ଘର ଉପରକୁ ଢଳିପଡ଼ିଛି ୧୧ କେଭି ବିଦ୍ୟୁତତାର, ସ୍ଥାନାନ୍ତର ଦାବି

ଆନନ୍ଦପୁର,୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଅର୍ଜୁନବଣିଆ ଗ୍ରାମର ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ ଏବେ ଭୟ ଆଶଙ୍କା ମଧ୍ୟରେ ଜୀବନ ଅତିବାହିତ କରୁଥିବା ଦୃଷ୍ଟିକୁ ଆସିଛି। ଗ୍ରାମର ଜଇ ନାଇକଙ୍କ ଘର ନିକଟ ଦେଇ ୧୧ କେଭି ବିଦ୍ୟୁତତାର ଯାଇଥିବାରୁ ପରିବାର ଲୋକେ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଛନ୍ତି। ବିଦ୍ୟୁତଖୁଣ୍ଟର ତଳ ଭାଗଟି ନଷ୍ଟ ହୋଇ ଘର ପାର୍ଶ୍ୱକୁ ଢଳି ପଡ଼ିଛି। ଘର ଉପରେ ପଡ଼ିଯିବା ଭୟରେ ପରିବାର ଲୋକେ ବାଉଁଶ ଓ କାଠ ଢିରା ଦେଇ ଖୁଣ୍ଟକୁ ଅଟକାଇବା ପାଇଁ ଉଦ୍ୟମ କରିଛନ୍ତି। ବର୍ଷାଦିନ ଆସିଯାଇଥିବାରୁ ଖୁଣ୍ଟଟି ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ତିଳେମାତ୍ର ଦୃଷ୍ଟି ଦେଇ ନ ଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଆନନ୍ଦପୁର ବିଦ୍ୟୁତ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା...

ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ

ବାହାନଗା, ୨୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଏକ ଅଚଳ ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ପାଇଁ କାଳ ସାଜିଛି। ଫଳରେ ହଜାର ହଜାର ହେକ୍ଟର...

ଏମାନେ କଲେଜ ବେଳର ବନ୍ଧୁ

ରୂପ୍‌ସା, ୬।୩(ବାଞ୍ଛାନିଧି ଦେ)-ସେମାନେ ଥିଲେ କଲେଜ ବେଳର ବନ୍ଧୁ। ବିଏ ପାସ୍‌ ପରେ ଚାକିରି କରିବାକୁ ମନ ବଳାଇଥିଲେ। ମାତ୍ର ପରିବାରର ଅଭାବ, ଅନଟନ ସେମାନଙ୍କୁ...

ଇମାମୀ ଜଗନ୍ନାଥ ମନ୍ଦିର ୫ମ ପ୍ରତିଷ୍ଠା ଉତ୍ସବ: ୭୦ ଯୋଡ଼ିଙ୍କ ହାତଗଣ୍ଠି ପଡିଲା

ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥ...

‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ...

ମଧ୍ୟାହ୍ନଭୋଜନ ପ୍ରସ୍ତୁତ କେନ୍ଦ୍ର ଉଦ୍‌ଘାଟିତ

ବାଲେଶ୍ୱର ଅଫିସ, ୧୬।୧୦-ବାଲେଶ୍ୱର ସେରଗଡ଼ସ୍ଥିତ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କେନ୍ଦ୍ରକୁ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦ୍‌ଘାଟନ କରିଛନ୍ତି। ପୌରାଞ୍ଚଳର ୫୨ଟି ସ୍କୁଲରେ ପଢୁଥିବା ୮,୨୦୦...

ତହସିଲଦାରଙ୍କୁ ୬ଘଣ୍ଟା ଅଟକ ରଖି ରାସ୍ତାରୋକୋ

ସଜନାଗଡ଼,୫।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ବୁଧବାର ଏକ ବାଲିବୋଝେଇ ଗାଡ଼ିକୁ ଜବତ କରାଯିବା ବେଳେ ନୀଳଗିରି ତହସିଲଦାର ସୁଶ୍ରୀତା...

ତହସିଲ ଆଗରେ ଆଦିବାସୀଙ୍କ ମେଳି

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ତହସିଲ ଅନ୍ତର୍ଗତ ଆରୁହା ପଞ୍ଚାୟତର ନିମପୁରଠାରେ ସରକାରୀ ସ୍ଥାନକୁ ଜବରଦଖଲ କରି ରହିଥିବା ଆଦିବାସୀମାନେ ସେମାନଙ୍କ ନାମରେ ନାମିତ କରିବା ଲାଗି ଦାବି...

Advertisement
Archives

Model This Week