ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫-୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ ହୁ ହୋଇ ବୃଦ୍ଧି ପାଉଥିବା ମୋଟର ଯାନ ବ୍ୟବହାର ଶ୍ୱାସ ରୁନ୍ଧି ଦେଲାଭଳି ପରିସ୍ଥିତି ସୃଷ୍ଟି କଲାଣି। ନିକଟରେ ରାଜଧାନୀ ଦିଲ୍ଲୀରେ ଅତ୍ୟଧିକ ବାୟୁ ପ୍ରଦୂଷଣକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। କେବଳ ଦିଲ୍ଲୀ ନୁହେଁ ଦେଶର ୧୦୨ଟି ସହର ପ୍ରଦୂଷଣର ବିଷାକ୍ତ ବଳୟ ମଧ୍ୟକୁ ଚାଲି ଯାଇଛି। ଓଡ଼ିଶାର କେତେକ ସହର ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। ଯାନବାହନ, ଶିଳ୍ପାଞ୍ଚଳ, କଠିନ ବର୍ଜ୍ୟବସ୍ତୁ ପୋଡ଼ିବା ପରେ ସେଥିରୁ ନିର୍ଗତ ଧୂଆଁ ଯୋଗୁ ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ରାଜ୍ୟର ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର ଏବଂ ରାଉରକେଲା ଆଦି ୬ଟି ସହର ପ୍ରଦୂଷଣ ଜ୍ୱଳାରେ ଛଟ ପଟ ହେଉଛି। ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନ୍‌ମେଣ୍ଟ ଦ୍ୱାରା କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ପଦାକୁ ଆସିଛି।
ସମଗ୍ର ଦେଶରେ ସହରାଞ୍ଚଳର ପରିବେଶକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ଏସ୍‌ପିସିବି) ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେଉ ନ ଥିବାରୁ ଗୋଟିଏ ପରେ ଗୋଟିଏ ସହର ପ୍ରଦୂଷଣ ବଳୟ ଭିତରକୁ ଚାଲି ଯାଉଛି। ସାଧାରଣତଃ ବାୟୁରେ ୧୦ମାଇକ୍ରନରୁ କମ୍‌ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା। ମାତ୍ର ଏହି ସହରାଞ୍ଚଳଗୁଡ଼ିକରେ ଯଥେଷ୍ଟ ଅଧିକ ରହିଛି। ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ହାର ୩୬ ପ୍ରତିଶତ ଅଧିକ
ଘାତକ ହେଉଛି …
ଥିବାବେଳେ ଅନୁଗୋଳ ୨୮, କଟକ ୨୭, ରାଉରକେଲା ୪୧ ଏବଂ ତାଳଚେର ୪୫ ପ୍ରତିଶତ ରହିଛି। ସ୍ମାର୍ଟସିଟି ଭୁବନେଶ୍ୱର ଯାନବାହନ ଜନିତ ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ୨୦୦୫ରୁ ୨୦୧୭ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୨୭୨ପ୍ରତିଶତ, କଟକ ୧୫୯, ଅନୁଗୋଳ ୧୫୨, ଭୁବନେଶ୍ୱର ୧୧୮ ଏବଂ ରାଉରକେଲାରେ ୮୦ ପ୍ରତିଶତ ଯାନବାହନ ପଞ୍ଜୀକୃତ ହୋଇଛି।
ସହରାଞ୍ଚଳରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳର ପରିବେଶ ସୁଧାରିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ୬ମାସ ମଧ୍ୟରେ ରିପୋର୍ଟ ଦେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସହରାଞ୍ଚଳଗୁଡ଼ିକର ବାୟୁ ପ୍ରଦୂଷଣ ମାତ୍ରା କିପରି ହ୍ରାସ କରାଯାଇପାରିବ ସେ ନେଇ ରାଜ୍ୟ ସରକାର ଏକ ସମନ୍ବିତ ସ୍ବଚ୍ଛ ବାୟୁ ଆକ୍ସନ ପ୍ଲାନ(କମ୍ପ୍ରହେନସିଭ କ୍ଲିନ ଏୟାର ଆକ୍ସନ ପ୍ଲାନ) ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟ ପରିବହନ ବିଭାଗ, ଶିଳ୍ପ, କୃଷି, ଖଣି ଓ ଇସ୍ପାତ, ଗୃହନିର୍ମାଣ ଓ ନଗର ଉନ୍ନୟନ ଭଳି ଅନ୍ୟାନ୍ୟ ବିଭାଗକୁ ସାମିଲ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ତୁଲାଇବ। ରାଜ୍ୟ ସରକାରଙ୍କ ପକ୍ଷରୁ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଦ୍ୱାରା ଏହାକୁ ଅନୁମୋଦନ କରାଯାଇଛି। ଆକ୍ସନ ପ୍ଲାନ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ବିଭିନ୍ନ ପର୍ଯ୍ୟାୟରେ ବିଭାଗ ଗୁଡ଼ିକୁ ନେଇ କର୍ମଶାଳାର ଆୟୋଜନ କରାଯିବ।
ପ୍ରଦୂଷିତ ବାୟୁମଣ୍ଡଳକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଶିଳ୍ପାଞ୍ଚଳ ଓ ଯାନବାହନ ଜନିତ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସହରାଞ୍ଚଳ ନିକଟରେ ଥିବା ଅତି ପ୍ରଦୂଷିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରିବା, ସର୍ବସାଧାରଣ ପରିବହନ ସେବାରେ ସଂସ୍କାର ଆଣିବା ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ। ଯାନବାହନରୁ ବାହାରୁଥିବା ଧୂଆଁ ବର୍ଜ୍ୟବସ୍ତୁ ପରିଚାଳନା, କୋଠାବାଡ଼ି ନିର୍ମାଣ ଯୋଗୁ ହେଉଥିବା ପ୍ରଦୂଷଣ ଇତ୍ୟାଦିକୁ ରୋକିବା ଲାଗି ପଦକ୍ଷେପ ନିଆଯିବ। ରାଉରକେଲା, ତାଳଚେର ଏବଂ ଅନୁଗୋଳ ଶିଳ୍ପାଞ୍ଚଳ ସହରରେ ପ୍ରଦୂଷଣ ରୋକିବାକୁ ଏକ ବଡ଼ ଆହ୍ବାନ। ସେହି ସବୁ ସହରରେ ପିଏମ୍‌(ପାର୍ଟିକୁଲେଟ ମ୍ୟାଟର)-୧୦ ରହିଛି। ଏହାକୁ ୧୪ରୁ ୧୫ ପ୍ରତିଶତ ହ୍ରାସ କରିବାକୁ ପଡ଼ିବ। ସେହିପରି ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ବାୟୁ ପ୍ରଦୂଷଣ ପିଏମ-୧୦କୁ ୨୭ରୁ ୩୬ ପ୍ରତିଶତ କୁ ହ୍ରାସ କରିବା ନେଇ ଆକ୍ସନ ପ୍ଲାନରେ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଏହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ଦିଗରେ ସମସ୍ତ ବିଭାଗ ଉଦ୍ୟମ କରିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗଗୁଡ଼ିକୁ ନେଇ ମଙ୍ଗଳବାର ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri