ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍‌ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର କିଛି ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ବାଇକ୍‌ରେ ବୁଲୁଛନ୍ତି। ବୁଧବାର ସକାଳ ୬ଟାରୁ ବେତାଳିଗାଁ, ମଠଡିହ, ଦୋହରାପାଟଣା, ବାଙ୍କସାହି, ଆରଡ଼ି ଆଦି ଛକ ଜାଗାରେ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିଥିଲା । ଲୋକଙ୍କ ଅସମ୍ଭାଳ ଭିଡ଼ ନଜରକୁ ଆସିଥିଲା। ଭିଡ଼ ଦେଖି କିଛି ଦୋକାନୀ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ାଇ ଦେଇଥିଲେ । ଏପରି କି ଆଳୁବସ୍ତା ଛଡ଼ା ଖୁଚୁରାରେ ବିକ୍ରୟ ହେଇ ନାହିଁ ବୋଲି କିଛି ଦୋକାନୀ ଗ୍ରାହକଙ୍କୁ କହିଥିଲେ । ବିଭିନ୍ନ ସ୍ଥାନର ବଜାର କମିଟି ସଭ୍ୟଙ୍କ ହସ୍ତକ୍ଷେପ ଯୋଗୁ ଆଳୁ ଖୁଚୁରାରେ ବିକ୍ରୟ ହୋଇଥିଲା। କିଛି ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବା କୁହାଯାଉଥିଲା, ଯାହାକି ମଦ୍ୟପମାନଙ୍କୁ ସୁହାଉଛି ଓ ସେମାନେ ଛକରେ ଭିଡ଼ ଜମାଉଛନ୍ତି।  ଏପରି ସ୍ଥିତିରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଇଜେଶନ ହୋଇପାରୁନି ପାକ୍ସ

କଟକ ଅଫିସ, ୨।୧୦: କୃଷକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟରେ କୋ-ଅପରେଟିଭ ସୋସାଇଟି କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ମୋଟ୍‌ ୨୭୧୦ ପ୍ରାଥମିକ କୃଷି ସମବାୟ...

କନ୍ଧମାଳର ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ ଅଫିସ,୨୩ା୬: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବିଦାୟୀ ଜିଲାପାଳ ଡା.ବୃନ୍ଦା ଡିଙ୍କଠାରୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା...

ବର୍ଷାରେ ଧୋଇଗଲା ରାସ୍ତା: ପାଣ୍ଡିଆବିଲି, ବୁଢ଼ାଙ୍ଗରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ/ଜଟଣୀ/ବାଣପୁର, ୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଦୟାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବର୍ଷାରେ ଜଟଣୀ ବ୍ଲକର ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ସଂଯୋଗ କରୁଥିବା...

ଅଭିନେତା ଶ୍ରୀତମ ଦାସଙ୍କ ମାତୃ ବିୟୋଗ

କଟକ ଅଫିସ,୨୬।୩: ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଶ୍ରୀତମ୍‌ ଦାସଙ୍କ ମା’ ସଂଯୁକ୍ତା ଦାସ(୭୪)ଙ୍କର ଶନିବାର ଅପରାହ୍ନ ପ୍ରାୟ ୫ଟା ୧୦ ମିନିଟ୍‌ରେ କଟକ କନିକା ଛକସ୍ଥିତ...

କାଳିଆ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ଧାରଣା

ଛତ୍ରପୁର,୭ା୧(ଡି.ଏନ.ଏ.)-କାଳିଆ ଯୋଜନାରେ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ...

ଆତଙ୍କ ଖେଳାଉଛି କିଡ୍‌ନୀ ରୋଗ: ୪ବର୍ଷରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଖଣ୍ଡପଡ଼ା,୨୪ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ କିଡ୍‌ନୀ ରୋଗ ଆତଙ୍କ ଖେଳାଉଛି। ଗତ ୩/୪ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏହି...

ହୋଟେଲ୍‌ ଛାତରୁ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩।୧: ହୋଟେଲ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ନୀଳାଚଳ ହୋଟେଲ ତିନି ମହଲା ଛାତରେ।...

ମାଣିଙ୍ଗପଦର ଗାଁ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭବାନୀପାଟଣା, ୨୦।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ସୋମବାର ସକାଳେ ଏକ ନବଜାତ ଶିଶୁ କନ୍ୟା...

Advertisement
Archives

Model This Week