ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ଜଡ଼ିତ ୭ଜଣ ଅପରାଧୀ ଗଞ୍ଜାମ କନ୍ଧମାଳ ଜିଲା ସୀମାବର୍ତ୍ତୀ ଡହ ନିକଟସ୍ଥ ଗୋଚ୍ଛାପଲ୍ଲୀ ଜଙ୍ଗଲ ଅଭିମୁଖେ ଚାଲିଯାଇଥିଲେ। ସେଠାରେ ପୋଲିସ ସହ ଅଭିଯୁକ୍ତମାନଙ୍କ ମୁହଁାମୁହିଁ ହୋଇଥିଲା। ଅପରାଧିମାନେ ପୋଲିସ ଉପରକୁ ବୋମା ମାଡ଼ କରିବା ସହ ଗୁଳିଚାଳନା କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏହି ସମୟରେ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। କିନ୍ତୁ ଅଭିଯୁକ୍ତ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ବୋରସିଙ୍ଗିର ଚରଣ ରାଉତଙ୍କ ବାଇକ୍‌ କେନାଲ ଆଡ଼ିରେ ଖସିପଡ଼ିବାରୁ ସେ ତଳେ ପଡ଼ିଯାଇଥିଲେ। ଫଳରେ ପକେଟରେ ଧରିଥିବା ବୋମାଟି ଫୁଟି ଯାଇଥିଲା। ଏଥିରେ ଚରଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପୋଲିସ ଚରଣଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ଆଣିଥିଲେ । ମେଡିକାଲରେ ଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ ଗଣମାଧ୍ୟମକୁ ସୁଚନା ଦେଇଛି । ଚରଣଙ୍କ ପକେଟରୁ ୨୧ ହଜାର ଟଙ୍କା ଜବତ ହୋଇଛି । ଏଥିସହ ପୋଲିସ ଘଟଣାସ୍ଥଳରୁ ଗୋଟିଏ ମାଉଜର ଜବତ କରିଥିବା ଜଣାପଡ଼ିଛି। କିନ୍ତୁ ପୋଲିସ ଏନେଇ ବିଶେଷ ସୂଚନା ମିଳିପାରିନାହିଁ। ତେବେ ଅନ୍ୟ ୬ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ ପାଇଁ ଚେଷ୍ଟା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚୋରା ବନ୍ଧୁକ କାରବାର

ଭୁବନେଶ୍ୱର,୨୬।୯୯(ବ୍ୟୁରୋ): ରାଜଧାନୀରେ ଚାଲିଛି ବନ୍ଧୁକ କାରବାର। ଛତିଶଗଡ଼ ଓ ବିହାରରୁ ଚୋରାରେ ବନ୍ଧୁକ ଆସି ଏଠାରେ ବିକ୍ରି ହେଉଛି। ଏହି ବନ୍ଧୁକରେ ଅପରାଧୀମାନେ ବଡ଼ ବଡ଼...

ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ...

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୨୮୨ କୁ ବୃଦ୍ଧି...

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ‘ସାଇକୋ ଲେଡି’ ପ୍ରସଙ୍ଗରେ ମୁହଁ ଖୋଲିଲେ ଯୁବତୀ

ଭୁବନେଶ୍ୱର,୪।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ମାସ ପାଖାପାଖି ବିତିବାକୁ ବସିଲାଣି। ଜିଆର୍‌ପି ପରେ ମାସେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ...

ଅଫିସ୍‌ରେ ଟିକା ନେବେ ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର, ୪।୨(ବ୍ୟୁରୋ):ଏଣିକି ଅଫିସ୍‌ରେ କରୋନା ଟିକାକରଣ ହେବ। କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ନିଜ ଅଫିସରେ ଟିକା ଦିଆଯିବ। ଏଥିପାଇଁ ଅଫିସ୍‌ରେ ସ୍ବତନ୍ତ୍ର ଟିକା ରୁମ୍‌...

୨୦୧୯ରେ ବିଏମ୍‌ସି ନିର୍ବାଚନ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଆସନ୍ତା ଡିସେମ୍ବର ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସି କାଉନ୍‌ସିଲ ଭାଙ୍ଗିବାର ୮ମାସ...

ହତ୍ୟା କରିଥିବା ସ୍ବୀକାର କଲେ ଅନୁପ ସାଏ: ଜାଣନ୍ତୁ କାହିଁକି ତାଙ୍କ ଉପରେ ସନ୍ଦେହ କଲା ପୋଲିସ

ଝାରସୁଗୁଡ଼ା ଅଫିସ,୧୪।୨- ଝାରସୁଗଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ...

ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ

ସଜନାଗଡ଼,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜୀ...

Advertisement
Archives

Model This Week