ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଲେ ସିଦ୍ଧାର୍ଥ

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ରବିବାର ଦିଲ୍ଲୀରେ ଏକ ଗ୍ରାଣ୍ଡ୍‌ ରିସେପ୍ସନ୍‌ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଅଜୟ ଦେବଗନ, କାଜଲ, ଆଲିଆ ଭଟ୍ଟ, ପ୍ରମୁଖ କଳାକାର ଏହି ପାର୍ଟିରେ ଯୋଗ ଦେଇଥିଲେ। ଆର୍ମି ଅଫିସର ବିକ୍ରମ ବାତ୍ରାଙ୍କ ପରିବାର ମଧ୍ୟ ଏହି ପ୍ରୋଗ୍ରାମକୁ ଆସିଥିଲେ। ବିକ୍ରମଙ୍କ ବାୟୋପିକ୍‌ରେ ସିଦ୍ଧାର୍ଥ ଓ କିଆରା କାମ କରିଥିବାବେଳେ ସେହିଠାରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଅନେକଙ୍କ ବିଶ୍ୱାସ ରହିଛି। ତେବେ ନୂଆ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ସିଦ୍ଧାର୍ଥ ଓ କିଆରା କଳାରଙ୍ଗର ଡ୍ରେସ୍‌ ପିନ୍ଧି ଉଭୟଙ୍କ ହାତ ଧରି ଏଣ୍ଟ୍ରି କରିଥିଲେ। ସେମାନେ ସେଲିବ୍ରିଟିଙ୍କ ସହ ପାର୍ଟିକୁ ମନଭରୀ ଉପଭୋଗ କରୁଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାର ଦେବାରେ ଲାଗିଛି। ଗତ ୭ ତାରିଖରେ ସିଦ୍ଧାର୍ଥ ଓ କିଆରା ରାଜସ୍ଥାନରେ ବିବାହ କରିଥିଲେ। ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ବଲିଉଡ୍‌ ଇଣ୍ଡଷ୍ଟ୍ରିର କେତେଜଣ ବିବାହ ସମାରୋହରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ରିଲିଜ ହେବ ‘କେଜିଏଫ୍‌ ଚାପ୍ଟର-୩’

ମୁମ୍ବାଇ: ୟଶ ଷ୍ଟାରର ‘କେଜିଏଫ୍‌ ଚାପ୍ଟର-୨’ ୨୦୨୨ରେ ସର୍ବାଧିକ ଆୟ କରିଥିଲା। ପାନ ଇଣ୍ଡିଆ ଏହି କନ୍ନଡ ଫିଲ୍ମ ଦେଶ ତଥା ବିଦେଶରେ ବିପୁଳ ଅର୍ଥ...

ବୋଲ୍ଡ ଶଟ୍‌ ପାଇଁ..

ନୁସରତ ଭରୁଚାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ନିକଟରେ ସେ ଅଭିନୟ କରୁଥିବା ସିନେମା ‘ଛୋଟେ ଛୋଟେ ପେଗ୍‌’ ଟାଇଟଲ ବିଶିଷ୍ଟ ଏକ ସିନେମାର ଶୁଟିଂ ସେଟ୍‌କୁ...

ରହସ୍ୟମୟ ନାଗାସାଧୁ: କରିଥାନ୍ତି ୧୭ ଶୃଙ୍ଗାର

ନୂଆଦିଲ୍ଲୀ: ବିବାହିତ ମହିଳାମାନେ ୧୬ ଶୃଙ୍ଗାର କରୁଥିବା ଆଲୋଚନା କରାଯାଏ। ମାନ୍ୟତା ରହିଛି, ଏହା କେବଳ ସୁନ୍ଦରତା ବଢ଼ାଇ ନ ଥାଏ ବରଂ ଭାଗ୍ୟ ସହିତ...

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା,...

୧୧ ବର୍ଷର ନାବାଳକଙ୍କୁ ବ୍ରେନ୍‌ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍‌

ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ...

କଳିଯୁଗର ‘ଶ୍ରବଣ କୁମାର’! ବୃଦ୍ଧ ମା’ବାପାଙ୍କୁ କାନ୍ଧରେ ବସାଇ…

ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଶିବ ମନ୍ଦିରରେ ପାଣି ଢ଼ାଳିବା ଲାଗି କାଉଡିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି କ୍ରମରେ ଜଣେ ଶିବଭକ୍ତଙ୍କ...

୬୨ ବର୍ଷରେ ବି ଏହି ସାଉଥ୍‌ ସୁପରଷ୍ଟାରଙ୍କ ରହିଛି ଡିମାଣ୍ଡ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ମୋହନଲାଲ୍‌ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫଟୋ ଏବଂ ଭିଡିଓ ପ୍ରାୟତଃ ସୋସିଆଲ...

‘ବିଗ୍‌ ବସ୍‌’ରେ କୋଏନାଙ୍କ ଖୁଲାସା: ଗାଧୁଆଘରେ ବନ୍ଦ କରିଦେଇଥିଲେ ପ୍ରେମିକ

ମୁମ୍ବାଇ: ଚଳଚ୍ଚିତ୍ର ‘ରୋଡ୍‌’, ‘ହେ ବେବି’, ‘ଆପନା ସପନା ମନି ମନି’, ‘ମୁସାଫିର’ ଏବଂ ‘ଇନ୍‌ସାନ’ ଭଳି ବଲିଉଡ୍‌ ଫିଲ୍ମ କରିବା ପରେ ହଠାତ୍‌ ଗାଏବ...

Advertisement
Archives

Model This Week