ଚଞ୍ଚକତା କରି ବ୍ୟାଙ୍କରୁ ଟଙ୍କା ଉଠାଣ: ଠକ ଇଞ୍ଜିନିୟର ଯୁବକ ଗିରଫ; ୫ ମୋବାଇଲ, ୩ ଫିଙ୍ଗର ପ୍ରିଣ୍ଟ ମେଶିିନ ସମେତ ବିଭିନ୍ନ ସାମଗ୍ରୀ ଜବତ

ବାସୁଦେବପୁର, ୧୦ା୧୨(ଡି.ଏନ୍‌.ଏ.)- ଆଧୁନିକ ପ୍ରଯୁକ୍ତି କୌଶଳ ଜରିଆରେ ଜାଲିଆତି ଓ ଚଞ୍ଚକତା କରି ଭଦ୍ରକ ଓ କଟକର ଦୁଇ ବ୍ୟାଙ୍କରୁ ୧.୭୫ ଲକ୍ଷ ଟଙ୍କା ଉଠାଇ ନେବା ଘଟଣାରେ ପୋଲିସ ତଦନ୍ତ କରି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ଗ୍ରାମର ସୌମ୍ୟରଞ୍ଜନ ଦାସ(୨୫) ନାମକ ଜଣେ ଠକ ଇଞ୍ଜିନିୟର ଯୁବକଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୫ଟି ମୋବାଇଲ, ୩ଟି ଫିଙ୍ଗରପ୍ରିଣ୍ଟ ମେଶିନ, ଗୋଟିଏ ଟଙ୍କା ସ୍ବାଇପ୍‌ ମେଶିିନ, ଗୋଟିଏ ଲାପ୍‌ଟପ୍‌, ଗୋଟିଏ ପ୍ରିଣ୍ଟର, ୨ଟି ଏଟିଏମ୍‌, ୨ଟି ଆଧାର, ଗୋଟିଏ ପାନକାର୍ଡ଼, ଗୋଟିଏ ବ୍ୟାଙ୍କ ପାସ୍‌ବହି ଭଳି କେତେକ ସାମଗ୍ରୀ ଜବତ ହୋଇଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ବାସୁଦେବପୁର ଥାନା ଆଇଆଇସି ମଧୁମିତା ମହାନ୍ତି ଏହି ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ସୌମ୍ୟରଞ୍ଜନ ସେହି ଗ୍ରାମର ଆର୍ଯ୍ୟପ୍ରକାଶ ସାହୁ ନାମକ ଜଣେ ଯୁବକଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଭଦ୍ରକ ଓ କଟକର ଦୁଇ ବ୍ୟାଙ୍କରୁ ଏହି ଟଙ୍କା ଉଠାନେଇଥିଲେ। ଠକାମିର ଶିକାର ହୋଇଥିବା ଯୁବକ ଆର୍ଯ୍ୟପ୍ରକାଶଙ୍କ ଅଭିଯୋଗକ୍ରମେ ବାସୁଦେବପୁର ପୋଲିସ ଦଫା ୪୬୭, ୪୬୮, ୪୭୧, ୪୧୭, ୨୯୪, ୫୦୬, ୩୪ ଆଇପିସି ବଳରେ ଏକ ମାମଲା(ନଂ ୩୭୧/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଗିରଫ ସୌମ୍ୟରଞ୍ଜନ ଗୁଆଗଡ଼ିଆ ଗ୍ରାମରେ ଆଧାର ସଂଶୋଧନ ସହ ଆଧାରକାର୍ଡ ପ୍ରସ୍ତୁତି କାର୍ଯ୍ୟ କରୁଥିଲେ। କେତେକ ବ୍ୟକ୍ତିଙ୍କର ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରି ସେମାନଙ୍କ ନାମରେ ଚଞ୍ଚକତା ପୂର୍ବକ କେତେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଗୁଆଗଡ଼ିଆ ଗ୍ରାମର ଆର୍ଯ୍ୟପ୍ରକାଶଙ୍କ ଅଜାଣତରେ ଠକ ଯୁବକ ଭଦ୍ରକର ଏକ ଶାଖାରୁ ତା୧୮ା୧୧ା୧୯ ରିଖରେ ୭୫ ହଜାର ଟଙ୍କା ଓ ୨୦୧୮ ରେ କଟକର ଏକ ବ୍ୟାଙ୍କ କଟକ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇ ଥିବା ତଦନ୍ତରୁ ଜଣାପଡ଼ିଛି। ଭଦ୍ରକସ୍ଥିତ ବ୍ୟାଙ୍କରୁ ଟଙ୍କା ଉଠାଣ ସମ୍ପର୍କରେ ଆର୍ଯ୍ୟପ୍ରକାଶଙ୍କ ନିକଟକୁ ଚିଠି ଆସିବା ପରେ ଠକେଇ ହୋଇଥିବା ଜାଣି ସେ ଏ ବାବଦରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ଧରିବା ସହ ତାଙ୍କ ବାପାଙ୍କୁ ଥାନାକୁ ଡକାଇ ପଚରାଉଚରା କରି ଛାଡ଼ି ଦେଇଛି। ଏଭଳି ଠକେଇ ଘଟଣାରେ କେତେକ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟମାନଙ୍କ ସମ୍ପୃକ୍ତ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri