ଘରେ ଥାଇ ପାଇପାରିବେ ସଜ ପନିପରିବା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଗ୍ରହୀ ଗ୍ରାହକଙ୍କୁ ମନପସନ୍ଦର ସଜ ପନିପରିବା ଉଚିତ୍‌ ଦାମରେ ଯୋଗାଇ ଦେବା ଲାଗି ପନିପରିବା ଡଟ୍‌ କମ୍‌ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ PaniPariba.com ପୋର୍ଟାଲ ଆରମ୍ଭ କରାଯାଇଛି। ଲୋକମାନେ ଏହି ପୋର୍ଟାଲକୁ ଯାଇ ଯେଉଁ ପରିବା କିଣିବାକୁ ଚାହୁଁଥିବେ ଅର୍ଡର ଦେଇପାରିବେ। ଅତିକମ୍‌ରେ ୨୦୦ଟଙ୍କାର ପରିବା କିଣିଲେ ବିନା ଚାର୍ଜରେ ହୋମ୍‌ ଡେଲିଭରି ହେବ। ଏହାଠାରୁ କମ୍‌ ଟଙ୍କାରେ ପରିବା କିଣିଲେ ଡେଲିଭରି ଚାର୍ଜ ୩୦ଟଙ୍କା ରହିଛି। ପରିବା ଘରେ ପହଞ୍ଚିବା ପରେ ଯାଇ ଗ୍ରାହକଙ୍କଠାରୁ ଟଙ୍କା ନିଆଯିବ। ତେବେ ଏହା ବର୍ତ୍ତମାନ କେବଳ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ସୋମବାରଠାରୁ ଭୁବନେଶ୍ୱରବାସୀ ଏହି ସୁବିଧାର ଲାଭ ଉଠାଇପାରିବେ। ଭବିଷ୍ୟତରେ ଓଡ଼ିଶା ସହ ଦେଶର ୫୬ ସହରରେ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ପନିପରିବା ଡଟ କମ୍‌ ପ୍ରତିଷ୍ଠାତା ରଞ୍ଜନ କୁମାର ସାହୁ। ଶୁକ୍ରବାର ପ୍ରେସ୍‌ କ୍ଲବ୍‌ରେ ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି। ସାମାଜିକକର୍ମୀ ଭି.ଭି. ଅମରନାଥ ଗିରି ମୁଖ୍ୟଅତିଥି ଭାବେ ଯୋଗଦେଇ ପୋର୍ଟାଲକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ରଞ୍ଜନ କୁମାର ସାହୁ କହିଛନ୍ତି, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦ ଚାଷୀଙ୍କୁ ଏଥିରେ ସମ୍ପୃକ୍ତ କରାଯାଇଛି। ସେମାନଙ୍କ ପାଖରୁ ସିଧାସଳଖ ପରିବା କିଣାଯାଇ ସେଥିରୁ ଠିକ ଗୁଣମାନର ପନିପରିବା ବାଛି ଲୋକଙ୍କୁ ଯୋଗାଇ ଦିଆଯିବ। ଚାଷୀଙ୍କଠାରୁ ସିଧାସଳଖ ପରିବା କିଣାଯାଉଥିବାରୁ ମଧ୍ୟସ୍ଥଙ୍କ ଜରିଆରେ ଚାଷୀର ଶୋଷଣ ବନ୍ଦ ହୋଇ ସେମାନଙ୍କୁ ଉଚିତ୍‌ ମୂଲ୍ୟ ମିଳି ପାରିବ। ଯେହେତୁ ଏହା ଲୋକଙ୍କୁ ସିଧାସଳଖ ପନିପରିବା ପହଞ୍ଚାଇବାରେ ବିଶ୍ୱାସ ରଖେ ତେଣୁ ଏହା କୌଣସି କୋଲ୍ଡ ଷ୍ଟୋରେଜ୍‌ ସହିତ ସମ୍ପର୍କରେ ନାହିଁ। ପ୍ରତ୍ୟହ ଠିକ ସମୟରେ ଚାଷୀଙ୍କଠାରୁ ପରିବା ଆଣି ଠିକ ସମୟରେ ତାଜା ତାଜା ଲୋକଙ୍କୁ ଯୋଗାଇଦିଆଯିବ। ପନିପରିବା ଡଟ୍‌ କମ୍‌ ଏହାର ସାମାଜିକ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ତାଜା ରଖିବାକୁ ପନିପରିବାରେ କୌଣସି ରାସାୟନିକର ବ୍ୟବହାର କରିବ ନାହିଁ। ସେହିପରି ଏହାର ପ୍ୟାକେଜିଂ ପାଇଁ ସବୁବେଳେ ପରିବେଶ ଉପଯୋଗୀ ତଥା ସହଜରେ ମାଟିରେ ମିଶିଯାଉଥିବା ସାମଗ୍ରୀର ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି…

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri