Posted inRasifala

ରାଶିଫଳ: ମଙ୍ଗଳବାର, ଫେବ୍ରୁଆରି ୧୮ ତାରିଖ – Daily Horoscope

ମେଷ
ରବି ଧନିଷ୍ଠା ନକ୍ଷତ୍ରରେ ରହିଥିବାରୁ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅର୍ଥସଂକଟ ଦୂରେଇଯିବ। ପାରିବାରିକ କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା ସମୟରେ ଆକସ୍ମିକ ଭାବରେ ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ଆଜିର ଦିନଟିରେ ରୋହିଣୀ ନକ୍ଷତ୍ର ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଆଶା କରିଥିବା ଦିଗରୁ ବନ୍ଧୁ ମାନଙ୍କ ସାହାର୍ଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ସୁଖଭ୍ରମଣ ଯୋଗ ରହିଛି ଏବଂ ଏହା ସଙ୍ଗକୁ ନୂତନ ଯୋଜନାରେ କୃତକାର୍ଯ୍ୟ ହୋଇପାରିବେ।
ମିଥୁନ
ମିଥୁନ
ଆଜି ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବାକୁ ପଡିପାରେ। ଶତ୍ରୁଗୃହସ୍ଥ ରବିଙ୍କ କୁପ୍ରଭାବରେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଆପଣଙ୍କ କାମକୁ ଭଣ୍ଡୁର କରିବା ସକାଶେ ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ଉପରିସ୍ଥଙ୍କ ତାଗିଦା କିମ୍ବା କଟୁକ୍ତି ଅବହେଳିତ କାର୍ଯ୍ୟ ସକାଶେ ଶୁଣି ଅନୁତାପ କରିବେ।
କର୍କଟ
କର୍କଟ
ସପ୍ତମସ୍ଥ ପାପଗ୍ରହ ହେତୁ ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅସାବଧାନତା ମଧ୍ୟରେ ଯାନବାହାନ ଚଳାଇବା ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା କିମ୍ବା ଅଜୀର୍ଣ୍ଣ ଜନିତ ପେଟଗୋଳମାଳର ଆଶଙ୍କା ରହିଛି। ପରିସ୍ଥିତି ଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ସି˚ହ
ସି˚ହ
ଚାରୋଟି ଗ୍ରହ ଚତୁର୍ଥ ସ୍ଥାନରେ ରାଜଯୋଗ ସୃଷ୍ଟି କରୁଥିବାରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ଓ ପ୍ରଶଂସା ଅବଶୟ ପାଇବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ ପାଖ,ପଡୋଶୀଙ୍କ ଅବଦାନକୁ ଆଦୌ ଭୁଲି ପାରିବେ ନାହିଁ। ଅର୍ଥ, ଜମିଜମା, ନିର୍ମାଣ, ଆମଦାନୀ, ରପ୍ତାନୀ, ସଭାସମିତି କ୍ଷେତ୍ରରେ କେତେକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇପାରେ।
କନ୍ୟା
ମାନସିକ ଅସ୍ଥିରତା ଲାଗି ରହିଥିବା କାରଣରୁ ଅନ୍ୟମନସ୍କତା ହେତୁକ ଭଲ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି। ପୂର୍ବସ୍ଥିରୀକୃତ କାମଗୁଡିକ ପରିସ୍ଥିିତିର ବିଷମତା କାରଣରୁ ଓଲଟା ହେବାର ସୂଚନା ରହିଛି। ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନାରେ କିଛିଲୋକ ଭଲ କହିଲା ସମୟରେ ଅଉ କେତେକ ସମାଲୋଚନା କରିପାରନ୍ତି।
ତୁଳା
ତୁଳା
ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ଶେଷ ହେବାପୂର୍ବରୁ ବିଗିଡିଯିବ। ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ଋଣ, ଶତ୍ରୁତା, ପାରିବାରିକ ମତଭେଦ ଓ କାର୍ଯ୍ୟହାନୀ ଅସନ୍ତୋଷର ମାତ୍ରାକୁ ବୃଦ୍ଧି କରିବ।
ବିଛା
ବିଛା
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବ୍ୟବସାୟରେ ମାନମନା‘ର ଦେଖା ଦେଇପାରେ। ଆପଣଙ୍କ କାମରେ ସହଯୋଗର ପ୍ରତିଶୃତି ଦେଇମଧ୍ୟ ଠିକ୍‌ ସମୟରେ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇପାରେ।
ଧନୁ
ଧନୁ
ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବା ସହ ବାରମ୍ଭାର ସ୍ବାସ୍ଥ୍ୟହାନୀ ଜନିତ ଦୁଃଶ୍ଚିନ୍ତା ମଧ୍ୟ ବଢିଯିବ। ସମସ୍ୟା ମଧ୍ୟରେ ଚଳୁଥିବା ପରିପ୍ରେକ୍ଷୀରେ ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତିରେ ନୂତନ କର୍ମସସ୍ଥାନ ପାଇଁ ମନ ବଳିବ। ଆରମ୍ଭ କରିଥିବା ନୂତନ ଯୋଜନାଟି ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ତଥାପି କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ବୈବାହିକ କର୍ମ ପରିପ୍ରେକ୍ଷୀରେ ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। ପ୍ରବାସୀମାନେ କର୍ମକ୍ଷେତ୍ରରେ ସ୍ବ ସ୍ବ କର୍ମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦାଯୁକ୍ତ ହେବେ। ବିଭିନ୍ନ ପ୍ରକାରର ସମସ୍ୟା ବିଜଡିତ ରହିବା କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
କୁମ୍ଭ
ଆପଣଙ୍କ କାର୍ଯ୍ୟସାଧନରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟ ଓ ସହାନୁଭୂତି ବହୁତ ଉପକାରରେ ଆସିବ। କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ମନରେ ସନ୍ଦେହ ଓ ବନ୍ଧୁଙ୍କ ଆଚରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ଦିନଟି ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ। ଆଲୋଚନା, ନୂତନ ସମ୍ପର୍କ କ୍ଷେତ୍ରରେ ଓ ସଫଳତା ପାଇପାରନ୍ତି।
ମୀନମୀନ
କଠିନଶ୍ରମ ସଙ୍ଗକୁ ଦୀର୍ଘପଥ ଭ୍ରମଣ ଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତିରେ କେତେକ ବ୍ୟତିକ୍ରମ ଆପଣଙ୍କର ମାନସିକ ଉଦ୍‌ବେଗକୁ ବଢାଇ ଦେଇପାରେ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?