ଭଞ୍ଜନଗର,୫।୮(ଡି.ଏନ.ଏ.)-ବର୍ଷାଦିନେ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଯାଉ ଥିବାରୁ ସାପ ବାହାରି ଶୁଖିଲା ସ୍ଥାନକୁ ଚାଲିଆସି ଲୋକଙ୍କୁ କାମୁଡ଼ୁଛନ୍ତି। ଏପରିକି ଘର ଭିତରକୁ ମଧ୍ୟ ପଶି ଆସୁଛନ୍ତି। ଗତ ସପ୍ତାହକ ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ସାପ କାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ କନ୍ଧନୂଆପଲ୍ଲୀର ଜୟ ମାଝି ଓ ଅନ୍ୟ ଜଣେ ଭଞ୍ଜନଗର ବ୍ଲକ ଡୁମାକୁମ୍ପା ଗ୍ରାମର। ରବିବାର ଗୋଟିଏ ଦିନରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ୮ଜଣ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ କେତେଜଣ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି। ସାପ କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତରଖାନାରେ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ ମହଜୁଦ୍ ରଖିବା ଆବଶ୍ୟକ ହୋଇପଡିଛି। ଅନ୍ୟପକ୍ଷରେ ସାପ ଧରିବାକୁ ବନ ବିଭାଗ ପାଖକୁ ଏକାଧିକ ଫୋନ କଲ୍ ଆସୁଛି । କିନ୍ତୁ ଏଠାରେ ଥିବା କର୍ମଚାରୀ ଜଣଙ୍କ ପାଖରେ ଲାଇସେନ୍ସ ନ ଥିବା ଯୋଗୁ ସାପ ଧରିବାକୁ ସେ ଆଭଗର ହେଉନାହାନ୍ତି। ବିଭାଗ ପକ୍ଷରୁ ଅଞ୍ଚଳବାସୀଙ୍କ ସୁବିଧା ପାଇଁ କିଛିଦିନ ହେବ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି କହିଛନ୍ତି, ବର୍ଷା ଦିନେ ସାପ ଗାତରୁ ବାହାରିବା ଯୋଗୁ ସମସ୍ୟା ହେଉଛି । ଏହି ଦିନେ ସାପ ଅଣ୍ଡା ଦିଅନ୍ତି। ତେଣୁ ଲୋକେ ନିଜ ଘର ଚତୁପାର୍ଶ୍ୱ ସଫା ରଖିବା ଆବଶ୍ୟକ। ଚାଳ ଓ ଝାଟିମାଟି ଘର ହୋଇଥିଲେ ଅଧିକ ସତର୍କ ରହିବା ଦରକାର। ରାତିରେ ଅନ୍ଧାରରେ ନ ଯାଇ ପର୍ଯ୍ୟାପ୍ତ ଆଲୁଅରେ ଯିବାକୁ ହେବ। ଘର ଚତୁପାଶ୍ୱର୍ର୍ରେ କଳା ଫିନାଇଲ, ଦାନାଦାର ପକାଇଲେ ଗନ୍ଧରେ ସାପ ଘରେ ପଶିବେ ନାହିଁ। ଶୀତଦିନେ ସାପ ପ୍ରାୟ ଗାତକୁ ଚାଲିଯାଆନ୍ତି। କାହାକୁ ସାପ କାମୁଡ଼ିଲେ ତୁରନ୍ତ ଚିକିସତ୍ା ପାଇଁ ଡାକ୍ତରଖାନା ନେବା ଆବଶ୍ୟକ। ଝଡା ଼ଫୁଙ୍କା ଅନ୍ଧବିଶ୍ୱାସ ବୋଲି ଲୋକେ ସଚେତନ ହେବା ଦରକାର ବୋଲି ବାନାର୍ଜି କହିଥିଲେ ।
ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…
ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…
ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର
ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…
ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା
ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…
ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…
ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ
ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…
ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…
ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା
ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…
ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…
Archives

