୁଜରାଟରେ ବାଜି ମାରିଲା ଭାଜପା, ରୂପାନି କହିଲେ ଏହା କେବଳ ଟ୍ରେଲର

ଗାନ୍ଧିନଗର,୧୦ ।୧୧: ଗୁଜରାଟରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ୮ ଆସନରେ ବିଜୟର ଦ୍ୱାର ଦେଶରେ ଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ...

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ...

ମିଗ୍‌ ୨୯କେ ବିମାନ ଡ୍ରପ୍‌ ଟ୍ୟାଙ୍କରେ ଲାଗିଲା ନିଆଁ

ପଣଜୀ,୮।୬: ଗୋଆ ବିମାନ ବନ୍ଦରରେ ମିଗ୍‌ ୨୯କେ ବିମାନର ଡ୍ରପ୍‌ ଟ୍ୟାଙ୍କରେ ଶନିବାର ନିଆଁ ଲାଗିଯିବା ଫଳରେ ବିମାନ ବନ୍ଦରରେ କିଛି ସମୟ ଲାଗି ବିମାନ...

ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ପୁଣି ୨ଜି ସେବା ବନ୍ଦ; ହାଇ ଆଲର୍ଟ ଜାରି

ଶ୍ରୀନଗର,୯।୨: ଆତଙ୍କବାଦୀ ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳନ କରିବାକୁ ଜମ୍ମୁ-କଶ୍ମୀରରେ ତତ୍ପରତା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୨ଜି ଇଣ୍ଟରନେଟ୍‌...

ଜେଲ୍‌ ଯିବେ ନାହିଁ ଚିଦାମ୍ବରମ

ନୂଆଦିଲ୍ଲୀ,୨।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ତାଙ୍କ ଓକିଲ କପିଲ ଶିବ୍ବଲ କୋର୍ଟଙ୍କୁ...

କଶ୍ମୀରରେ ପଶିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୩ା୮(ପି.ଟି./ ଆଇଏଏନ୍‌ଏସ୍‌): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସମେତ ଆଉ କେତେକ ସଙ୍ଗଠନର ଆତଙ୍କବାଦୀମାନେ ଉପତ୍ୟକାରେ ଅନୁପ୍ରବେଶ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ...

Advertisement


Archives

Model This Week