Posted inଜାତୀୟ

ଗୋଟିଏ ମେସେଜ୍‌ ୪୪ ଜଣ ସାଥୀଙ୍କୁ ଏକାଠି କଲା

ରତଲାମ,୨୧।୭: ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟସ୍‌ ଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଛି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଭୋପାଳର ୪୪ ଜଣ ବନ୍ଧୁ। ଆଉ ଏମାନେ ମିଶି କରଜରେ ବୁଡି ଯାଇଥିବା ଜଣେ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି। ଅସଲ ଘଟଣା ହେଲା ଭୋପାଳର ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରିଥିଲେ। ହେଲେ ଏଥିରେ କ୍ଷତି ହେବା ଫଳରେ ତାଙ୍କ ଉପରେ ଲକ୍ଷାଧିକ ଟଙ୍କର ଋଣ ବୋଝ ପାଲଟି ଯାଇଥିଲା। ସେ ଏକଥା ଅଷ୍ଟ୍ରେଲିଆରେ ଥିବା ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ। ଆଉ ଜୁନ୍‌ ୩୦ ସୁଦ୍ଧା ଋଣ ପରିଶୋଧ ନ କଲେ ତାଙ୍କ ଘର ବିକ୍ରି ହୋଇଯିବ ବୋଲି ମଧ୍ୟ କହିଥିଲେ। ଏକଥା ଜାଣିବା ପରେ ଅଷ୍ଟ୍ରେଲିଆରେ ଥିବା ତାଙ୍କର ବନ୍ଧୁ ଜଣଙ୍କ ହ୍ବାଟସ୍‌ ଆପ୍‌ରେ ଏକ ଗ୍ରୁପ ତିଆରି କରି ଏଥିରେ ଥିବା ୪୪ ଜଣ ସାଙ୍ଗକୁ ଏଥିପାଇଁ କିଛି କିଛି ଅର୍ଥ ସାହାଯ୍ୟ ଦେବାକୁ କହିଥିଲେ। ତାହାପୁଣି ସର୍ତ୍ତରେ। ସର୍ତ୍ତ ଥିଲା ଅର୍ଥ ଦେବା ସମୟରେ ଏହା ଯେଉଁ ସାଙ୍ଗକୁ ଦିଆଯାଉଛି ତାକୁ ଏ ବିଷୟରେ ଯେମିତି କିଛି ପଚରା ନ ଯାଏ। ଶେଷରେ ତାହାହିଁ ହେଲା ସମସ୍ତେ୨୫ ହଜାର ଲେଖାଁ ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାରୁ ଦେବାଳିଆ ହୋଇଯାଇଥିବା ବନ୍ଧୁଙ୍କ ପାଖରେ ରାତାରାତି ପହଞ୍ଚିଲା ୧୧ ଲକ୍ଷ ଟଙ୍କା। ଆଉ କିଛି ନ ପଚାରି ତାଙ୍କୁ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ସାଙ୍ଗମାନେ କହିଥିଲେ। ଅର୍ଥାତ୍‌ ଜୁନ୍‌ ୨୯ରେ ଭୋପାଳର ସେହି ବ୍ୟବସାୟୀ ଓ୍ବାନ ଟାଇମ୍‌ ସେଟଲମେଣ୍ଟରେ ୧୧ହଜାର ଟଙ୍କା ପଇଠ କରି ଋଣ ମୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ପର୍ଯ୍ୟାୟ ଝାଡ଼ଖଣ୍ଡ ଭୋଟ ଆଜି: ୨୩ରେ ଭୋଟଗଣତି

ରାଞ୍ଚି,  ୨୦।୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ୨୦ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୬ଟି ଆସନ ଲାଗି ଭୋଟଗ୍ରହଣ କରାଯିବାକୁ ଥିବାବେଳେ ମଇଦାନରେ...

ମାନବାଧିକାର ସୁରକ୍ଷା ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ, ୨୦ା୭: ଲୋକ ସଭାରେ ଶୁକ୍ରବାର ମାନବାଧିକାର ସୁରକ୍ଷା ସଂଶୋଧନ ବିଲ୍‌ ଗୃହୀତ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ଅଧ୍ୟକ୍ଷ...

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ଟୁଇଟ୍‌ କରି ଦେଲେ ସୂଚନା

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ସୂଚନା...

ଫୁଟଫାଥ୍‌ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ

ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍‌ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ...

ସ୍ବର ବଦଳାଇଲେ ସିଦ୍ଧୁ: ଇସ୍ତଫା ପରେ ମାନଙ୍କୁ କଲେ ପ୍ରଶଂସା

ଚଣ୍ଡିଗଡ଼,୧୭।୩: ପ୍ରଥମ ଥର ପାଇଁ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିଛି। ବୁଧବାର ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଡବଲ ଇଞ୍ଜିନ୍‌ ସରକାରକୁ ହଟାଇପାରିବ ଟିଏମ୍‌ସି: ମମତା

ଅଗରତାଲା,୮।୨(ପି.ଟି.): ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏକମାତ୍ର ଦଳ ଯିଏ ଭାଜପାର ଡବଲ ଇଞ୍ଜିନ୍‌ ସରକାରକୁ ହଟାଇପାରିବ ଏବଂ ଦେଶବାସୀଙ୍କୁ ଭାଜପାର ବିକଳ୍ପ ଦେବ ବୋଲି ପଶ୍ଚିମବଙ୍ଗ...

ଆଫଗାନିସ୍ତାନ ସମସ୍ୟା, ଅଗଷ୍ଟ ୨୬ରେ ସର୍ବଦଳୀୟ ବୈଠକ…

ନୂଆଦିଲ୍ଲୀ, ୨୩।୮: ଆଫଗାନିସ୍ତାନ ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକ ଅଗଷ୍ଟ ୨୬ରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ...

ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରିଲେ କରୋନା ରୋଗୀ, ଆଉ ତା’ପରେ

ବେଙ୍ଗାଲୁରୁ,୩।୭: କର୍ନାଟକର ଏକ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ କରୋନା ରୋଗୀ ଚା’ ପିଇବା ପାଇଁ ହସ୍ପିଟାଲରୁ ବାହାରକୁ ପଳାଇଥିଲେ। ତାଙ୍କୁ ଦେଖି...

Advertisement
Archives

Model This Week