ଗ୍ୟାସ୍‌ ଲିକ୍‌ରୁ ଜଳିଗଲା ଅଙ୍ଗନବାଡ଼ି କେନ୍ଦ୍ର : ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ବାସୁଦେବପୁର,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତର ଗଦେଇବିନ୍ଧା ମହାଳିକ ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ଅଙ୍ଗନବାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଜଳିଯାଇଛି। ରୋଷେଇ ପାଇଁ ଗ୍ୟାସ ଲଗାଯାଉଥିବାବେଳେ ଗ୍ୟାସ ଲିକ୍‌ ହୋଇ ଏହି ଅଘଟଣ ଘଟିଛି। ତେବେ କେନ୍ଦ୍ରରେ ଉପସ୍ଥିତ ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଳ୍ପକେ ରକ୍ଷା ପାଇ ଯାଇଥିବାବେଳେ ସମସ୍ତ କାଗଜପତ୍ର ଜଳିଯାଇଛି। ପ୍ରକାଶ ଯୋଗ୍ୟ ଯେ, କେନ୍ଦ୍ରଟି ଏକ ଚାଳଘରେ ଭଡ଼ାସୂତ୍ରରେ ଚାଲୁଥିଲା। ଘଟଣାର ତଦନ୍ତ ପାଇଁ ସିଡିପିଓ ଜାନକୀ ଦାସ ନିର୍ଦ୍ଦେଶ ଦେବା ପରେ ସୁପରଭାଇଜର ରୁକ୍ମିଣୀ ମହାଳିକ ଘଟଣାସ୍ଥଳକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର...

ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌: ୧୪ ମୃତ, ୧୦ ଗୁରୁତର

ଭୋଗରାଇ, ୧୬।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବର୍ଡର ରାସ୍ତାର ମହାନ୍ତି ଛକଠାରେ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍‌...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାଲେଶ୍ୱର ଅଫିସ, ୧୦।୭: ବାଲେଶର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସଦର ଥାନା ବଡ଼ଡିହ ଗ୍ରାମର ବୀରେନ୍ଦ୍ର ଦିଣ୍ଡାଙ୍କ ୨ବର୍ଷର ଝିଅ ଶୁଭଲକ୍ଷ୍ମୀ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବୀରେନ୍ଦ୍ର କଲିକତାରେ...

ନବୀକରଣ ଲାଗି ଖର୍ଚ୍ଚ ହେବ ୨.୫ କୋଟି

ଜଳେଶ୍ୱର, ୧୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ନୂତନ ରେଳଷ୍ଟେଶନ ନିର୍ମାଣ ହେବା ପୂର୍ବରୁ ଏବେ ପୁରୁଣା ଷ୍ଟେଶନର ନବୀକରଣ ଆରମ୍ଭ ହୋଇଛି। ଏଥିରେ ମୋଟ ୨.୫...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ବଦଳିଲେ ପ୍ରଧାନଶିକ୍ଷକ

ବାଲେଶ୍ୱର ଅଫିସ, ୧୨।୫: ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ (ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ)ର...

ବାହାନଗା ଅଟୋ ଆସୋସିଏଶନ ପକ୍ଷରୁ ସହାୟତା

ବାହାନଗା, ୩୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହୁକମା ବଜାରରେ ଥିବା ମା’ ବାସୁଳୀ ଅଟୋ ଆସୋସିଏଶନ ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ...

Advertisement
Archives

Model This Week