ଗ୍ରାମାଞ୍ଚଳ କ୍ରିକେଟ୍‌ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ

ସାକ୍ଷୀଗୋପାଳ, ୩୦।୭(ଡି.ଏନ୍‌.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍‌ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆବଶ୍ୟକ ବ୍ୟାଟ୍‌, ବଲ୍‌ ଆଦି ସରଞ୍ଜାମ କିଣିବା ତାଙ୍କ ପାଇଁ ସମ୍ଭବ ହେଉ ନ ଥିଲା। କ୍ରିକେଟ୍‌ ଖେଳିବା ନିଶାଯୋଗୁ ସେ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରି କଟୁରି ସାହାଯ୍ୟରେ ବ୍ୟାଟ୍‌ ତିଆରି କରି ଖେଳୁଥିଲେ। ବଡ଼ ହେବା ପରେ ନିଜର ପିଲାଦିନର ଅଭାବ କଥାକୁ ମନେ ପକାଇ ବର୍ତ୍ତମାନର ଅଭାବୀ ପିଲାମାନଙ୍କ ପାଇଁ ବ୍ୟାଟ୍‌ ତିଆରି କରୁଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ପୋଡ଼ଙ୍ଗସାହି ଗ୍ରାମର ବନମାଳୀ ବିଶ୍ୱାଳ।

ବକୁଳବନ ବଜାରରେ ଛୋଟିଆ ପାନ ଦୋକାନ କରିଛନ୍ତି। ଜଣେ ହ୍ୟାଣ୍ଡମେଡ୍‌ ବ୍ୟାଟ୍‌ ପ୍ରସ୍ତୁତକାରୀ ଭାବରେ ସେ ଅଞ୍ଚଳରେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ବନମାଳୀ କାଠରେ ନୂଆ ବ୍ୟାଟ୍‌ ତିଆରି କରିବା ସହିତ ବ୍ୟାଟ୍‌ ମରାମତି କରିବା କାମରେ ଲାଗିଛନ୍ତି। ଗ୍ରାମାଞ୍ଚଳର ସବୁ କ୍ରିକେଟ ଖେଳାଳି ବଜାରରୁ ବ୍ୟାଟ୍‌ କିଣି ଖେଳିବା ସମ୍ଭବ ହେଉ ନ ଥିବାବେଳେ ସେମାନଙ୍କୁ କମ୍‌ ମୂଲ୍ୟରେ ବ୍ୟାଟ୍‌ ଯୋଗାଉଛନ୍ତି ବନମାଳୀ। ବଜାରରେ ବିକ୍ରି କରାଯାଉଥିବା ବ୍ୟାଟ୍‌ ଭଳି ସେ ମଧ୍ୟ ବ୍ୟାଟ୍‌ ତିଆରି କରି ସ୍ଥାନୀୟ କ୍ରିକେଟର୍‌ଙ୍କ ସହ ସାକ୍ଷୀଗୋପାଳ, ପୁରୀ, ଜଟଣୀ, ଭୁବନେଶ୍ୱରରେ ଥିବା ଖେଳ ଉପକରଣ ଦୋକାନଗୁଡ଼ିକୁ ଯୋଗାଇଦେଉଛନ୍ତି। ବ୍ୟାଟ୍‌ ତିଆରି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଓ ସରଞ୍ଜାମ ମଧ୍ୟରେ କାଠ, କରତ, ବଟାଳି, ଖଲି ବଟାଳି, ମୁନା, ସାଇଣ୍ଡର ମେଶିନ, ଅଠା, ସୂତା, ଷ୍ଟିକର ଓ ହ୍ୟାଣ୍ଡେଲ ସଂଗ୍ରହ କରନ୍ତି। ଗୋଟିଏ ବ୍ୟାଟ୍‌ ପ୍ରସ୍ତୁତ କରିବାକୁ ଦୁଇଦିନ ଲାଗୁଥିବା ବେଳେ ତାକୁ ୩ ଶହରୁ ୪ ଶହ ଟଙ୍କାରେ ବିକ୍ରୟ କରୁଛନ୍ତି। ବିଶେଷ ଲାଭ ହେଉ ନ ଥିଲେ ମଧ୍ୟ ଆଗକୁ ସରକାରୀ ସହାୟତା ମିଳିଲେ ଆଧୁନିକ ଯନ୍ତ୍ରାଂଶ ଓ ସରଞ୍ଜାମ କିଣି ସେ ଲାଭବାନ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତିି। ପିଲାବେଳର ଅଭାବୀ ଜୀବନକୁ ସେ ବେଶ୍‌ ଅନୁଭବ କରି ପାନ ଦୋକାନ ସହିତ ଚାଷ କାମରେ ନିୟୋଜିତ ହେବା ସଙ୍ଗେସଙ୍ଗେ ଜଣେ ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ଭାବରେ ନିଜର ପରିଚୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ

ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ...

ଜବରଦଖଲ ଉଚ୍ଛେଦ

ଚମ୍ପୁଆ, ୮।୬(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଭୂଇଁପୁରଠାରେ ମଙ୍ଗଳବାର ରାଜସ୍ବ ବିଭାଗ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯାଇଛି। ଚମ୍ପୁଆ ତହସିଲଦାର ସାଇ ସସ୍ମିତା ହୋତାଙ୍କ...

ଆନ୍ଧ୍ର ଶିକ୍ଷକଙ୍କୁ ନେଇ ପାତ୍ରପୁରବାସୀ ଆତଙ୍କିତ

ପାତ୍ରପୁର,୩ା୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର ବ୍ୟକ୍ତି ଶିକ୍ଷକତା କରୁଛନ୍ତି। ଲକ୍‌ଡାଉନ ଯୋଗୁ ଛୁଟି ଘୋଷଣା ପରେ ସେମାନେ ଘରକୁ...

ଚିନ୍ତାରେ ରବି ଧାନ ଚାଷୀ

ଯାଜପୁର ଅଫିସ,୨୧।୫: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଚାର ହେବା ପରେ ରବି ଧାନ ଚାଷୀଙ୍କ ଚିନ୍ତା ବଢିଛି। ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ କରିବାକୁ ଜିଲା...

ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ: ଜୟନାରାୟଣ

ପଦ୍ମପୁର,୩ା୧୨(ଡି.ଏନ.ଏ.): ଯେଉଁଠି ଉପନିର୍ବାଚନ ହୁଏ ସେହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ସବୁବେଳେ ଉପନିର୍ବାଚନ ପ୍ରଚାରରେ କୁହନ୍ତି। ହେଲେ ପ୍ରଥମ ଥର...

ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ

ପଟ୍ଟାଙ୍ଗି,୪।୧ (ଡି.ଏନ.ଏ.): ପ୍ରତିବର୍ଷ ଯେପରି ନିଜ ଚାଷଜମି ନିଜ ଜମିରେ ଉତ୍ତମ ଚାଷ ସହ ଅଧିକ ଫସଲ ଉତ୍ପାଦନ ପାଇଁ ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ...

ଶଙ୍କରପୁର ସାହିକୁ ଆକ୍ସେସ୍‌ କଣ୍ଟ୍ରୋଲ୍‌ ଜୋନ୍‌ ଘୋଷଣା

ବ୍ରହ୍ମପୁର ଅଫିସ,୧୬ା୫- ବ୍ରହ୍ମପୁର ବଡବଜାର ଅଞ୍ଚଳର ଶଙ୍କରପୁର ସାହିକୁ ଶୁକ୍ରବାର ରାତିରେ ବିଏମ୍‌ସି ଆକ୍ସେସ କଣ୍ଟ୍ରୋଲ୍‌ ଜୋନ୍‌ ଭାବେ ଘୋଷଣା କରିଛି। ଏହି ସାହରି କେତେଜଣ...

ବନ୍ୟା, ବାତ୍ୟା ବେଳେ ସ୍ଥାନାନ୍ତର ମନେପଡ଼େ

କେନ୍ଦ୍ରାପଡ଼ା ଅଫିସ, ୧୧।୫: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା, ବାତ୍ୟା, ସୁନାମି ଭୟ ପ୍ରତିବର୍ଷ ଲାଗି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ...

Advertisement
Archives

Model This Week