Posted inଭଦ୍ରକ

ଗୋସମ୍ପଦକୁ ନେଇ ଚିନ୍ତାରେ ଚାଷୀ

ବନ୍ତ, ୨୩।୮ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ବନ୍ତ, ନିଳୋକ, ରାମଚନ୍ଦ୍ରପୁର, ଆଡିଆ, ପୁରୁଷଣ୍ଢ, କାଦବରାଙ୍ଗ, ଅଣିଜୋ ସମେତ ବହୁ ପଞ୍ଚାୟତରେ ଗୋରୁଙ୍କଠାରେ ଏହି ରୋଗ ଦେଖାଯାଇଛି। ଏହା ସଂକ୍ରାମକ ଭଳି ଗୋଟିଏ ଗାଈରୁ ଅନ୍ୟକୁ ବ୍ୟାପି ଚାଲିଛି। ଗୋସମ୍ପଦକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷେ ପ୍ରାଣୀ ଚିକିତ୍ସକଙ୍କୁ କାଳିଆ ଯୋଜନାରେ ନିଯୁକ୍ତ କରାଯାଇ ଥିବାରୁ ଆକ୍ରାନ୍ତ ଗୋରୁଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେଉଛି।
ଗତ କିଛିଦିନ ଧରି ଗାଈଗୋରୁଙ୍କ ଶରୀରରେ ଆବୁ ସୃଷ୍ଟି ହେଉଛି ଓ ପରେ କ୍ରମଶଃ ବୃଦ୍ଧି ପାଇ ବଡ଼ ଆକାର ଧାରଣ କରି ତାହା ଫାଟିଯାଇ କ୍ଷତରେ ପରିଣତ ହେଉଛି। ଏଥିରେ ଆକ୍ରାନ୍ତ ଗୋରୁ ଚଳପ୍ରଚଳ କରିପାରୁ ନ ଥିବା ସହ ଖାଦ୍ୟ ମଧ୍ୟ ଖାଉ ନ ଥିବା ଗୋପାଳକମାନେ ପ୍ରକାଶ କରିଛନ୍ତି। କେତେକ ବାଛୁରୀ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। କେତେକ ପ୍ରାଣୀ ଚିକିତ୍ସକ କେଉଁ ରୋଗ ଜାଣିପାରୁ ନ ଥିବାବେଳେ ଅନ୍ୟ କେତେକ ଏହାକୁ ବସନ୍ତ ରୋଗର ଲକ୍ଷଣ ବୋଲି ମତ ଦେଇଛନ୍ତି। ତେବେ ବିଭାଗ ପକ୍ଷରୁ ଅଦ୍ୟାବଧି ପ୍ରତିଷେଧକ ଟୀକାର ବ୍ୟବସ୍ଥା କରାଯାଇ ନ ଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବ୍ଲକରେ ମାତ୍ର ୧୦ ଜଣ ପ୍ରାଣୀ ଚିକିତ୍ସକ ନିଯୁକ୍ତ ଥିବାବେଳେ ସେମାନଙ୍କୁ କାଳିଆ ଯୋଜନାରେ ନିୟୋଜିତ କରାଯାଇଛି। ଫଳରେ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିକିତ୍ସକମାନଙ୍କ୍‌ୁ ତୁରନ୍ତ କାଳିଆ ଯୋଜନା ଡ୍ୟୁଟିରୁ ଅପସାରଣ କରି ଗୋ ଚିକିତ୍ସାରେ ନିୟୋଜିତ କରାଇବାକୁ ଚାଷୀ ମହଲରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri