Posted inଖେଳ

ଗେଲ୍‌ଙ୍କ ପ୍ରତି ନାହିଁ ସହାନୁଭୂତି

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଗତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଅବସର ନେବେ ବୋଲି ଘୋଷଣା କରିଥିଲେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌। ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଗେଲ୍‌ଙ୍କ ଜନ୍ମସ୍ଥାନ ଜାମାଇକାର ସାବିନା ପାର୍କଠାରେ ଖେଳାଯିବା କାର୍ଯ୍ୟକ୍ରମ ଅଛି। ଏହାସତ୍ତ୍ୱେ ୩୯ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦିଆଯାଇ ନାହିଁ। ଏହା ଦର୍ଶାଉଛି, ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଗେଲ୍‌ଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ। ପୋର୍ଟ ଅଫ୍‌ ସ୍ପେନ୍‌ଠାରେ ବୁଧବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ଏହା ବାମହାତୀ ବ୍ୟାଟ୍ସମ୍ୟାନଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇପାରେ। ୨୦୧୪ ସେପ୍ଟେମ୍ବରରେ ଅନ୍ତିମ ଟେଷ୍ଟ ଖେଳିଥିବା ବାମହାତୀ ଓପନର କ୍ୟାରିୟରରେ ୧୦୩ ଟେଷ୍ଟ ଖେଳିଛନ୍ତି। ୧୫ ଶତକ ସହ ୭,୨୧୪ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୩୩୩।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଜନର ପ୍ରଥମ ଘରୋଇ ମ୍ୟାଚ୍‌ ହାରିଲା ଯୋଦ୍ଧା

ଗ୍ରେଟର୍‌ ନୋଏଡା, ୧୦।୧୦ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ତେଲଗୁ ଟାଇଟନ୍ସ ୪୧-୩୬ ପଏଣ୍ଟରେ ଘରୋଇ ୟୁପି ଯୋଦ୍ଧାକୁ...

ଧମକ ଦେଲେ ପାକିସ୍ତାନ କ୍ରିକେଟ୍‌ର: କହିଲେ, ଆମେ ଛାଡିବୁ ନାହିଁ

ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଧମକ ଦେଇଛନ୍ତି। ପାକିସ୍ତାନ ଟୁରରୁ ହଠାତ୍‌ ପ୍ରତ୍ୟାହାର କରିବା ପରେ ରାଗରେ...

ଦିଲ୍ଲୀ କ୍ୟାପିଟାଲ୍ସରେ ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର...

ବଜରଙ୍ଗ ରୁଷିଆରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୩୦ା୫ (ପି.ଟି.)- ଭାରତର ଟପ୍‌ ରେସ୍‌ଲର ବଜରଙ୍ଗ ପୁନିଆ ପୋଲାଣ୍ଡରେ ହେବାକୁଥିବା ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ଭାଗ ନ ନେବା ଲାଗି ସ୍ଥିର କରିଛନ୍ତି।...

ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ...

ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ଅମୀମାଂସିତ: ବେନ୍‌, ଜ୍ୟାକ୍‌ଙ୍କ ଶତକ

ସିଡ୍‌ନୀ,୧୪।୧୨(ପି.ଟି.): ସିଡ୍‌ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ...

ଧୋନୀଙ୍କ ତାତ୍ସଲ୍ୟ: ଦୁନିଆ ଶେଷ ହୋଇଯିବ ନାହିଁ…

ମୁମ୍ବାଇ,୯।୫: ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଚତୁର୍ଥ ବିଜୟ ହାସଲ କରିଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୯୧ ରନ...

‘ଦିନେ ଆମେ ଆକାଶରେ ସାଙ୍ଗ ହୋଇ ଫୁଟବଲ୍‌ ଖେଳିବା’

ବୁଏନୋସ ଆଇରେସ,୨୬।୧୧: ଆର୍ଜେଣ୍ଟିନା ଫୁଟବଲ୍‌ ପଳର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହି...

Advertisement
Archives

Model This Week