ଘର ଭଙ୍ଗା ତଥ୍ୟର ରହୁନି ତାଳମେଳ: ତହସିଲଦାର, ବିଡିଓଙ୍କୁ ଘେରିଲେ ବିପନ୍ନ

ଗୋପ, ୬।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଥିବାବେଳେ ସରକାରୀ ସହାୟତା ପାଇବା ଲାଗି ବ୍ଲକ ଓ ତହସିଲରେ ଭିଡ଼ ଜମାଉଛନ୍ତି। ବାସ୍ତବତା ଖୋଜିଲେ ବ୍ଲକ ଓ ତହସିଲରେ ଘରଭଙ୍ଗା ତଦନ୍ତ ତାଲିକାରେ ତାଳ ମେଳ ରହୁ ନ ଥିବାବେଳେ ବିଶେଷ କରି ଏହି ତାଲିକାରେ ଧନୀ ଶ୍ରେଣୀର ବ୍ୟକ୍ତି ଓ କୋଠାଘର ଥିବା ଲୋକମାନଙ୍କର ନାଁ ଥିବା ନେଇ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଶହ ଶହ ବିପନ୍ନ ପୁନଃ ତଦନ୍ତ ଦାବିରେ ବିଡିଓ ଦୀପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ଘେରାଉ କରିଥିଲେ।
ଗତ ୩ ତାରିଖ ସାମୁଦ୍ରିକ ଝଡ଼ ଫନୀରେ ଗୋପ ବ୍ଲକରେ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ସର୍ବସ୍ବ ହରାଇଥିବା ବିପନ୍ନମାନେ ଆଶ୍ରୟସ୍ଥଳରୁ ଘରକୁ ଫେରିଥିବାବେଳେ ଏବେ ମଧ୍ୟ ହଜାର ହଜାର ବିପନ୍ନ ଭଙ୍ଗା ଘରେ ଜରି ପାଲ ଟାଣି ପରିବାର ସହ ରହୁଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଗୋପ ତହସିଲ ଓ ବ୍ଲକ ପକ୍ଷରୁ ଗତ ୧୭ ତାରିଖରୁ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାତ୍ର ୧୭ ହଜାର ଘର ତଦନ୍ତ ପରିସରଭୁକ୍ତ ହୋଇଛି। ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଲାଗିଥିବା ଘରଭଙ୍ଗା ତାଲିକାରେ ଧନୀ ଶ୍ରେଣୀର ବ୍ୟକ୍ତି, କୋଠାଘରେ ଥିବା ବ୍ୟକ୍ତିଙ୍କ ନାମ ରହିଥିବାବେଳେ ପ୍ରକୃତ ଘର ଭାଙ୍ଗିଥିବା ଗରିବ ଲୋକମାନଙ୍କର ନାଁ ନ ଥିବା ଭଳି ଅଭିଯୋଗ ହୋଇଛି। ଏହି ଘରଭଙ୍ଗା ତାଲିକା ଲାଗିବା ପରେ ଗରିବ ଲୋକମାନେ ନିଜର ଗୃହ ପୁନଃ ତଦନ୍ତ ଦାବିରେ ପ୍ରଚଣ୍ଡ ଖରାରେ ବ୍ଲକ୍‌, ତହସିଲ ଦୌଡ଼ିବା ବେଳେ କେବଳ ଅଭିଯୋଗ ଦିଅ ବୋଲି ବ୍ଲକ ତହସିଲ ପକ୍ଷରୁ ବିପନ୍ନମାନଙ୍କୁ କୁହାଯାଉଛି। ଗୋପ ବ୍ଲକ ଅଧୀନ ବନ୍ତଳୀଗ୍ରାମ ଗ୍ରାମ ପଞ୍ଚାୟତର ତରଣା ଗ୍ରାମର ଦୁଃଶାସନ ପ୍ରଧାନଙ୍କ ଘର ଓ ଏହି ପଞ୍ଚାୟତ ଅଧୀନ ତାଳକପା ଗ୍ରାମର ଭିକାରୀ ବରାଳଙ୍କ ଘର ସହିତ ଆଉ ଅନ୍ୟାନ୍ୟ ପଞ୍ଚାୟତର ଗରିବ ଲୋକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସେମାନଙ୍କ ନାମ ତାଲିକାରେ ନ ଥିବା ଜଣାପଡ଼ିଛି। ବିପନ୍ନମାନେ ସରକାରୀ ସହାୟତା ପାଇବା ପାଇଁ ଗୁରୁବାର ଘଣ୍ଟା ଘଣ୍ଟା ଧରି ଦୁଇ ଅଧିକାରୀଙ୍କୁ ଘେରାଉ କରିଥିଲେ ମଧ୍ୟ କେବଳ ପୁନଃ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ତାହା କେବେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଜଣାପଡ଼ିନାହିଁ। ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ପଚାରିବାରେ ତଦନ୍ତ ତାଲିକା ଦେଖିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀ ସୁରକ୍ଷା ପାଇଁ କର୍ମଚାରୀ ଅଭାବ

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ ଏବେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବନ୍ୟପ୍ରାଣୀଙ୍କୁ ଶିକାର ଖବର ହେଉ କିମ୍ବା ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାର...

ସରକାରୀ ଅଫିସରେ ଗହଳି ମନା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରି ସଂକ୍ରମଣ ରୋକିବା ନେଇ କଟକଣାକୁ କଡ଼ାକଡ଼ି କରାଯାଉଛି। ସରକାରୀ ଅଫିସରେ ମଧ୍ୟ ରାଜ୍ୟ...

ଓଡ଼ିଶା ସିଆର୍‌ପିଏଫ୍‌ ମହାନିରୀକ୍ଷକଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଓଡିଶା ସେକ୍ଟର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ପୋଲିସ ମହାନିରୀକ୍ଷକ ଭାବେ ସଂଗ୍ରାମ କେଶରୀ ମହାନ୍ତି...

ଚାଲିଲା ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌ : ପୁରୀରୁ ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ସେବା ଆରମ୍ଭ

ଭୁବନେଶ୍ୱର,୧୩।୫(ବ୍ୟୁରୋ)-ବାତ୍ୟା ପାଇଁ ବାତିଲ ହୋଇଥିବା ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁଣିଥରେ ଚଳାଚଳ ଆରମ୍ଭ କରିଛି। ରବିବାରଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ମୋଟ ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌...

ପିଲାଙ୍କୁ ଫୁଲ୍‌ ମାର୍କ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ ୨୪ ଘଣ୍ଟା ଭିତରେ...

ଲକ୍‌ଡାଉନ୍‌ ସମୟରେ ଜାରି ରହିବ କୃଷି, ମନରେଗା କାର୍ଯ୍ୟ; ସାମାଜିକ ଦୂରତ୍ୱ ରକ୍ଷା ଉପରେ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର,୯।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଆସନ୍ତା ଏପ୍ରିଲ ୧୪ ତାରିଖରେ ଶେଷ ହୋଇଥାନ୍ତା। ହେଲେ ଏହାକୁ ଏପ୍ରିଲ ୩୦...

ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍‌, ବାଇକ୍‌; ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ...

ମୋଦି ସରକାର ଅସହିଷ୍ଣୁ: କଂଗ୍ରେସ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭାରତ ବର୍ଷର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାରରୁ ରାଜୀବ ଗାନ୍ଧୀଙ୍କ ନାମ କାଟିବା ନେଇ ରାଜ୍ୟ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ...

Advertisement
Archives

Model This Week