ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା

ଅଭିନୟ କ୍ୟାରିୟରରେ ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନେକ ବଡ଼ କଳାକାରଙ୍କ ସମେତ ବହୁ ନୂଆ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ୨ଟି ସିନେମାରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ସାମିଲ ରହିଛି। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା (ମହିଳା) ରୂପେ ପୁରସ୍କୃତ କରାଯାଇଛି। ଝିଅକୁ ଏହି ଆଓ୍ବାର୍ଡ ମିଳିବା ପରେ ବାପା ଚଙ୍କି ବହୁତ ଖୁସି ଅଛନ୍ତି। ସେ କହିଛନ୍ତି, ଅନେକ ବର୍ଷ ହେବ ମୁଁ ବଲିଉଡ୍‌ରେ କାମ କରିଛି। ଏବେ ମଧ୍ୟ ଅଭିନୟ କରୁଛି। ଲମ୍ବା କ୍ୟାରିୟରରେ ମୋତେ କେବେହେଲେ ଏହି ଆଓ୍ବାର୍ଡ ମିଳିନାହିଁ। ଆହୁରି ମଧ୍ୟ ସେ କହିଛନ୍ତି, ୩୪ ବର୍ଷର ଅଭିନୟ କ୍ୟାରିୟରରେ ତେଜାବ, ଆଖେଁ, ହାଉସଫୁଲ, ଅପ୍‌ନା ସପ୍‌ନା ମନି ମନି ଆଦି ସିନେମା ପାଇଁ ୪ ଥର ଫିଲ୍ମ ଫେୟାର ଆଓ୍ବାର୍ଡ ନିମନ୍ତେ ତାଙ୍କୁ ମନୋନୀତ କରାଯାଇଛି। ମାତ୍ର ସେ କେବେହେଲେ ଏହି ପୁରସ୍କାର ପାଇ ନାହାନ୍ତି। ଝିଅ ଏହି ପୁରସ୍କାର ପାଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ଏହା ତାଙ୍କୁ ବିଶ୍ୱାସ ହେଉ ନ ଥିବା ମଧ୍ୟ ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ନୂଆ ଚରିତ୍ର ସହ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍‌ କିଛିଦିନ ହେବ ବଡ ପରଦାରେ ଦେଖାଯାଉ ନାହାନ୍ତି କହିଲେ ଚଳେ। ଏବେ କିନ୍ତୁ ସେ ସମ୍ପୁର୍ଣ୍ଣ...

କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର

ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍‌ ଫିଲ୍ମର ଗୀତ ଏକ ପ୍ୟାର କା...

ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି।...

ସ୍ପେଶାଲ ଗିଫ୍ଟ

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପାଇଁ ନଭେମ୍ବର ୧୪ ସବୁବେଳେ ସ୍ମରଣୀୟ ହୋଇ ରହିବ। କାରଣ କ’ଣ ଜାଣନ୍ତି ? ଏହି ଦିନ ଏହି...

ବ୍ରେକ୍‌ଅପ୍‌ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ...

‘ଚେହ୍‌ରେ’ର ନୂଆ ଚେହେରା ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଚେହ୍‌ରେ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଥମେ ଫିଲ୍ମର ଷ୍ଟାର୍‌-କାଷ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପରେ ଯୋଡ଼ି ହୋଇଗଲା ହିରୋଇନ୍‌ଙ୍କ ସହ...

ଅମୀରଙ୍କ ମା’ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍‌ଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ...

Coronavirus Update

Archives

Model This Week

Why Dharitri