ଘୁଷୁରିଡ଼ଙ୍ଗା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳ କରାଯିବ

ସୋରଡ଼ା,୧୩ା୧୨(ଡି.ଏନ୍‌.ଏ.)= ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ସୀମାଞ୍ଚଳ ପ୍ରଧାନ, ଏନଏସି ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଗୁରୁବାର ବଡ଼ଗଡ଼ ସରକାରୀ ଡ଼ାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ରୋଗୀମାନଙ୍କ ସହ ଆଲୋଚନା କରିବା ସହ ଡ଼ାକ୍ତରଖାନାରେ ନିରାମୟ ଯୋଜନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ତଦାରଖ କରିଥିଲେ। ଜନସାଧାରଣଙ୍କ ଅଭିଯୋଗକ୍ରମେ ଡ଼ାକ୍ତରଖାନା ପରିସରରେ ଥିବା ଏକ ଘରୋଇ ଔଷଧ ଦୋକାନ ଯାଞ୍ଚ ପରେ ଜିଲାପାଳ ତୁରନ୍ତ ଏଠାରେ ତାଲା ପକାଇବାକୁ ବିଡିଓଙ୍କୁ କହିଥିଲେ। ବିଡିଓ ପ୍ରଧାନ ତାଲା ପକାଇଥିଲେ। ସରକାର ମାଗଣାରେ ସମସ୍ତ ସ୍ବାସ୍ଥ୍ୟସେବା ତଥା ଔଷଧ ଦେଉଥିବାବେଳେ, ମେଡିକାଲ ପରିସରରେ ଘରୋଇ ଔଷଧ ଦୋକାନ ପାଇଁ ମନା କରିଥିଲେ। ଏହାଛଡ଼ା ମେଡିକାଲ ଡାକ୍ତର ସେହି ଔଷଧ ଦୋକାନରେ ବସୁଥିବାରୁ ତାଙ୍କୁ ତାଗିଦ୍‌ କରିଥିଲେ।
ଏହାପରେ ଜିଲାପାଳ, ବିଧାୟକ, ଗୌଡ଼ଗୋଠ ସରପଞ୍ଚ ରାମ ଶବର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁଙ୍କ ସମେତ ୧୦ ଜଣିଆ ଦଳ ବଡ଼ଗଡ଼ ପଞ୍ଚାୟତର ଆଦିବାସୀ ଗ୍ରାମ ଶଗଡ଼ବସାକୁ ଯାଇଥିଲେ। ପାରମ୍ପରିକ ନୃତ୍ୟଗୀତ ସହ ଗ୍ରାମବାସୀ ପାଛୋଟି ନେଇଥିଲେ। ପରେ ଘୁଷୁରିଡ଼ଙ୍ଗା ଜଳ ପ୍ରପାତ ବୁଲିବାକୁ ଯାଇଥିଲେ। ୫୦ ଫୁଟ ଉଚ୍ଚାରୁ ପାଣି ପଡୁଥିବା ଦେଖି ଜିଲାପାଳ ଏହାକୁ ପର୍ଯ୍ୟଟନସ୍ଥଳ କରିବାକୁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି କହିଥିଲେ। ଜଳପ୍ରପାତରୁ ସିଧାସଳଖ ଗ୍ରାମକୁ ୨୪ ଘଣ୍ଟିଆ ପାଣି ଆସୁଥିବା ବ୍ୟବସ୍ଥାକୁ ଦେଖିବା ସହ ପାଣି ପିଇଥିଲେ। ସୂଚନାଯୋଗ୍ୟ ଯେ ବିଧାୟକ ୨ଦିନ ତଳେ ଶଗଡ଼ବସା ଅଞ୍ଚଳକୁ ପରିଦର୍ଶନ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ବିଧାୟକ ସ୍ବାଇଁଙ୍କ ପ୍ରସ୍ତାବରେ ଜିଲାପାଳ ଆସି ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ସମେତ ପର୍ଯ୍ୟଟନସ୍ଥଳ ପାଇଁ ସମସ୍ତ ପ୍ରକାର ସୁବିଧା ନିମନ୍ତେ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକରଣ କଲେଣି ୬୯୩୬ ପ୍ରବାସୀ ଓଡ଼ିଆ

ଏରସମା,୭ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଏବେ ଘରକୁ ଫେରିବାକୁ ତତ୍ପର ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ସୁଦ୍ଧା ଜଗତ୍‌ସିଂହପୁର...

ପାଣି ପାଇଁ ହାଣ୍ଡି, ମାଠିଆଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଚିତ୍ରକୋଣ୍ଡା, ୫।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ଶତାଧିକ ଗ୍ରାମବାସୀ ପାଣି ସମସ୍ୟା ନେଇ ସୋମବାର ଚିତ୍ରକୋଣ୍ଡା ବ୍ଲକ...

ଆଉ ନାହାନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର,୨୦।୭(ବ୍ୟୁରୋ)ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଦୀର୍ଘ ମାସର ଅସୁସ୍ଥତା ପରେ ସୋମବାର ରାତିରେ ବିଜୟ ଆଖି ବୁଜିଛନ୍ତି। ସନ୍ଧ୍ୟାରେ...

ରାଜଧାନୀରୁ ଲୁଟିଥିଲେ ୩୪ ବାଇକ୍‌

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବାଇକ୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ କମିଶନରେଟ ପୋଲିସ କାବୁ କରିଛି। ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଖଣ୍ଡଗିରି...

ପୋଲିସ ଟୋପି ପିନ୍ଧି ଫଟୋ ଭାଇରାଲ: ଥାନାକୁ ଟଣାହେଲେ ଯନ୍ତ୍ରୀ

ମାଲକାନଗିରି,୩।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର...

ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ

ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...

ମାଓବାଦୀ କ୍ୟାମ୍ପରେ ଚଢ଼ାଉ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିର/ଚିତ୍ରକୋଣ୍ଡା,୨୮।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି। ସ୍ବାଭିମାନ ଅଞ୍ଚଳରେ ଦୁଇଦିନ...

ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହେଉନି ବିଲ୍‌: କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପାତ୍ର

ଗଞ୍ଜାମ,୪।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଲ୍‌ ପ୍ରଦାନ କରାଯାଇନାହିଁ। ଏ ନେଇ ଠିକାଦାରଙ୍କ...

Advertisement
Archives

Model This Week