ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
କ୍ୟାଟେରିନା ସାକେଲାରୋପୋଲୋଉ ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ୧୩ ମାର୍ଚ୍ଚ,୨୦୨୦ରେ ଶପଥ ନେଇଛନ୍ତି। ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ। ଗତ ଜାନୁୟାରୀରେ ୩୦୦ ଜଣିଆ ପାର୍ଲାମେଣ୍ଟ ସଦସ୍ୟଙ୍କ ମଧ୍ୟରୁ ୨୬୧ ଜଣଙ୍କ ସମର୍ଥନ ପାଇ ସେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ରାଜନୈତିକ ଦଳଗୁଡିକ ଦ୍ୱାରା ଏହା ଗ୍ରୀସ ଇତିହାସରେ ସବୁଠୁ ବଡ ସମର୍ଥନ ବୋଲି କୁହାଯାଉଛି। ତାଙ୍କ ବିପକ୍ଷରେ ମାତ୍ର ୩୩ ଖଣ୍ଡ ଭୋଟ ପଡିଥିଲା ଓ ୬ ଜଣ ଭୋଟରୁ ନିରତ ରହିଥିଲେ। ତେବେ ଗ୍ରୀସ୍‌ର ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିଟ୍‌ସୋଟାକିସ ତାଙ୍କୁ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଭାବେ ମନୋନୀତ କରିବା ପରେ ତାଙ୍କର ଏହି ବିଜୟ ସୂଚାଇ ଦେଇଥିଲା ଯେ, ତାଙ୍କ ପକ୍ଷରେ ସବୁ ଦଳର ଦୃଢ ସହଯୋଗ ଥିଲା। ଗ୍ରୀସ୍‌ରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଶପଥ ଗ୍ରହଣ ଉତ୍ସବରେ ମାତ୍ର ୧୫୦ ଜଣ ଉପସ୍ଥିତ ରହିଥିଲେ। ବିଦାୟୀ ରାଷ୍ଟ୍ରପତି ପ୍ରୋକୋପିସ୍‌ ପାଭଲୋପୋଉଲସ୍‌ଙ୍କ ପରେ କ୍ୟାଟେରିନାଙ୍କ ଠାରୁ ଗ୍ରୀସ୍‌ ଏକ ନୂଆ ଭବିଷ୍ୟତ ଭିତରକୁ ପ୍ରବେଶ କରିବ, ଏହି ଆଶା ରହିଛି ଦେଶବାସୀଙ୍କର। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଗ୍ରୀସ୍‌ର କାଉନ୍‌ସିଲ ଅଫ୍‌ ଷ୍ଟେଟର ମୁଖ୍ୟ ରହିଥିଲେ। ପ୍ରଥମ ମହିଳା ଭାବେ ମଧ୍ୟ ସେ ଏହି ସୌଭାଗ୍ୟର ଅଧିକାରିଣୀ ହୋଇଥିଲେ।
୩୦ ମେ’୧୯୫୬ରେ ଥସାଲୋନିକିରେ କ୍ୟାଟେରିନାଙ୍କ ଜନ୍ମ । ୧୯୭୮ରେ ଏଥେନ୍ସର ନ୍ୟାସନାଲ ଆଣ୍ଡ୍‌ କାପୋଡିଷ୍ଟ୍ରିଆନ୍‌ ବିଶ୍ୱବିଦ୍ୟାଳୟଲରୁ ଆଇନ୍‌ରେ ଶିକ୍ଷା ଶେଷ କରିବା ପରେ ପ୍ୟାରିସ୍‌-୨ ବିଶ୍ୱବିଦ୍ୟାଳୟ(ଫ୍ରାନ୍ସ)ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ କାଉନ୍‌ସିଲ ଅଫ୍‌ ଷ୍ଟେଟ୍‌ରେ କାର୍ଯ୍ୟରତ ସମୟରେ ଛୁଟିରେ ରହି ୧୯୮୯ରୁ ୧୯୯୦ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟରୁ ଲିଗାଲ ଟ୍ରେନିଂ ମଧ୍ୟ ଲାଭ କରିଥିଲେ। ଅକ୍ଟୋବର, ୨୦୧୮ରେ ସେ ସମୟର ସରକାରଙ୍କ ପ୍ରସ୍ତାବ କ୍ରମେ କାଉନ୍‌ସିଲ ଅଫ୍‌ ଷ୍ଟେଟ୍‌ର ମୁଖ୍ୟ ହୋଇଥିଲେ। ସେ ଏହି ପଦରେ ୧୧ ଫେବୃୟାରୀ ୨୦୨୦ ଯାଏ ରହିଥିଲେ। ୨୦୧୫ରୁ ହେଲେନିକ୍‌ ସୋସାଇଟି ଫର୍‌ ଏନ୍‌ଭାଇରନମେଣ୍ଟାଲ ଲ’ର ଅଧ୍ୟକ୍ଷ ଭାବେ ବି ଦାୟିତ୍ୱ ନିର୍ବାହ କରିଛନ୍ତି। ପରିବେଶ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ତାଙ୍କ ସକ୍ରିୟ ଯୋଗଦାନ ପରିବେଶବିତ୍‌ମାନଙ୍କୁ ନୂଆ ଉତ୍ସାହ ଯୋଗାଇଆସିଛି। ଆକେଲେସ ନଦୀର ଗତିପଥ ବଦଳାଇବା ଘଟଣାଠାରୁ ଆରମ୍ଭ କରି ଏଥେନ୍ସସ୍ଥିତ ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଲ୍‌ଡିଂ ଆଲେକ୍‌ଜାଣ୍ଡ୍ରାସ୍‌ ଆଭେନ୍ୟୁର ସୁରକ୍ଷା ଲାଗି ତାଙ୍କ ଲଢେଇ ସ୍ବରଣଯୋଗ୍ୟ। ଏହା ବ୍ୟତୀତ ନାଗରିକ ଅଧିକାର, ଶରଣାର୍ଥୀ ଅଧିକାର ଓ ସମଲିଙ୍ଗୀ ବିବାହ ଉପରେ ତାଙ୍କ ଉଦାରବାଦୀ କାର୍ଯ୍ୟପନ୍ଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
ଜଣେ ସକାରାମତ୍କ ଶକ୍ତି ଭାବେ ଗ୍ରୀସ ରାଜନୀତିରେ ଉଭା ହୋଇଥିବା ୬୩ ବର୍ଷୀୟା ସାକେଲାରୋପୋଲୋଉ ଗ୍ରୀସ୍‌ର ଅର୍ଥନୈତିକ ସଂକଟ ଦୂରକରିବା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବା ସହ ଦେଶ ଛାଡି ବାହାରକୁ ପଳାଇଯାଉଥିତ୍ବା ସଂଖ୍ୟାଧିତ୍କ ଲୋକମାନଙ୍କ ପରିସ୍ଥିତି ଉପରେ ପ୍ରାଧାନ୍ୟ ଦେବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଜଣେ ସାମ୍ବିଧାନିକ ତଥା ପରିବେଶଗତ ଆଇନ ବିଶେଷଜ୍ଞ ଭାବେ ଦୀର୍ଘଦିନର ଅଭିଜ୍ଞତାକୁ ଆଧାର କରି ରାଷ୍ଟ୍ରପତି ଭାବେ ସେ ଏହି ଲକ୍ଷ୍ୟ ହାସଲ କରିବା ନିଶ୍ଚିତ ସହଜ ହେବ ବୋଲି କୁହାଯାଇପାରେ।
କ୍ୟାଟେରିନାଙ୍କୁ ରାଷ୍ଟ୍ରପତି ପଦ ପାଇଁ ମନୋନୀତ କରାଯିବା ପରେ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ଉଠିଥିଲା। ତେବେ ଗ୍ରୀସର ପଡୋଶୀ ରାଷ୍ଟ୍ର ବୁଲଗେରିଆ ଓ ଆଲବାନିଆରେ ମହିଳା ଅଧିକାର ଲାଗି ଲଢେଇ ଜାରି ରହିଥିବାବେଳେ ରାଷ୍ଟ୍ରପତି ଭାବେ କ୍ୟାଟେରିନାଙ୍କ ଶପଥ ମହିଳା ଅଧିକାର କ୍ଷେତ୍ରରେ ପ୍ରତୀକାମତ୍କ ପ୍ରଗତିର ସଂକେତ ଦେଇଛି। ଆମେରିକା କଂଗ୍ରେସରେ ଏକଚତୁର୍ଥାଂଶଠାରୁ କମ୍‌, ୧୧ଟି ୟୁରୋପୀୟ ରାଷ୍ଟ୍ରରେ ୩୦ ପ୍ରତିଶତରୁ ସାମାନ୍ୟ ଅଧିକ ପାର୍ଲାମେଣ୍ଟ ସଦସ୍ୟ ମହିଳା ରହିଥିବା ବେଳେ ୧୮ ପ୍ରତିଶତ ମହିଳା ସାଂସଦ ଥିବା ଗ୍ରୀସ୍‌ ଏବେ ପ୍ରଥମ ମହିଳା ରାଷ୍ଟ୍ରପତି ପଦରେ କ୍ୟାଟେରିନାଙ୍କୁ ଅଧିଷ୍ଠିତ କରାଇ ବିଶ୍ୱକୁ ମହିଳା ସଶକ୍ତୀକରଣର ବାର୍ତ୍ତା ଦେଇଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପରିବାର ଓ ସମାଜରେ ମହିଳାମାନଙ୍କୁ ଜୀବନରେ ଉନ୍ନତି ଆଣିବା ଲାଗି ପ୍ରୟାସ କରିବେ ବୋଲି କହିଛନ୍ତି କ୍ୟାଟେରିନା। ରାଷ୍ଟ୍ରପତି ଭାବେ ସେ ଏବେ ଗ୍ରୀସ୍‌ରେ କରୋନା ଭାଇରସକୁ ଆୟତ୍ତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଜୀବନର ଉତ୍‌ଥାନ ପତନ ଦେଇ ଆଗକୁ ଯାଇଥିବା କ୍ୟାଟେରିନାଙ୍କ କାହାଣୀ କିଛି କମ୍‌ ନୁହେଁ। ବୈବାହିକ ଜୀବନରେ ତାଙ୍କର ବିଚ୍ଛେଦ ବିି ଘଟିଛି। ହେଲେ ସେତେବେଳକୁ ସେ ଗୋଟିଏ ସନ୍ତାନର ମା’ ହୋଇସାରିଥିଲେ। ପରେ ପାଭୋଲୋସ କୋଟସୋନିସ୍‌ଙ୍କୁ ବିବାହ କରି ରହୁଛନ୍ତି ଏଥେନ୍ସରେ। ଏହି ନିର୍ବିବାଦୀୟ ମହିଳା ଜଣକ ଅବସର ସମୟରେ ବି ଲେଖାଲେଖିରେ ବ୍ୟସ୍ତ ରହନ୍ତି। ସେ ଅନେକ ବହି ଲେଖିଛନ୍ତି। ଇଂଲିଶ ବ୍ୟତୀତ ଫ୍ରେଞ୍ଚ ଭାଷାରେ ଭଲ ଭାବେ ବି କଥା ହୋଇପାରନ୍ତି କ୍ୟାଟେରିନା ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri