Posted inଜାତୀୟ

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନେ ଯୋଗଦେବେ। ଏଥିରେ ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଇବା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାରା ଦେଶରେ ଗୋଟିଏ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳକୁ ଆଲୋଚନା ପାଇଁ ଡାକିଛନ୍ତି। ବୁଧବାର ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୨୦୨୨ରେ ସ୍ବାଧୀନତାର ୭୫ ବର୍ଷପୂର୍ତ୍ତି ଏବଂ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହାର ଦିନକ ପରେ ଅର୍ଥାତ୍‌ ଜୁନ୍‌ ୨୦ ତାରିଖରେ ଏକ ନୈଶଭୋଜିର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୁତ ଏହି ଡିନର ପାର୍ଟିରେ ଉଭୟ ରାଜ୍ୟ ସଭା ଓ ଲୋକ ସଭାର ସମସ୍ତ ଏମ୍‌ପି ଯୋଗଦେଇ ସରକାରଙ୍କ ସହ ଭାବର ଆଦାନପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ।...

ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ...

ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା...

କରୋନା ଟିକା ନେବାକୁ ମନା କରିବାରୁ ଜଣଙ୍କୁ ଚାକରିରୁ ବହିଷ୍କାର କଲା ବାୟୁସେନା

ନୂଆଦିଲ୍ଲୀ,୧୨।୮: କରୋନା ଟିକା ନେବାକୁ ମନା କରିବାରୁ ବାୟୁସେନା ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। ଟିକାକରଣ ସେବାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାୟୁସେନାର କର୍ମଚାରୀ...

୬ କୋଟି ଟଙ୍କାର ଗହମ-ବୁଟ ଗଜା ହେଲା

ଭୋପାଳ, ୨।୯: ଲଗାତାର ବର୍ଷା ଯୋଗୁ ଦେଶର ବହୁ ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ବାଲାଘାଟର ଗୁଗଲେଠାରେ ଥିବା ଏକ ଗୋଦାମ ଘରେ ବନ୍ୟା...

ଟ୍ୟାଙ୍କର୍‌ ସଫାବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୭ କର୍ମଚାରୀଙ୍କ ଜୀବନ

ହାଇଦ୍ରାବାଦ୍‌,୯।୨: ଆନ୍ଧ୍ରପ୍ରଦେଶର ରାଗମ୍ପେଟା ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀରେ ଟ୍ୟାଙ୍କର୍‌ ସଫା କରୁଥିବାବେଳେ ୭ ଜଣ...

ଉଡାଣ ସମୟରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ବିମାନବନ୍ଦରରେ କରାଗଲା ଗିରଫ

ଅଗରତାଲା,୨୧।୯: ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗୁରୁବାର ଅଗରତାଲା ବିମାନବନ୍ଦରରେ ଉଡାଣ ସମୟରେ ବିମାନ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ସହ କ୍ରୁ ସଦସ୍ୟଙ୍କ...

ଏପ୍ରିଲ୍‌ ୮ ସୁଦ୍ଧା ଭାରତରେ ପହଞ୍ଚିବ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌: ବୁନ୍ଦାଏ ରକ୍ତରୁ ମାତ୍ର ୧୫ ମିନିଟ୍‌ରେ ଚିହ୍ନଟ ହେବେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୬।୪: ଭାରତରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ୍‌(ଆଇସିଏମ୍‌ଆର୍‌)ଅଣ୍ଟା ଭିଡ଼ିଛି। କିଭଳି କମ୍‌ ସମୟ ମଧ୍ୟରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

Advertisement
Archives

Model This Week