Posted inଫୁରସତ

ଗ୍ରୀସ୍‌ ଫେରିବ ହଜାରେ ବର୍ଷର ଗ୍ରନ୍ଥ

ଏଥେନ୍ସ: ଦୀର୍ଘ ୧୦୦ ବର୍ଷ ପରେ ହଜାରେ ବର୍ଷର ପୁରୁଣା ଗ୍ରନ୍ଥକୁ ଫେରି ପାଇବ ଗ୍ରୀସ୍‌। ବିଶ୍ୱ ଯୁଦ୍ଧ ସମୟରେ ଏହି ଗ୍ରନ୍ଥକୁ ବୁଲ୍‌ଗେରିଆ ଆର୍ମି ଏହାକୁ ଚୋରି କରି ନେଇଥିଲା। ୧୯୧୭ରେ ଗ୍ରୀସ୍‌ରୁ ୪ ଶହରୁ ଊର୍ଦ୍ଧ୍ୱ ଗ୍ରନ୍ଥ ଚୋରି ହୋଇଥିଲା। ସୂଚନାଯୋଗ୍ୟ ଏହି ହଜାରେ ବର୍ଷର ଗ୍ରନ୍ଥ ବିଶ୍ୱର ସବୁଠାରୁ ପୁରୁଣା ଗ୍ରନ୍ଥ। ଦଶମ ଶତାବ୍ଦୀ ସମୟରେ ଏହାର ରଚନା କରାଯାଇଥିବା ଜଣାପଡ଼ିଛି। ସାଉଥର୍ନ ଇଟାଲୀରେ ଏହାକୁ ଲେଖା ଯାଇଥିବାବେଳେ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀ ବେଳକୁ ଏହି ଗ୍ରନ୍ଥ ନର୍ଦନ ଗ୍ରୀସ୍‌ ଅଣାଯାଇଥିଲା। ଗ୍ରନ୍ଥ ଚୋରି କରାଯିବା ପରେ ଏହାକୁ ୟୁରୋପୀୟ ଦେଶରେ ଅନେକ ଥର ବିକ୍ରି କରାଯାଇଥିଲା। ବର୍ତ୍ତମାନ ସମୟରେ ହଜାର ବର୍ଷର ଏହି ପୁରାତନ ଗ୍ରନ୍ଥ ଆମେରିକାର ସଂଗ୍ରହାଳୟରେ ରଖାଯାଇଛି। ପୁରାତନ ଗ୍ରନ୍ଥ ଗ୍ରୀସ୍‌ ଫେରିଆସୁ ବୋଲି ଅର୍ଥୋଡକ୍ସ ଧର୍ମଗୁରୁମାନେ ଚାହୁଁଥିଲେ।
ଆମେରିକା ସଂଗ୍ରହାଳୟରେ ଥିବା ପୁରାତନ ଗ୍ରନ୍ଥକୁ ସ୍ବସ୍ଥାନକୁ ଫେରାଇବା ପାଇଁ ୨୦୧୫ରେ ଗ୍ରୀସ୍‌ ଚର୍ଚ୍ଚ ପକ୍ଷରୁ କୁହାଯାଇଥିଲା। ୨୦୨୦ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ପରେ ୨୦୨୨ ସେପ୍ଟେମ୍ବର ୨୯ରେ ଏହାକୁ ଗ୍ରୀସ୍‌ ଫେରାଇ ଦିଆଯିବ ବୋଲି ଆମେରିକା ସଂଗ୍ରହାଳୟ ପକ୍ଷରୁ କୁହାଯାଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ...

ଛାଡପତ୍ରର ୫ବର୍ଷ ପରେ ପୁଣି ବିବାହ କଲେ ଦମ୍ପତି

ଗାଜିଆବାଦ,୧।୧୨: କୁହାଯାଏ ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଇ ଜଣଙ୍କ ଭିତରେ କେବେକେବେ ବୁଝାମଣା ବାଟବଣା ହେଲେ ବି ସମୟ ଆସିଲେ ପରସ୍ପର...

ବିଲେଇଙ୍କ ମଧ୍ୟରେ  ଫଶି ଯାଇଥିଲେ ପକ୍ଷୀ:  ଆଖି ପିଛୁଳାକେ ବଞ୍ଚାଇଲେ ଜୀବନ, ଭିଡିଓ ଦେଖିଲେ..

ପକ୍ଷୀମାନେ ବିପଦ ଆସିଲେ  ସତର୍କ ହୋଇଯାନ୍ତି। ଏହାକୁ ଅଧିକ ସାହାସର ସହିତ ସାମ୍ନା କରନ୍ତି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି।  ଯେଉଁଥିରେ...

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ...

୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି...

ରାସ୍ତା କଡରେ ବର୍ଷ ବର୍ଷ ଧରି ବନ୍ଦ ଥିବା ଘର ଖୋଲିବାରୁ ଶୁଭିଲା ଏମିତି ଶବ୍ଦ, ଲୋକେ ଆଶ୍ଚର୍ଯ୍ୟ

ଲଣ୍ଡନ: ଆଜିକାଲି, ଅନେକ ସହରୀ ଅନୁସନ୍ଧାନକାରୀ ସୋସିଆଲ ମିଡିଆରେ ସେମାନଙ୍କର କାହାଣୀ ଶେୟାର କରୁଛନ୍ତି। ଏହି ଲୋକମାନେ ଏପରି ସ୍ଥାନକୁ ଯାଆନ୍ତି ଯେଉଁଠାରେ ଅନେକ ବର୍ଷ...

ବିବାହ ଦିନ ବରକୁ ହେଲା ଡେଙ୍ଗୁ, ବିନା ବ୍ୟାଣ୍ଡ ବାଜାରେ ହସ୍ପିଟାଲରେ ହେଲା ବିବାହ

ସମସ୍ତେ ବଡ ଆଡମ୍ବନା ସହିତ ବିବାହ କରିବାର ସ୍ବପ୍ନ ଦେଖନ୍ତି। କିନ୍ତୁ ବେଳେବେଳେ ଏଭଳି କିଛି ଘଟେ ଯେଉଁଥିପାଇଁ ସମସ୍ତ ଆଶା ମଧ୍ୟ ମରିଯାଏ। ଆଜିକାଲି...

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri