ଘରତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ବାରଙ୍ଗ,୨୭ା୨(ଡି.ଏନ.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମମୁଣ୍ଡରେ ଥିବା ସିଏସ୍‌ଏସ୍‌ ହୋମ ଆପାର୍ଟମେଣ୍ଟର ୩୦୧ରୁମରୁ ମଙ୍ଗଳବାର ରାତିରେ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଚୋରମାନେ ଘରୁ ୧୦୦ ଗ୍ରାମର ସୁନା, ବିଦେଶୀମୁଦ୍ରା ସହ ନଗଦ ୧ଲକ୍ଷ ୨୫ହଜାରେ ଟଙ୍କା ଲୁଟି ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଏହି ଆପାର୍ଟମେଣ୍ଟର ୩୦୧ ରୁମରେ ରହୁନ୍ତି ବରିଷ୍ଠ ନାଗରିକ ମୋହନ ପ୍ରସାଦ ଠାକୁର ଓ ତାଙ୍କ ସ୍ତ୍ରୀ ମଞ୍ଜୁ ଠାକୁର। ଗତ ପାଞ୍ଚଦିନ ହେବ ଭୁବନେଶ୍ୱରସ୍ଥିତ ଟଙ୍କପାଣି ରୋଡରେ ରହୁଥିବା ପୁଅ ପୁଷ୍ପକ ପାଖକୁ ଏହି ଦମ୍ପତି ଯାଇଥିଲେ। ଏହି ସୁଯୋଗରେ ଚୋରମାନେ ମଙ୍ଗଳବାର ଘରର ତାଲା ଭାଙ୍ଗି ବହୁ ସାମଗ୍ରୀ ଚୋରି କରି ନେଇଥିଲେ। ଏ ନେଇ ବୁଧବାର ସକାଳେ ତାଙ୍କ ପଡ଼ୋଶୀ ଏହା ଜାଣିବା ପରେ ଫୋନ ଯୋଗେ ଦମ୍ପତିଙ୍କୁ ଜଣାଇଥିଲେ। ଖବରପାଇ ଦମ୍ପତି ରୁମକୁ ଆସିବାପରେ ଭିତରେ ସବୁକିଛି ଏଣେତେଣେ ପଡିବା ସହ ଆଲମିରା ଭଙ୍ଗାଯାଇ କାନର, ସୁନା, ମୁଦି ସମେତ ୧୦୦ଗ୍ରାମର ସୁନା ଅଳଙ୍କାର ଓ କେତେକ ବିଦେଶୀ ଟଙ୍କା ସହ ନଗଦ ୧ଲକ୍ଷ ୨୫ହଜାର ଟଙ୍କା ନ ଥିବାର ଜାଣିଥିଲେ। ଏ ବିଷୟରେ ପୁଅକୁ ଜଣାଇବା ପରେ ପୁଅ ଆସି ଥାନାରେ ଅଭିଯୋଗ କରିଥିଲେ। ଝିଅ ଅଷ୍ଟ୍ରେଲିଆରେ ରହୁଥିବାବେଳେ ସେ କିଛି ଦେଇଥିବା ବିଦେଶୀ ଟଙ୍କା କେତେପରିମାଣର ଚୋରି ହୋଇଛି ଏବେ କହିପାରିବୁ ନାହିଁ ବୋଲି ମଞ୍ଜୁ ଠାକୁର କହିଛନ୍ତି। ଅପରପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ.୧୫/୨୦ରେ ଏକ ମାମଲା ରୁଜୁକରି ସାଇଣ୍ଟଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ବେଳେ ରୁମରେ ଲାଗିଥିବା ସିସିଟିଭି ଖରାପ ଥିବାର ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାର ନିୟମିତ ଯାଞ୍ଚ ହେଉ’: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୧୯।୧୧-ରାଜ୍ୟର ଶିଳ୍ପସଂସ୍ଥାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇ ଚାଲିଛି। ଏହାର ପ୍ରତିରୋଧ କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ,...

ସମ୍ପୂର୍ଣ୍ଣ ବିଶୋଧନ ହେଲା ଚୌଦ୍ୱାର ଜେଲ୍‌

ଚୌଦ୍ୱାର,୧୫।୪(ଡି.ଏନ୍‌.ଏ.): କରୋନା ଭଳି ଭୁତାଣୁ ଜନୀତ ରୋଗରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଆଜି ଉଦ୍‌ବେଗ ଜନିତ ସ୍ଥିତିରେ ଗତିକରୁଛି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ...

ସଂକ୍ରମଣ ନେଉଛି ଅଧିକ ଜୀବନ

ଅନୁଗୋଳ ଅଫିସ, ୩ା୬:  ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍‌ଫେକ୍‌ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ।...

‘ଅଧିକାଂଶ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ନେତା ସାମିଲ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ମହିଳାଙ୍କ ସହ ବଳାତ୍କାର, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ଶାସକ ଦଳ ନେତା ଓ କର୍ମୀମାନେ...

ପାର୍ଲାମେଣ୍ଟରେ ବେଶି ଘୁ ଘା ହେଉଛି

ଓଡ଼ିଶାରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ପ୍ରମିଳା ବିଶୋଇ ଏବେ ଆସ୍କାର ବିଜେଡିର ଲୋକ ସଭା ସଦସ୍ୟ। ଜୀବନ କ’ଣ...

ଐତିହ୍ୟ ପଦଯାତ୍ରାରେ ଟୁର୍‌ ଅପରେଟର

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ) : ଓଡ଼ିଶା ଟ୍ରାଭେଲ୍‌ ବଜାରର ୩ୟ ସଂସ୍କରଣରେ ଯୋଗଦେବାକୁ ଆସିଥିବା ଦେଶର ବିଭିନ୍ନ ସ୍ଥାନର ଟୁର୍‌ ଅପରେଟର୍‌ମାନେ ଶନିବାର ପୁରୁଣା ଭୁବନେଶ୍ୱରରେ ଏକ...

ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ୯।୬(ବ୍ୟୁରୋ): ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବା।...

ଶ୍ରୀମନ୍ଦିରରେ ସୁରକ୍ଷାକର୍ମୀଙ୍କ ରକ୍ତଛିଟା

ପୁରୀ ଅଫିସ, ୧୯।୪:ଶ୍ରୀମନ୍ଦିରରେ ବହୁ ବ୍ୟବଧାନରେ ପୁଣି ଅଘଟଣ ଦେଖିବାକୁ ମିଳିଛି। ରବିବାର ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡ଼ିଛି ରକ୍ତ ଛିଟା। ଯାହାଫଳରେ ମହାପ୍ରଭୁଙ୍କ ବଡ଼...

Advertisement


Archives

Model This Week