Posted inଜାତୀୟ

ଗ୍ରୀଷ୍ମୀ ପ୍ରବାହ ପାଇଁ ରାଜଧାନୀରେ ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୩୧।୫: ଗ୍ରୀଷ୍ମପ୍ରବାହ ପାଇଁ ସିଝୁଛି ସାରା ଦେଶ। ବିଭିନ୍ନ ସହରରେ ଭୀଷଣ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି। ବହୁ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀକୁ ଛୁଇଁଛି। ଏଠାରେ ଭୀଷଣ ଗରମ ହେଉଥିବା ବେଳେ ‘ଲୁ’ର ପ୍ରଭାବ ଜାରି ରହିଛି। ଫଳରେ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଚଳିତ ସପ୍ତାହରେ ଦିଲ୍ଲୀରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେହିପରି ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ତାତି ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଏଠାରେ ଶୁକ୍ରବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଦକ୍ଷିଣ ଭାରତ ତେଲେଙ୍ଗାନାର ବହୁ ସ୍ଥାନରେ ଏକ ମାସ ହେବ ‘ଲୁ’ର ପ୍ରଭାବ ଲାଗି ରହିଛି। ଏଥିଯୋଗୁ ଏଠାରେ ୨୨ ଦିନରେ ୧୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୁ’ର ପ୍ରଭାବ ଅଧିକ ରହିବ ବୋଲି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ସ୍କାଇମେଟ। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର ଓ ଓଡ଼ିଶାରେ ‘ଲୁ’ର ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ନିର୍ବାଚନୀ ଭିଡିଓରେ କଂଗ୍ରେସ ଏମ୍‌ପିଙ୍କ ସ୍ତ୍ରୀ ଫଟୋ ଲଗାଇଲା ଭାଜପା

ଚେନ୍ନାଇ,୩୧।୩: ତାମିଲନାଡୁ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ନିର୍ବାଚନ ପ୍ରଚାର ଚାଲିଛି। ଏଆଇଏଡିଏମକେ...

୪ ମାସ ମଧ୍ୟରେ ନିଯୁକ୍ତି କ୍ଷେତ୍ର-ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୫।୨ : ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନ...

ଦଶହରାରେ ରାଫାଲ୍‌ ସହିତ ଶସ୍ତ୍ର ପୂଜନ କରିବେ ରାଜନାଥ

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୮ରେ ଦଶହରା ଏବଂ ବାୟୁସେନା ଦିବସ ଗୋଟିଏ ଦିନରେ ପଡୁଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୋର୍ଡିଅକ୍ସ୍‌ ନିକଟରେ ମେରିନିକ୍‌ଠାରେ...

ବିପଦ ଉପରେ ବିପଦ: ପୁଣି ଥରିଲା ମୁମ୍ବାଇ

ମୁମ୍ବାଇ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ୩ ଦିନରେ ଏଠାରେ ୩ ଥର...

ଇରାନରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୯ା୧: ଓ୍ବାଶିଂଟନ ଓ ତେହେରାନ ଯୁଦ୍ଧମୁହଁ। ହୋଇଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢ଼ିଲାଣି। ସେଥିପାଇଁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଆଣିବା ଲାଗି...

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ...

ୟୁପିରେ ପଶିଛନ୍ତି ଆତଙ୍କବାଦୀ

ବସ୍ତି(ୟୁପି),୬ା୧(ପି.ଟି.): ଉତ୍ତରପ୍ରଦେଶରେ ଆଇଏସ୍‌ର ଦୁଇଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଭାରତ-ନେପାଳ ସୀମା ଅନ୍ତର୍ଗତ ମହାରାଜଗଞ୍ଜ, କୁଶିନଗର ଏବଂ ସିଦ୍ଧାର୍ଥ...

ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ପୋଲିସ କାଟିଲା ପୋଲିସର ଚାଲାଣ

ପାଟନା,୮।୧୧: ଭ୍ରଷ୍ଟାଚାରକୁ ଶେଷ କରିବା, ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଓ ଯାତାୟାତକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ...

Advertisement
Archives

Model This Week