ଗ୍ରାମରକ୍ଷୀଙ୍କୁ ମିଳିନି ୪ ମାସର ଦରମା

ଢେଙ୍କାନାଳ ଅଫିସ,୧୭।୭: ଢେଙ୍କାନାଳ ଜିଲାର ବିଭିନ୍ନ ଥାନା, ଫାଣ୍ଡିରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କୁ ୪ ମାସ ହେଲା ଦରମା ମିଳିନାହିଁ। ଆର୍ଥିକ ଅନଟନ ମଧ୍ୟରେ ସେମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବକେୟା ପରିଶ୍ରମିକ ତୁରନ୍ତ ଦେବାକୁ ବୁଧବାର ଗ୍ରାମରକ୍ଷୀ ସଂଘର କର୍ମକର୍ତ୍ତାମାନେ ଏସ୍‌ପିଙ୍କୁ ଦ୍ୱାରସ୍ଥ ହୋଇଥିେଲେ। ଅଭିଯୋଗ ଅନୁଯାୟୀ, ଗ୍ରାମରକ୍ଷୀମାନେ ବର୍ଷତମାମ ଆଇନଶୃଙ୍ଖଳା ରକ୍ଷାରେ ନିୟୋଜିତ ହେଉଛନ୍ତି। ସେମାନଙ୍କୁ ମିଳୁଥିବା ଦରମା ହିଁ ପରିବାର ପ୍ରତିପୋଷଣର ଏକମାତ୍ର ମାଧ୍ୟମ। ହେଲେ ନିୟମିତ ଦରମା ପ୍ରଦାନ କରାଯାଉ ନ ଥିବାରୁ ସେମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ତେଣୁ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରିବାକୁ ସଂଘର କର୍ମକର୍ତ୍ତାମାନେ ଏସ୍‌ପି୍‌ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଭାଗୀରଥି ପାତ୍ର, ମନୋଜ ମଳିକ, ଅଜୟ ମଳିକ, ରବୀନ୍ଦ୍ର ମଳିକ, ସୁଦର୍ଶନ ମଳିକ, ରମେଶ ନାଏକ, ଦିବାକର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଲୋକାର୍ପଣ କଲେ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୫।୨: ଢେଙ୍କାନାଳ ସହର ବାଜି ଚୌକଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ଶନିବାର ଲୋକାର୍ପଣ...

ପୂରଣ ହେଉନି ଋଣ ଲକ୍ଷ୍ୟ

ଢେଙ୍କାନାଳ ଅଫିସ,୧୭ା୩: ଢେଙ୍କାନାଳ ଜିଲାରେ ଚାଷୀଙ୍କୁ ଋଣ ପ୍ରଦାନ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ୨୦୨୧-୨୨ ଆର୍ଥତ୍କ ୧୭୦୫.୫୧ କୋଟି ଟଙ୍କା କୃଷିଋଣ ପ୍ରଦାନ କରିବା ଲାଗି ଲକ୍ଷ୍ୟ...

ପଦାରେ ପଡ଼ିଲା ପ୍ରିୟାପ୍ରୀତି

ଢେଙ୍କାନାଳ ଅଫିସ, ୧୧।୩: ରାଜ୍ୟରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ବର୍ଗଙ୍କୁ ନିଃଶୁଳ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ରାଜ୍ୟ...

କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ...

ନାଲ୍‌କୋ ଶ୍ରମିକ କଂଗ୍ରେସ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ବଅଁରପାଳ, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ କାର୍ଯ୍ୟାଳୟରେ ଗୁରୁବାର ଆଡ଼ମ୍ବର ସହକାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ସଭାପତି ରମେଶ ଚନ୍ଦ୍ର...

ହିନ୍ଦୋଳ ଏନ୍‌ଏସି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଢେଙ୍କାନାଳ ଅଫିସ, ୧୪।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ନିର୍ବାଚନ ପାଇଁ ମଙ୍ଗଳବାର ବିଜେଡି, ଭାଜପା, ଓ କଂଗ୍ରେସ ଏବଂ ସାଧୀନ ପ୍ରାର୍ଥୀମାନେ...

କପିଳାସ ଅଭୟାରଣ୍ୟରେ ଲାଗିବ ୬୦ କ୍ୟାମେରା

ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର...

ଢେଙ୍କାନାଳ ଆମ୍ବକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୧୬।୫ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଆମ୍ବଚାଷ ଉପରେ ପଡ଼ିଛି କରୋନା ଚଡ଼କ। ଲକ୍‌ଡାଉନ୍‌ କଟକଣା ନିୟମ ଭିତରେ ରକ୍ଷଣାବେକ୍ଷଣ ହୋଇ ନ...

Advertisement
Archives

Model This Week