ଚଳିତ ସପ୍ତାହରେ ରିପୋର୍ଟ ଦେଇପାରନ୍ତି ଜଲାନ କମିଟି

ନୂଆଦିଲ୍ଲୀ,୧୬-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ ବଳକା ରହିଥିବା ପାଣ୍ଠିକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ ନେଇ ଗଠିତ ବିମଳ ଜଲାନ କମିଟି ପକ୍ଷରୁ ଚଳିତ ସପ୍ତାହରେ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏହି କମିଟିରେ ସଦସ୍ୟ ଥିବା ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶକ୍ତି ମନ୍ତ୍ରଣାଳୟକୁ ବଦଳି କରାଯିବା ପରେ ରିପୋର୍ଟ ଚୂଡ଼ାନ୍ତ ହୋଇପାରି ନ ଥିଲା। ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଅଧାରୁ ଗର୍ଗଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଅର୍ଥ ସଚିବ ରାଜୀବ କୁମାର ବୈଠକରେ ଯୋଗ ଦେବା ପରେ ରିପୋର୍ଟ ଚୂଡ଼ାନ୍ତ ହୋଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଗର୍ଗଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଉକ୍ତ ସୂତ୍ର ପ୍ରକାଶ କରିଛି। ତେବେ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଆର୍‌ବିଆଇ କେତେ ପରିମାଣରେ ଅର୍ଥ ପ୍ରଦାନ କରିବ ତାହା ଏବେ କହିବା ଅସମ୍ଭବ। କିନ୍ତୁ ସରକାରଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତବର୍ଷ ଡିସେମ୍ବର ୨୬ରେ ଜଲାନ କମିଟି ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତ ଛାଡ଼ିଯାଇଛି ମହାମାରୀ

ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ମହାମାରୀର ରୂପ ନେଉଥିବା ସମ୍ପର୍କରେ ଆମ ବ୍ୟାବସାୟିକ ସହଯୋଗୀ ତୁରନ୍ତ ସୂଚନା ଦେଇଥିଲେ। ଆମ ସହଯୋଗୀ ଚିଙ୍ଗୁଡ଼ି...

ଇଜ୍‌ ଅଫ୍‌ ଡୁଇଁ ବିଜନେସ ଲାଗି ଆସିବ ପଦକ୍ଷେପ

ନୂଆଦିଲ୍ଲୀ,୩୦।୮: ବୋର୍ଡ ରିପୋର୍ଟରେ ଅସଙ୍ଗତି କିମ୍ବା ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବିଳମ୍ବ ହେଲେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ ନ ପାରେ। ଜିଏସ୍‌ଟିର ବିଭିନ୍ନ ଆଇନକୁ...

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ...

ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର...

କାନାରା ବ୍ୟାଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୩। ୫: କୋଭିଡ-୧୯କୁ ଧ୍ୟାନରେ ରଖି କାନାରା ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା,...

ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି।...

‘ଋଣ ଅସୁଲ ଲାଗି ବାଉନ୍ସର ପଠାଇପାରିବେନି ବ୍ୟାଙ୍କ’

ନୂଆଦିଲ୍ଲୀ,୨-୭: ଋଣ ଅସୁଲ ଲାଗି ବ୍ୟାଙ୍କଗୁଡ଼ିକ ବାଉନ୍ସର ଅଥବା ରିକଭରି ଏଜେଣ୍ଟ ନିଯୁକ୍ତ କରିପାରିବେ ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ...

ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ୟୁଏସ୍‌ ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧-୧୧: ଆମେରିକାରେ କାର୍ଯ୍ୟରତ ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ସେଠାକାର ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି ମିଳିଛି। ଏହି ଭିଜା ଲାଭ କରିଥିବା ଭାରତୀୟଙ୍କ ଜୀବନସାଥୀ ଆମେରିକାରେ କାର୍ଯ୍ୟ କରିବା...

Advertisement


Archives

Model This Week

Why Dharitri