ଘର ଖଁଡ଼େ ତିଆରିବାରେ ଅକ୍ଷମ:ଭଂଗା କୁରିଆରେ ୨ ଅସାହା ପରିବାରର

 

କେସିଙ୍ଗା, ୨୫।୬ (ଡି.ଏନ୍‌.ଏ)
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କଶୃପଡ଼ା ପଁଚେତ୍‌ ସୁକୁନାଭଟା ଗଁାର ଦୁଇ ଭାଇ ଖଗେଶ୍ୱର ନାଏକ(୩୫) ଆର କାତ୍ତିକ ନାଏକ(୩୨)। ଉଭଏ ନିହାତି ଗରିବ୍‌ ହେଇଥିଲାବେଲେ ଗୁଟେ ଝାଟି ମାଟିର କୁରିଆରେ ତାରପଲିନ ଢାପି ଦୁଇ ଭାଇ ରହୁଛନ୍‌। ସରକାରୀ ଯୋଜନାରେ ଘରଖଡ଼େ ଲେଖେଁ ପାଏବାର ଲାଗି ଉଭଏ ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ସୁକୁନାଭଟା ଗଁାର ଦୁଇ ଭାଇ ଖଗେଶ୍ୱର ଆର କାର୍ତ୍ତିକ ନିହାତି ଗରିବ୍‌। ଖଗେଶ୍ୱରକଁର ପରିବାର କହେଲେ ମାଏକିନା ଦେବକୀ, ଦୁଇ ଝି, ଗୁଟେ ପୁଓ। ସେନ୍‌ତା କାର୍ତ୍ତିକର ପରିବାର କହେଲେ ମାଏକିନା ଉର୍ମିଳା ଆର ଗୁଟେ ପୁଓକେ ନେଇ ସୁଖର ସଁସାର। ସଖାଲ ପାଏଲେ ଦୁଇ ଭାଇ ପରହର କାମବୁତା କଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଦୁହେଁ ଜାତୀୟ ରାଜପଥ ୨୬ ତରେ ପରହର ଜମିରେ ୩୦ ବଛର ହେଲା ଗୁଟେ ଝାଟିମାଟି କୁରିଆ କରି ଦୁଇ ବଖରା ଘରଥି ନିଜର ନିଜର କୁଟୁମ ଧରି ରହୁଛନ୍‌। ହେଲେ ବରଷା ମାସେ ଦୁଇ କୁଟମର ଦୁଖ୍‌ ଦୁଇଗୁନା ହେଇଯାଉଛେ। ଘରଭିତରେ ଅଁାଠେ ପାଏନ୍‌ ହେଉଛେ, କୁଟୁମବସିଆ ରାଏତସାରା ଉଜାଗର ରହି ପାଏନ୍‌ ଛେଦଉଛନ୍‌। ହେଲେ ଆଏଜ୍‌ତକ ଇ ଗରିବ୍‌ ପରିବାର ଉପରେ ଥାନୀୟ ପରଶାସନର ନଜର ନାଇଁ ପଡ଼ବାରଟା ନିହାତି ଗୁଟେ ଦୁଖର କଥା। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ ପରିବାରମାନକୁ ଘରଡିହ ସଂଗେ ଆବାସ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ ଦୁଖର କଥା ଇ ଦୁଇ ଭାଇ ନିହାତି ଗରିବ୍‌ ହେଇଥିଲେ ବି ଆଏଜ୍‌ତକ ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଦୁଇ ଭାଇ ସରକାରୀ ଯୋଜନାରେ ଘରଖଁଡ଼େ ଲେଖେଁ ପାଏବାର ଲାଗି ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ଘଟନା ବାବ୍‌ଦେ ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?