ଘରୁ ଦୂରାନ୍ତୁ ଅସରପା

ରୋଷେଇ ଘରେ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବାସନ ଆଦି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ରହୁଥିବାରୁ ଅସରପା ରହିବା ମାରାତ୍ମକ। କାରଣ ଏହା କିଚେନ୍‌ର କୋଣଗୁଡ଼ିକ ଏବଂ ପ୍ରତି ଛୋଟ ବଡ଼ ସ୍ଥାନକୁ ସହଜରେ ଯାଇ ଜୀବାଣୁ ଛାଡ଼ିଥାନ୍ତି, ଯାହାକି ଆମ ଶରୀରକୁ ଆସି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ତେଣୁ କିପରି ଅସରପା ଦୂର କରିବେ ଜାଣି ରଖନ୍ତୁ…

– ବୋରାକ୍ସ ଏବଂ ଚିନିକୁ ଏକାଠି ଗୋଳାଇ ରାତିରେ କିଚେନ୍‌ରେ ଥିବା ଡ୍ର, ଆଲମିରା, ଡଷ୍ଟବିନ୍‌, ସିଙ୍କ୍‌ ଆଦି ଅସରପା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ସକାଳୁ ଉଠି ଦେଖିବେ ଉକ୍ତ ସ୍ଥାନରେ ଅସରପା ମରି ପଡ଼ିଥିବେ। ତେବେ ମନେରଖନ୍ତୁ ଏପରି କରିବା ସମୟରେ ଖାଦ୍ୟ ପଦାର୍ଥ ଖୋଲାରେ ଆଦୌ ରଖନ୍ତୁ ନାହିଁ। ଘରେ ଛୋଟପିଲା କିମ୍ବା ପୋଷା ଜୀବଜନ୍ତୁ ଥିଲେ ଯେପରି ଏହା ସଂସ୍ପର୍ଶରେ ନ ଆସନ୍ତି ଧ୍ୟାନ ରଖନ୍ତୁ।
– ବୋରାକ୍ସ ବଦଳରେ ଆପଣ ବେକିଂ ସୋଡ଼ା ସହିତ ଚିନି ଗୋଳାଇ ପାରିବେ। ଏହା ମଧ୍ୟ ଅସରପା ମାରିବାରେ ସାହାଯ୍ୟ କରିବ।
– ଏକ ବାଲ୍‌ଟି ପାଣିରେ ୨ କପ୍‌ ଆମୋନିଆ ମିଶାଇ କିଚେନ୍‌ ସହିତ ଘରର ଅନ୍ୟ ଚଟାଣଗୁଡ଼ିକୁ ମଧ୍ୟ ଭଲ ଭାବେ ପୋଛି ଦିଅନ୍ତୁ। ପ୍ରତି ଦୁଇ ସପ୍ତାହରେ ଥରେ ଏପରି କରିବା ଦ୍ୱାରା ଅସରପା ସମ୍ପୂର୍ଣ୍ଣ ଦୂର ହୋଇଯିବେ।
– ୩-୪ଟି ତେଜପତ୍ରକୁ ଖରାରେ ଭଲ ଭାବେ ସୁଖାଇ ଗୁଣ୍ଡ କରିଦିଅନ୍ତୁ। କିଚେନ୍‌ରେ ଅସରପା ହେଉଥିବା ସ୍ଥାନଗୁଡ଼ିକରେ ଏହି ଗୁଣ୍ଡ ଛିଞ୍ଚିଦିଅନ୍ତୁ ଦେଖିବେ ଅସରପା ଚାଲିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri