ଚାଇନା ଫେରନ୍ତା ଯୁବକଙ୍କୁ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ରଘୁନାଥପୁର, ୧୩ା୨ (ଡି.ଏନ.ଏ.): ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଚିନ୍ତା ଘରିଛି। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଚାନ୍ଦପୁର ଗଁ।ର ଚାଇନା ଫେରନ୍ତା ଯୁବକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଖୋଜାଯାଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିଡିଏମଓଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ସୁକାନ୍ତ କୁମାର ଦଳାଇ ସଜାଗ ହୋଇ ଉଠିଥିଲେ। ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁ, ଜନସ୍ବାସ୍ଥ୍ୟ ଅଧିକାରୀ ରାନୁ ମହାପାତ୍ର ଓ ମହେଶ୍ୱର ମଲ୍ଲିକ ପ୍ରମୁଖ ଚାନ୍ଦପୁରସ୍ଥିତ ବାସଭବନକୁ ଯାଇ ଚାଇନା ଫେରନ୍ତା ଜଗବନ୍ଧୁ ମହାପାତ୍ରଙ୍କୁ ଖୋଜିଥିଲେ। ତେବେ ଜଗବନ୍ଧୁ ଜାନୁୟାରୀ ୩୦ ରୁ ବମ୍ବେ ପଳାଇଥିବା ଜାଣିବାକୁ ପାଇଥିଲେ। ଡା. ସ୍ବାଇଁଙ୍କ କହିବା ମୁତାବକ, ଜଗବନ୍ଧୁ ବମ୍ବେର ଏକ କମ୍ପାନୀର ସୁପରଭାଇଜର ଭାବେ କାମ କରନ୍ତି। ଜାନୁୟାରୀ ୮ରେ କମ୍ପାନୀ କାମରେ ଚାଇନା ଯାଇଥିଲେ। ସେଠାରୁ ଜାନୁୟାରୀ ୧୫ରେ ଫେରି ୨୯ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ। ଉକ୍ତଦିନ ରଘୁନାଥପୁରସ୍ଥିତ ଚାନ୍ଦପୁର ବାସଭବନକୁ ଆସି ଦିନେ ରହିବା ପରେ ୩୦ ତାରିଖରେ ବମ୍ବେ ଚାଲିଯାଇଥିଲେ। ସ୍ବାସ୍ଥ୍ୟ ବିଭାଗର ତନାଘନା ପରେ ଅଞ୍ଚଳରେ ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଜଗବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ସମ୍ପର୍କରେ ପଡୋଶୀଙ୍କଠାରୁ ଡା. ସ୍ବାଇଁ ସୂଚନା ପାଇଥିଲେ। ହେଲେ ବ୍ୟକ୍ତିଗତ ଭାବେ ତାଙ୍କୁ ନ ଦେଖିଲେ କିଛି କହିହେବ ନାହିଁ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଦଳେଇ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ଡା. ଦଳାଇ କହିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜଗବନ୍ଧୁ ଚାଇନାରୁ ଫେରିବା ପରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି କି ନାହିଁ, ଏହାଛଡା ସେ ଅବସ୍ଥାନ କରିଥିବା ସ୍ଥାନରେ ସାଧାରଣ ଲୋକଙ୍କ ସହ ମିଶିଥିବା ହେତୁ ପାରିପାର୍ଶ୍ୱିକ ସ୍ଥିତି କିପରି ଅଛି, ସ୍ବାସ୍ଥ୍ୟ ବିଭାଗ ଅନୁଧ୍ୟାନ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ-ବଳଦ ମୁହାଁମୁହିଁ ଧକ୍କା: ଯୁବକ ଗୁରୁତର, ଘଟଣାସ୍ଥଳରେ ବଳଦର ମୃତ୍ୟ

ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri