ଘର ଭଙ୍ଗା ତଥ୍ୟର ରହୁନି ତାଳମେଳ: ତହସିଲଦାର, ବିଡିଓଙ୍କୁ ଘେରିଲେ ବିପନ୍ନ

ଗୋପ, ୬।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଥିବାବେଳେ ସରକାରୀ ସହାୟତା ପାଇବା ଲାଗି ବ୍ଲକ ଓ ତହସିଲରେ ଭିଡ଼ ଜମାଉଛନ୍ତି। ବାସ୍ତବତା ଖୋଜିଲେ ବ୍ଲକ ଓ ତହସିଲରେ ଘରଭଙ୍ଗା ତଦନ୍ତ ତାଲିକାରେ ତାଳ ମେଳ ରହୁ ନ ଥିବାବେଳେ ବିଶେଷ କରି ଏହି ତାଲିକାରେ ଧନୀ ଶ୍ରେଣୀର ବ୍ୟକ୍ତି ଓ କୋଠାଘର ଥିବା ଲୋକମାନଙ୍କର ନାଁ ଥିବା ନେଇ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଶହ ଶହ ବିପନ୍ନ ପୁନଃ ତଦନ୍ତ ଦାବିରେ ବିଡିଓ ଦୀପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ଘେରାଉ କରିଥିଲେ।
ଗତ ୩ ତାରିଖ ସାମୁଦ୍ରିକ ଝଡ଼ ଫନୀରେ ଗୋପ ବ୍ଲକରେ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ସର୍ବସ୍ବ ହରାଇଥିବା ବିପନ୍ନମାନେ ଆଶ୍ରୟସ୍ଥଳରୁ ଘରକୁ ଫେରିଥିବାବେଳେ ଏବେ ମଧ୍ୟ ହଜାର ହଜାର ବିପନ୍ନ ଭଙ୍ଗା ଘରେ ଜରି ପାଲ ଟାଣି ପରିବାର ସହ ରହୁଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଗୋପ ତହସିଲ ଓ ବ୍ଲକ ପକ୍ଷରୁ ଗତ ୧୭ ତାରିଖରୁ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାତ୍ର ୧୭ ହଜାର ଘର ତଦନ୍ତ ପରିସରଭୁକ୍ତ ହୋଇଛି। ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଲାଗିଥିବା ଘରଭଙ୍ଗା ତାଲିକାରେ ଧନୀ ଶ୍ରେଣୀର ବ୍ୟକ୍ତି, କୋଠାଘରେ ଥିବା ବ୍ୟକ୍ତିଙ୍କ ନାମ ରହିଥିବାବେଳେ ପ୍ରକୃତ ଘର ଭାଙ୍ଗିଥିବା ଗରିବ ଲୋକମାନଙ୍କର ନାଁ ନ ଥିବା ଭଳି ଅଭିଯୋଗ ହୋଇଛି। ଏହି ଘରଭଙ୍ଗା ତାଲିକା ଲାଗିବା ପରେ ଗରିବ ଲୋକମାନେ ନିଜର ଗୃହ ପୁନଃ ତଦନ୍ତ ଦାବିରେ ପ୍ରଚଣ୍ଡ ଖରାରେ ବ୍ଲକ୍‌, ତହସିଲ ଦୌଡ଼ିବା ବେଳେ କେବଳ ଅଭିଯୋଗ ଦିଅ ବୋଲି ବ୍ଲକ ତହସିଲ ପକ୍ଷରୁ ବିପନ୍ନମାନଙ୍କୁ କୁହାଯାଉଛି। ଗୋପ ବ୍ଲକ ଅଧୀନ ବନ୍ତଳୀଗ୍ରାମ ଗ୍ରାମ ପଞ୍ଚାୟତର ତରଣା ଗ୍ରାମର ଦୁଃଶାସନ ପ୍ରଧାନଙ୍କ ଘର ଓ ଏହି ପଞ୍ଚାୟତ ଅଧୀନ ତାଳକପା ଗ୍ରାମର ଭିକାରୀ ବରାଳଙ୍କ ଘର ସହିତ ଆଉ ଅନ୍ୟାନ୍ୟ ପଞ୍ଚାୟତର ଗରିବ ଲୋକଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସେମାନଙ୍କ ନାମ ତାଲିକାରେ ନ ଥିବା ଜଣାପଡ଼ିଛି। ବିପନ୍ନମାନେ ସରକାରୀ ସହାୟତା ପାଇବା ପାଇଁ ଗୁରୁବାର ଘଣ୍ଟା ଘଣ୍ଟା ଧରି ଦୁଇ ଅଧିକାରୀଙ୍କୁ ଘେରାଉ କରିଥିଲେ ମଧ୍ୟ କେବଳ ପୁନଃ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ତାହା କେବେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଜଣାପଡ଼ିନାହିଁ। ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସ ଓ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ପଚାରିବାରେ ତଦନ୍ତ ତାଲିକା ଦେଖିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri