ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୪।୧୨- ଗୋପାଳପୁର ବେଳାଭୂମି ପରିସରରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜାଗା ମିଶନରେ ଭୂମିହୀନଙ୍କୁ ଘର ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପାଇଲଟ୍‌ ବେସିସ୍‌ରେ ଗୋପାଳପୁରର ସତ୍ୟସାଇ ସାହିରେ ଗୃହ ପ୍ରଦାନ କରାଯାଇଥିବା ୪୭୬ ହିତାଧିକାରୀଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହାପରେ ବେଳାଭୂମି ପରିସରରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାକୁ ଉଦ୍‌ଘାଟନ କରିଥିଲେ। ଏଥିସହ ଜିଲା ପ୍ରଶାସନ ଦ୍ୱାରା କନ୍ୟାଭ୍ରୂଣ ହତ୍ୟା ରୋକିବା ନେଇ ଆରମ୍ଭ କରାଯାଇଥିବା ‘ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ’ର କନ୍ୟା ଶିଶୁ ସନ୍ତାନଙ୍କୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିର୍ଭୟା କଢ଼ି କାର୍ଯ୍ୟକ୍ରମର ଆମ୍ବାସାଡର୍‌ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସ୍କା ଏମ୍‌ପି ପ୍ରମିଳା ବିଷୋୟୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ର, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅଭିନେତା ଆକାଶ ଦାସ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ବାଳକଙ୍କୁ ମୃତ ଘୋଷଣା : ଜଳେଶ୍ୱର ଡାକ୍ତରଖାନାରେ ଭଙ୍ଗାରୁଜା, ରାସ୍ତାରୋକ

ଜଳେଶ୍ୱର,୧୫ା୮: ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବା ନେଇ ଗୁରୁବାର...

ଲଗାଣ ବର୍ଷା ଯୋଗୁ ପୁଣି ଗଜପତିରେ ଧସିଲା ପାହାଡ଼, ମାଡ଼ି ଆସିଲା ଝରଣା ପାଣି

ପାରଳାଖେମୁଣ୍ଡି,୧୭।୭(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା...

ରାଜଧାନୀରେ ଚିହ୍ନଟ ହେଲେ ୩୨୬ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୫ ।୯: ରାଜଧାନୀ ଭୁବନେଶ୍ୱରରେ ବେଳକୁ ବେଳ ଅଣାୟତ ହୋଇଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଏଠାରେ ୩୨୬ ନୂଆ ସଂକ୍ରମିତଙ୍କୁ...

ବୁଧବାର ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ସିଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ।...

ସୁସଜ୍ଜିତ ପଟୁଆରରେ ବାହାରିଲେ ଶଙ୍କର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ବାହାଘର ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମଙ୍ଗଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଭୁବନେଶ୍ୱରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ...

୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ...

‘ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ମରିଯିବ’

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ପ୍ରତ୍ୟାହାର ପ୍ରସଙ୍ଗରେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ଓଡ଼ିଶା...

Advertisement
Archives

Model This Week