ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ ଜଣକ ଏତେ ଟଙ୍କା କାହିଁକି ନେଉଛ ବୋଲି ପଚାରିବାରୁ ଦୋକାନୀ ଗାଡ଼ି ଖର୍ଚ୍ଚ ବାବଦକୁ ନିଆଯାଉଛି ବୋଲି କହିଥିଲେ। ଅନ୍ୟ ଉପାୟ ନ ଥିବାରୁ ଚାଷୀ ଜଣକ ସାର କିଣିବାକୁ ବାଧ୍ୟ ହୋଇଥିବା କହିଥିଲେ। କେବଳ ଇଟାମାଟି ନୁହେଁ ଜିଲାର ବିଭିନ୍ନ ସ୍ଥାନରେ ୟୁରିଆ ବସ୍ତା ପିଛା ୩୫୦ରୁ ୩୬୦ ଟଙ୍କାରେ ବିକ୍ରି ହେଉଛି। ସାରା ଦେଶରେ ଏହି ସାର ବସ୍ତାପିଛା ୨୬୬ ଟଙ୍କା ବିକ୍ରି କରିବା ପାଇଁ ନିୟମ ରହିଛି। ହେଲେ ବେପାରୀମାନେ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି। ଅନ୍ୟ ସାର ଠିକ୍‌ ମୂଲ୍ୟରେ ମିଳୁଥିବା ବେଳେ ୟୁରିଆ ଚଢ଼ା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ସ୍ବଳ୍ପ ବର୍ଷା ସାଙ୍ଗକୁ ଚାଷ ଆରମ୍ଭରୁ ସାର କଳାବଜାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସାର କଳାବଜାର ରୋକିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
୭ କମ୍ପାନୀ ସହିତ ହୋଇଛି ଚୁକ୍ତି- ଚଳିତବର୍ଷ ନୟାଗଡ଼ ଜିଲାରେ ୧ ଲକ୍ଷ ୩ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ଜିଲାର ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ୭ କମ୍ପାନୀ ସହିତ ଚୁକ୍ତି କରାଯାଇଛି। ସେଗୁଡିକ ହେଲା ସିଆଇଏଲ୍‌, ଜିଏସ୍‌ଏଫ୍‌ସି, ଇଫ୍‌କୋ, ଆଇପିଏଲ୍‌, ଏନ୍‌ଏଫ୍‌ସିଏଲ୍‌, ଏନ୍‌ଏଫ୍‌ଏଲ୍‌ ଓ ପିପିଏଲ୍‌। ସାର ବିକ୍ରୟ ପାଇଁ ୧୧ଟି ଘରୋଇ ହୋଲସେଲର କାଉଣ୍ଟର ଓ ୨୪୮ଟି ରିଟେଲର କାଉଣ୍ଟର ରହିଛି। ସେହିଭଳି ୯୭ଟି ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୟୁରିଆ, ଏନ୍‌ପିକେ, ଡିଏପି, ଗ୍ରୋମୋର ଆଦି ସାର ବିକ୍ରୟ କରାଯାଉଛି। କଳାବଜାର ସହ ଚାଷୀମାନେ ଯେପରି ସାର ପାଇବାରେ ଅସୁବିଧା ନ ଭୋଗନ୍ତି ସେଥିପ୍ରତି ସମବାୟ ସଂସ୍ଥାଗୁଡ଼ିକ ନଜର ରଖିବାକୁ କୁହାଯାଇଛି। ମାତ୍ର ଜିଲାରେ ଥିବା ସମବାୟ ସଂସ୍ଥା ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଜିଲାରେ ମୋଟ ୫ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ହଜାର ମେଟ୍ରିକ୍‌ ଟନ୍‌ ଯୋଗାଇ ଦିଆଯାଇଛି। ଅନ୍ୟାନ୍ୟ ସାର ଆବଶ୍ୟକତା ଅନୁସାରେ ମହଜୁଦ ରହିଛି। ସାର ଚଢ଼ା ଦରରେ ବିକ୍ରି ହେବା ନେଇ ଦାୟିତ୍ୱରେ ଥିବା ନୟାଗଡ ଡିଡିଏ ଲକ୍ଷ୍ମୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହନ୍ତି, ଯେଉଁମାନେ ସାର କଳାବଜାର କରୁଥିବେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କାହିଁକି ଚଢ଼ା ଦରରେ ବିକ୍ରୟ ହେଉଛି ସାର- ୟୁରିଆ ବସ୍ତା ପିଛା ୨୬୬ ଟଙ୍କାରେ ବିକ୍ରୟ ହେବା କଥା। ପ୍ୟାକେଟରେ ମଧ୍ୟ ଏହି ଦାମ୍‌ ଉଲ୍ଲେଖ ରହିଛି। ଜିଲାରେ ସାର ମହଜୁଦ ରଖିବା ପାଇଁ ବିଭିନ୍ନ କମ୍ପାନୀର ର଼୍ୟାକ ପଏଣ୍ଟ ନ ଥିବାରୁ ସରକାରୀ ଓ ବେସରକାରୀ ଡିଲରମାନେ ବ୍ରହ୍ମପୁର ଓ କଟକ ଗୋଦାମରୁ ଆଣୁଛନ୍ତି। ଫଳରେ ପରିବହନ ବାବଦକୁ ସାର ବସ୍ତା ପିଛା ୨୦ ଟଙ୍କା ଖର୍ଚ୍ଚ ହେଉଛି। ଏହା ପରେ ଜିଲାର ଅନ୍ୟ ବ୍ଲକକୁ ପରିବହନ ହେବା ଦ୍ୱାରା ଆଉ ୨୦ ଟଙ୍କା ଅଧିକ ଖର୍ଚ୍ଚ ହେଉଛି। ଏହିଭଳି ସାର ବସ୍ତା ପିଛା ୩୦୬ ଟଙ୍କା ପଡ଼ୁଛି। ବେପାରୀମାନେ ୨୦ଟଙ୍କା ଲାଭ ରଖି ବିକୟ କରିବା କଥା। ମାତ୍ର ତାହା ନ କରି କେଉଁଠି ୩୫୦ ତ ଆଉ କେଉଁଠି ୩୬୦ ଟଙ୍କାରେ ବିକ୍ରୟ କରୁଛନ୍ତି। ଏପରି କି ଦୋକାନୀମାନେ ମଧ୍ୟ ଚାଷୀମାନଙ୍କୁ ରସିଦ୍‌ ଦେଉନାହାନ୍ତି। କାରଣ ରସିଦ୍‌ ଦେଲେ ସେମାନଙ୍କୁ ୨୬୬ ଟଙ୍କାର ଦେବାକୁ ପଡ଼ିବ।
୯୭ ପ୍ୟାକ୍ସ କରିନାହାନ୍ତି ଲାଇସେନ୍ସ- ନୟାଗଡ଼ ଜିଲାରେ ଥିବା ୧୪୭ ପ୍ୟାକ୍ସରୁ ୯୭ଟି ସାର ବିକ୍ରୟ ପାଇଁ ଲାଇସେନ୍ସ କରିନାହାନ୍ତି। ବାକି ୫୦ଟି ସମିତି ଲାଇସେନ୍ସ କରିଛନ୍ତି। ଉକ୍ତ ୯୭ ସେବା ସମବାୟ ସମିତିରୁ ଅଧିକାଂଶଙ୍କ ଗୋଦାମ ଘର ନ ଥିବା ଓ କିଛି ସମିତି ଭଙ୍ଗା ଘରେ ଚାଲୁଥିବାରୁ ସେମାନେ ସାର ବିକ୍ରୟ ପାଇଁ ଲାଇସେନ୍ସ କରି ନ ଥିବା ଜଣାପଡ଼ିଛି। ସମିତି ସମ୍ପାଦକମାନେ ଲାଇସେନ୍ସ କରି ନ ଥିବାରୁ ଘରୋଇ ଲାଇସେନ୍ସପ୍ରାପ୍ତ ଦେକାନୀମାନେ ମନଇଚ୍ଛା ଚଢ଼ା ଦରରେ ସାର ବିକ୍ରୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ

ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି...

ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ଶାଶୁ, ଶ୍ୱଶୁର, ଦିଅର ଫେରାର

ଓଡଗାଁ, ୧୧।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାଉଁଶଗାଡ଼ିଆ ଲେଙ୍କାସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ...

ଖଣ୍ଡପଡ଼ା ଅଞ୍ଚଳରେ ଅବାଧ ବାର୍‌ହା ଶିକାର

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍‌ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍‌ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ...

ଭିତ୍ତିପ୍ରସ୍ତର ସ୍ଥାପନର ୫ମାସ ବିତିଲା : ଏ ଯାଏଁ ଆରମ୍ଭ ହୋଇନି ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଖଣ୍ଡପଡା,୧୦।୮(ସ୍ବ.ପ୍ର.): ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଉମାଦେବୀ ଛକ ନିକଟରେ ଏକ ବିଜ୍ଞାନକେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏ ମଧ୍ୟରେ ଦୀର୍ଘ...

ନିୟମିତ ବସୁନି ପଞ୍ଚାୟତ ସମିତି ଅଧିବେଶନ: ୨ ମାସ ବଦଳରେ ବର୍ଷ ବର୍ଷ ବିତିଯାଉଛି

ନୟାଗଡ଼ ଅଫିସ,୧୧ା୮: ନୟାଗଡ଼ ଜିଲାରେ ଥିବା ୮ ପଞ୍ଚାୟତ ସମିତିରେ ଠିକ୍‌ ସମୟରେ ଅଧିବେଶନ ବସୁନାହିଁ। କେଉଁଠି ୬ ମାସ ତ ଆଉ କେଉଁଠି ବର୍ଷ...

ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୟାଗଡ଼ ଅଫିସ,୪।୧୦: ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦ୍ୱିତୀୟ ମହଲା ସାଧାରଣ ଓ ବିବିଧ ଉପବିଭାଗ ( ଜେନେରାଲ ଆଣ୍ଡ ମିସ୍‌ ସେକ୍ସନ)ରେ ଶୁକ୍ରବାର...

ଲୋକେ ଧରିଲେ ଗୋରୁ ବୋଝେଇ ଗାଡ଼ିି: ଆସିଲାନି ପୋଲିସ, ଗୋରୁ ଫିଟେଇ ଛାଡିଦେଲେ ଗୋଚାଲାଣକାରୀଙ୍କୁ

ନୟାଗଡ ଅଫିସ/ରଣପୁର, ୮।୩(ସ୍ବ.ପ୍ର.)- ନୟାଗଡ ଜିଲା ରଣପୁର ବ୍ଲକ ଗଉଡିଆପଡା ରଣପୁର ରାସ୍ତାର ଗଉଡିଆପଡାଠାରେ ଶୁକ୍ରବାର ସନ୍ଧ୍ୟା ୬ଟାରେ କେତେକ ଯୁବକ ୨ଟି ଟାଟା ଏସିଇ...

ଅପରାଧୀଙ୍କ ଆଡ୍ଡାସ୍ଥଳ ସାଜିଛି ସିଧାମୂଳା ସେତୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳା ନିକଟସ୍ଥ ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ନୟାଗଡ଼ ସହ କଟକ ଜିଲାକୁ ସଂଯୋଗ କରୁଛି । ୧୫୬୮...

Advertisement
Archives

Model This Week