ଗ୍ରାମବାସୀଙ୍କ ଧାରଣା ପରେ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ପ୍ରକୃତ ସ୍ଥାନରୁ ଉଚ୍ଛେଦ ହଟାଯାଇ ନ ଥିବାରୁ ଅସନ୍ତୋଷ

ବାହାନଗା, ୧୪ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚକଜଗନ୍ନାଥପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଅଧାରେ କାମ ଅଟକିଛି ା କେତେକ ବ୍ୟକ୍ତି ସରକାରୀ ଜମିକୁ ଅବରୋଧ କରି ରଖିଥିବାରୁ ଏହି କାମ ଆଗେଇ ପାରୁନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଗ୍ରାମବାସୀ ତହସିଲ ଆଗରେ ଧାରଣା ଦେବା ପରେ ତହସିଲଦାର ଅବରୋଧ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ୩ଦିନ ପରେ ଅର୍ଥାତ ଗୁରୁବାର ପ୍ରଶାସନ ତରଫରୁ ଅବରୋଧ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋର ତହସିଲଦାର ଦେବୀପ୍ରସାଦ ଦାସ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ତାଙ୍କ ସହିତ ଖନ୍ତାପଡା ଆରଆଇ ରଶ୍ମିରେଖା ସେଠୀ, ଅମିନ, ସୁପରଭାଇଜର, ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଓ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ହେଲେ ଯେଉଁ ସ୍ଥାନ ଉପରେ ଗ୍ରାମବାସୀଙ୍କ ଅଭିଯୋଗ ଥିଲା ସେହି ଜମିରେ ପ୍ରଶାସନ ଅବରୋଧ ଉଚ୍ଛେଦ ନ କରି ଯେଉଁମାନେ ଧାରଣାରେ ବସିଥିଲେ ସେମାନଙ୍କ ବ୍ୟକ୍ତିଗତ ଜମି ଉପରେ ଥିବା ପାଚେରି, ଗେଟ ଓ ବାଡକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କୁ ପଚାରିବାରୁ ସେ କିଛି କହିପାରିବେ ନାହିଁ। ଯେଉଁମାନଙ୍କର ଅଭିଯୋଗ ଅଛି ସେମାନେ ଜିଲାପାଳ କିମ୍ବା ଉପଜିଲାପାଳଙ୍କଠାରେ ଅଭିଯୋଗ କରିପାରିବେ ବୋଲି କହିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତ ଶ୍ୟାମସୁନ୍ଦର ପଣ୍ଡା, ବାଇଧର ଜେନା, ରବୀନ୍ଦ୍ର ପଣ୍ଡା, ପଦ୍ମାବତୀ ମହାଳି ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ ଆମ ବ୍ୟକ୍ତିଗତ ଜମି ଉପରେ ଥିବା ଗଛ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ପ୍ରଶାସନର ଏଭଳି ବୈମାତୃକ ମନୋଭାବ ବିରୋଧରେ ଗ୍ରାମବାସୀ ହାଇକୋର୍ଟଙ୍କ ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?