Posted inଜାତୀୟ

ଚମ୍ପା, ଚମେଲି, ବାଦଲଙ୍କୁ ମିଳିଲା ଇଚ୍ଛାମୃତ୍ୟୁ ଅନୁମତି

ଗୋରଖପୁର,୧୪।୬: ଉତ୍ତର ପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗାଁଓରେ ୨ଟି ଘୋଡ଼ି ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ଜୀବ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡିତ ଥିଲେ। ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ପଶୁପାଳନ ବିଭାଗର ଜିଲା ଅଧିକାରୀଙ୍କ କହିବା କଥା ହେଲା ଏହା ମନୁଷ୍ୟ ପାଇଁ ମଧ୍ୟ ପ୍ରାଣଘାତି। ଏହି ରିପୋର୍ଟ ପାଇବା ପରେ ଜିଲା ମାଜିଷ୍ଟ୍ରେଟ୍‌ ଘୋଡ଼ା ଗୁଡ଼ିଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିବା ଜଣାପଡିଛି। ଘୋଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ତରଫରୁ ଏହାର ମାଲିକଙ୍କୁ ୭୫ ହଜାର ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପଶୁପାଳକ ରାଜେଶ ମୌର୍ଯ୍ୟଙ୍କର ଚମ୍ପା, ଚମେଲି ନାମକ ୨ ଘୋଡ଼ି ଓ ବାଦଲ ନାମକ ଗୋଟିଏ ଘୋଡ଼ା ରହିଥିଲେ। କିଛିଦିନ ହେବ ଏହି ୩ଟି ଜୀବ ଅସୁସ୍ଥ ଥିବାରୁ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରିବାରୁ ଏମାନଙ୍କଠାରେ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗର ଲକ୍ଷଣ ଦେଖାଯାଇଥିଲା। ଦୁଇ ଦୁଇଥର ପରୀକ୍ଷା ପରେ ଏହା ପଜିଟିଭ ଆସିବାରୁ ଜିଲା ମାଜିଷ୍ଟ୍ରେଟଙ୍କ ପାଖରେ କରାଯାଇଥିବା ଇଚ୍ଛାମୃତ୍ୟୁ ଆବେଦନକୁ ସେ ମନୁମତି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍‌ଙ୍କ ବିରୋଧ

ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର...

ସାର୍ବଭୌମତ୍ୱକୁ ସମ୍ମାନ ଦିଅ

ନୂଆଦିଲ୍ଲୀ, ୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଉଦ୍‌ବୋଧନ ଦେବା ଅବସରରେ ଦେଶଗୁଡ଼ିକ ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ...

କେଜରିଓ୍ବାଲଙ୍କୁ ପ୍ରଶଂସା: କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା-ଅଜୟ ମାକନ ମୁହାଁମୁହିଁ

ନୂଆଦିଲ୍ଲୀ, ୧୭।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସର ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା କେଜରିଓ୍ବାଲଙ୍କ...

କରୋନା ସଂକ୍ରମଣ: ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି

ମୁମ୍ବାଇ,୧୧।୬: ମିଳିଥିବା ଏକ ସୂଚନାରୁ ଜଣାପଡିଛି ମୁମ୍ବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।...

ଆରମ୍ଭ ହେଲା କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୭ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୪୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ ।...

ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ

ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍‌ ଗାୟକ ହିମେଶ୍‌ ରେଶମିୟାଙ୍କ...

ଉହାନ ସହରରେ ଏବେବି ରହିଛିନ୍ତି ଆହୁରି ୮୦ ଭାରତୀୟ ଛାତ୍ର: ଜୟଶଙ୍କର

ନୂଆଦିଲ୍ଲୀ,୭।୨: କରୋନାଭାଇରସରେ ଚାଇନାର ଉହାନ ସହରରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ତେବେ ଚାଇନାରେ କରୋନାଭାଇରସର ଭୟାବହତାକୁ...

ଭାଜପା ଏମ୍‌ପିଙ୍କ ପୁଅ ଅନଲାଇନରେ ମୋବାଇଲ୍‌ ମଗାଇଲେ, ଆସିଲା ପଥର

ମାଲଦା,୩୦।୧୦: ଅନଲାଇନ ଶପିଂ ଭାରତରେ ଧୀରେ ଧୀରେ ଲୋକପ୍ରିୟତା ଅର୍ଜନ କରିଛି। ଉତ୍ସବ ଦିନରେ କମ୍ପାନୀଗୁଡିକ ଲୋକଙ୍କୁ ଲୋଭନୀୟ ଅଫର୍‌ ଦେଇ ନିଜ ଆଡକୁ ଆକୃଷ୍ଟ...

Advertisement


Archives

Model This Week

Why Dharitri